କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ
                
                
                
                
                
                    
                    
                        କେନ୍ଦ୍ର କ୍ୟାବିନେଟ ମଞ୍ଜୁରି : ୨୦୨୨-୨୩ ବିପଣନ ଋତୁ ପାଇଁ ବଢ଼ିଲା ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)  
                    
                    
                        
                    
                
                
                    Posted On:
                08 JUN 2022 4:52PM by PIB Bhubaneshwar
                
                
                
                
                
                
                 
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ୨୦୨୨-୨୩ ବିପଣନ ଋତୁ ପାଇଁ ସମସ୍ତ ଅଧିସୂଚିତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।
ସରକାର ଫସଲ ବିବିଧକରଣକୁ ପ୍ରୋତ୍ସାହିତ କରିବା ଏବଂ ଚାଷୀମାନଙ୍କୁ ସେମାନଙ୍କ ଫସଲ ପାଇଁ ଲାଭକାରୀ ମୂଲ୍ୟ ଯୋଗାଇ ଦେବା ନିମନ୍ତେ ୨୦୨୨-୨୩ ବିପଣନ ଋତୁ ପାଇଁ ଖରିଫ ଫସଲର ଏମଏସପି ବୃଦ୍ଧି କରିଛନ୍ତି, ଯାହାର ତାଲିକା ନିମ୍ନରେ ଦିଆଗଲା ।
 
୨୦୨୨-୨୩ ବିପଣନ ଋତୁ ପାଇଁ ସବୁ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (କୁଇଣ୍ଟାଲ ପ୍ରତି ଟଙ୍କା)
 
	
		
			| 
			 ଫସଲ 
			 | 
			
			 ଏମଏସପି 2014-15 
			 | 
			
			 ଏମଏସପି 2021-22 
			 | 
			
			   
			 | 
			
			 ଏମଏସପି 2022-23 
			 | 
			
			 ଉତ୍ପାଦନ ଖର୍ଚ୍ଚ* 2022-23 
			 | 
			
			 ଏମଏସପିରେ ବୃଦ୍ଧି 
			(ସମ୍ପୂର୍ଣ୍ଣ) 
			 | 
			
			 ଉତ୍ପାଦନ ଖର୍ଚ୍ଚ ଉପରେ ଲାଭ  
			(ପ୍ରତିଶତରେ) 
			 | 
		
	
	
