ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ

ଅଷ୍ଟ୍ରେଲିଆ-ଭାରତ ଜଳ ସୁରକ୍ଷା ପଦକ୍ଷେପ (ଏଆଇଡବ୍ଲ୍ୟୁଏଏସଆଇ) ବୈଷୟିକ ସହଯୋଗ ନିମନ୍ତେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ବୁଝାମଣାପତ୍ରକୁ କ୍ୟାବିନେଟର ଅନୁମୋଦନ

Posted On: 08 JUN 2022 4:48PM by PIB Bhubaneshwar

ପ୍ରଧାନମନ୍ତ୍ରୀମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଭାରତ ସରକାରଙ୍କ ଗୃହ ଓ ସହରାଞ୍ଚଳ ବ୍ୟାପର ମନ୍ତ୍ରଣାଳୟ (ଏମଓଏଚୟୁଏ) ଓ ଅଷ୍ଟ୍ରେଲିୟା ସରକାରଙ୍କ ବିଦେଶ ବ୍ୟାପାର ଓ ବାଣିଜ୍ୟ (ଡିଏଫଏଟି) ବିଭାଗ ମଧ୍ୟରେ ସହରାଞ୍ଚଳ ଜଳ ପରିଚାଳନା ଉପରେ ହୋଇଥିବା ବୈଷୟିକ ସହଯୋଗ ସଂକ୍ରାନ୍ତ ବୁଝାମଣାପତ୍ର ନେଇ ଅବଗତ କରାଯାଇଥିଲା । ଏହି ଏମଓୟୁ ଡିସେମ୍ବର ୨୦୨୧ରେ ସ୍ୱାକ୍ଷରିତ ହୋଇଥିଲା ।

ସହରାଞ୍ଚଳ ଜଳ ସୁରକ୍ଷା କ୍ଷେତ୍ର ନିରାପତା ଏହି ବୁଝାମଣାପତ୍ର ସ୍ୱାକ୍ଷର ଯୋଗୁଁ ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ମଜବୁତ ହେବ । ଏହା ପ୍ରତ୍ୟେକ ସ୍ତରରେ ସହରୀଜଳ ପରିଚାଳନାର ଆନୁଷ୍ଠାନିକ ସାମର୍ଥ୍ୟକୁ ମଜବୁତ କରିବା ସହ ଉପଲବ୍ଧତା, ଜଳର ଗୁଣାତ୍ମକ ଓ ପରିମଳ ସେବାକୁ ଉନ୍ନତ କରିବ । ଏହା ଜଳ ଓ ଜଳ ଉପଲବ୍ଧ ନଗରୀରେ ଚକ୍ରୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ସହ ଜଳବାୟୁ ଅନୁକୂଳ ନମନୀୟ ଜଳ ପରିଚାଳନାକୁ ଉତ୍ସାହିତ କରିବ । ଜଳ ପରିଚାଳନାରେ ଗୋଷ୍ଠୀ ସହଯୋଗ ବୃଦ୍ଧି କରିବା ଓ ଉପଲବ୍ଧ ଭିତ୍ତିଭୂମି ସାମାଜିକ ଅନ୍ତର୍ଭୁକ୍ତୀକରଣ ମଧ୍ୟ ବୃଦ୍ଧି ପାଇବ ।

ବୁଝାମଣାପତ୍ର ସନନ୍ଦ ଯୋଗୁଁ ଉଭୟପକ୍ଷ ଏ କ୍ଷେତ୍ରରେ ବିଭିନ୍ନ ବୈଷୟିକ ବ୍ୟାପାର ନେଇ ଅବଗତ ହେବା ସହ ବିଭିନ୍ନ ଶିକ୍ଷଣୀୟ ବିଷୟ ଉପରେ ପରସ୍ପର ମତ ବିନିମୟ କରିପାରିବେ । ଏହା ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ସହାୟକ ହେବ ।

 

****

SM/SLP



(Release ID: 1832365) Visitor Counter : 127