		
			| 
			 ଧାନ (ସାଧାରଣ) 
			 | 
			
			 1360 
			 | 
			
			 1940 
			 | 
			
			   
			 | 
			
			 2040 
			 | 
			
			 1360 
			 | 
			
			 100 
			 | 
			
			 50 
			 | 
		
		
			| 
			 ଧାନ (ଗ୍ରେଡ୍ ଏ)^ 
			 | 
			
			 1400 
			 | 
			
			 1960 
			 | 
			
			   
			 | 
			
			 2060 
			 | 
			
			 - 
			 | 
			
			 100 
			 | 
			
			 - 
			 | 
		
		
			| 
			 ଯଅ (ହାଇବ୍ରିଡ୍) 
			 | 
			
			 1530 
			 | 
			
			 2738 
			 | 
			
			   
			 | 
			
			 2970 
			 | 
			
			 1977 
			 | 
			
			 232 
			 | 
			
			 50 
			 | 
		
		
			| 
			 ଯଅ (ମାଲଦାଣ୍ଡି) ^ 
			 | 
			
			 1550 
			 | 
			
			 2758 
			 | 
			
			   
			 | 
			
			 2990 
			 | 
			
			 - 
			 | 
			
			 232 
			 | 
			
			 - 
			 | 
		
		
			| 
			 ବାଜରା 
			 | 
			
			 1250 
			 | 
			
			 2250 
			 | 
			
			   
			 | 
			
			 2350 
			 | 
			
			 1268 
			 | 
			
			 100 
			 | 
			
			 85 
			 | 
		
		
			| 
			 ମାଣ୍ଡିଆ 
			 | 
			
			 1550 
			 | 
			
			 3377 
			 | 
			
			   
			 | 
			
			 3578 
			 | 
			
			 2385 
			 | 
			
			 201 
			 | 
			
			 50 
			 | 
		
		
			| 
			 ମକା 
			 | 
			
			 1310 
			 | 
			
			 1870 
			 | 
			
			   
			 | 
			
			 1962 
			 | 
			
			 1308 
			 | 
			
			 92 
			 | 
			
			 50 
			 | 
		
		
			| 
			 ହରଡ଼ 
			 | 
			
			 4350 
			 | 
			
			 6300 
			 | 
			
			   
			 | 
			
			 6600 
			 | 
			
			 4131 
			 | 
			
			 300 
			 | 
			
			 60 
			 | 
		
		
			| 
			 ମୁଗ 
			 | 
			
			 4600 
			 | 
			
			 7275 
			 | 
			
			   
			 | 
			
			 7755 
			 | 
			
			 5167 
			 | 
			
			 480 
			 | 
			
			 50 
			 | 
		
		
			| 
			 ବିରି 
			 | 
			
			 4350 
			 | 
			
			 6300 
			 | 
			
			   
			 | 
			
			 6600 
			 | 
			
			 4155 
			 | 
			
			 300 
			 | 
			
			 59 
			 | 
		
		
			| 
			 ଚିନାବାଦାମ 
			 | 
			
			 4000 
			 | 
			
			 5550 
			 | 
			
			   
			 | 
			
			 5850 
			 | 
			
			 3873 
			 | 
			
			 300 
			 | 
			
			 51 
			 | 
		
		
			| 
			 ସୂର୍ଯ୍ୟମୁଖୀ ମଞ୍ଜି 
			 | 
			
			 3750 
			 | 
			
			 6015 
			 | 
			
			   
			 | 
			
			 6400 
			 | 
			
			 4113 
			 | 
			
			 385 
			 | 
			
			 56 
			 | 
		
		
			| 
			 ସୋୟାବିନ (ହଳଦିଆ) 
			 | 
			
			 2560 
			 | 
			
			 3950 
			 | 
			
			   
			 | 
			
			 4300 
			 | 
			
			 2805 
			 | 
			
			 350 
			 | 
			
			 53 
			 | 
		
		
			| 
			 ରାଶି 
			 | 
			
			 4600 
			 | 
			
			 7307 
			 | 
			
			   
			 | 
			
			 7830 
			 | 
			
			 5220 
			 | 
			
			 523 
			 | 
			
			 50 
			 | 
		
		
			| 
			 କଳାରାଶି 
			 | 
			
			 3600 
			 | 
			
			 6930 
			 | 
			
			   
			 | 
			
			 7287 
			 | 
			
			 4858 
			 | 
			
			 357 
			 | 
			
			 50 
			 | 
		
		
			| 
			 କପା (ମଧ୍ୟମ ଷ୍ଟେପଲ) 
			 | 
			
			 3750 
			 | 
			
			 5726 
			 | 
			
			   
			 | 
			
			 6080 
			 | 
			
			 4053 
			 | 
			
			 354 
			 | 
			
			 50 
			 | 
		
		
			| 
			 କପା (ସାଧାରଣ ଷ୍ଟେପଲ)^ 
			 | 
			
			 4050 
			 | 
			
			 6025 
			 | 
			
			   
			 | 
			
			 6380 
			 | 
			
			 - 
			 | 
			
			 355 
			 | 
			
			 - 
			 | 
		
	
 
* ଉତ୍ପାଦନ ଖର୍ଚ୍ଚରେ ସବୁ ପ୍ରକାରର ଖର୍ଚ୍ଚକୁ ସାମିଲ କରାଯାଇଛି ଯଥା : ଶ୍ରମିକଙ୍କ ମଜୁରି, ବଳଦ ଖର୍ଚ୍ଚ/ମେସିନ ଖର୍ଚ୍ଚ, ଭାଗ ଜମି ପାଇଁ ଦିଆଯାଇଥିବା ଭଡ଼ା, ବିହନ, ସାର, ଖତ, ଜଳସେଚନ ଖର୍ଚ୍ଚ ଭଳି ସବୁ ଭୌତିକ ଉପକରଣ ପାଇଁ ଖର୍ଚ୍ଚ, ଉପକରଣ ଏବଂ ଫାର୍ମ ଭବନ ବାବଦ ଖର୍ଚ୍ଚ, ଚଳନ୍ତି ପୁଞ୍ଜି ଉପରେ ଖର୍ଚ୍ଚ, ଡିଜେଲ/ବିଦ୍ୟୁତ, ବିବିଧ ବ୍ୟୟ ଏବଂ ପାରିବାରିକ ଶ୍ରମର ମୂଲ୍ୟ ଆଦି ।
^ ଧାନ (ଗ୍ରେଡ୍ ଏ), ଯଅ (ମାଲଦାଣ୍ଡି) ଏବଂ କପା (ଲମ୍ବା ରେଶା) ପାଇଁ ଖର୍ଚ୍ଚର ତଥ୍ୟ ପୃଥକ ଭାବେ ସଂକଳିତ କରାଯାଏ ନାହିଁ ।
 
ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରୀ ଉତ୍ପାଦନ ଖର୍ଚ୍ଚ (ସିଓପି) ଠାରୁ ଅତିକମରେ ୫୦ ପ୍ରତିଶତ ଲାଭ ହାରରେ ଏମଏସପି ଦର ନିର୍ଦ୍ଧାରଣ କରିବା ନିମନ୍ତେ ୨୦୧୮-୧୯ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିଲା । ଏହି ଘୋଷଣା ଅନୁରୂପ ୨୦୨୨-୨୩ ବିପଣନ ଋତୁ ପାଇଁ ଖରିଫ ଫସଲର ଏମଏସପିରେ ବୃଦ୍ଧି କରାଯାଇଛି । ଚାଷୀଙ୍କ ପାଇଁ ଉପଯୋଗୀ ନିରପେକ୍ଷ ଦର ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର ଏମଏସପି ବଢ଼ାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବାଜରା, ହରଡ଼, ବିରି, ସୂର୍ଯ୍ୟମୁଖି ମଞ୍ଜି, ସୋୟାବିନ ଏବଂ ଚିନାବାଦାମର ଏମଏସପି ଉପରେ ଲାଭ ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରୀ ଉତ୍ପାଦନ ଖର୍ଚ୍ଚ ଠାରୁ ୫୦ ପ୍ରତିଶତ ଅଧିକ ନିର୍ଦ୍ଧାରଣ କରାଯାଇଛି ଯାହାକି ଯଥାକ୍ରମେ : ୮୫%, ୬୦%, ୫୯%, ୫୬%, ୫୩% ଏବଂ ୫୧% ରଖାଯାଇଛି ।
ବିଗତ କିଛି ବର୍ଷ ମଧ୍ୟରେ ଏମଏସପିକୁ ତୈଳବୀଜ, ଡାଲି ଏବଂ ମୋଟା ଶସ୍ୟ କ୍ଷେତ୍ରରେ ପୁନଃସଂଗଠିତ କରିବା ଲାଗି ଦୃଢ଼ ପ୍ରୟାସ କରାଯାଇଛି । ଏହି ଫସଲ ଅମଳ ପାଇଁ ଚାଷୀମାନଙ୍କୁ ବିସ୍ତୃତ କ୍ଷେତ୍ରକୁ ନେଇଯିବା ଏବଂ ଉତ୍କୃଷ୍ଟ ଜ୍ଞାନକୌଶଳ ଓ କୃଷି ପଦ୍ଧତି ଆପଣାଇବା ନିମନ୍ତେ ପ୍ରୋତ୍ସାହିତ କରାଯାଇଛି । ଚାହିଦା-ଯୋଗାଣ ମଧ୍ୟରେ ରହିଥିବା ଅସନ୍ତୁଳନକୁ ଦୂର କରିବା ଲାଗି ଉଦ୍ୟମ କରାଯାଇଛି ।
୨୦୨୧-୨୨ ଆର୍ଥିକ ବର୍ଷର ଅଗ୍ରୀମ ଆକଳନ ଅନୁସାରେ, ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ରେକର୍ଡ ୩୧୪.୫୧ ନିୟୁତ ଟନ୍ ହେବା ନେଇ ପୂର୍ବାନୁମାନ କରାଯାଇଛି ଯାହାକି ୨୦୨୦-୨୧ ଖାଦ୍ୟଶସ୍ୟ ଉତ୍ପାଦନ ତୁଳନାରେ ୩.୭୭ ନିୟୁତ ଟନ୍ ଠାରୁ ଅଧିକ । ୨୦୨୧-୨୨ ଆର୍ଥିକ ବର୍ଷରେ ଉତ୍ପାଦନ, ବିଗତ ୫ ବର୍ଷ (୨୦୧୬-୧୭ ଠାରୁ ୨୦୨୦-୨୧)ର ହାରାହାରୀ ଖାଦ୍ୟଶସ୍ୟ ଉତ୍ପାଦନ ତୁଳନାରେ ୨୩.୮୦ ନିୟୁତ ଟନ୍ ଅଧିକ ।

 



*******
P.S. 
                
                
                
                
                
                (Release ID: 1832351)
                Visitor Counter : 351