ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
azadi ka amrit mahotsav

ଜୁନ୍‍ ୧ ଏବଂ ୨, ୨୦୨୨ ରେ ଗୁଜୁରାଟ ଠାରେ ଜାତୀୟ ଶିକ୍ଷା ମନ୍ତ୍ରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ

ପୋଷ୍ଟ କରାଯିବା ଦିନାଙ୍କ: 31 MAY 2022 7:21PM by PIB Bhubaneswar

ଜାତୀୟ ଶିକ୍ଷା ମନ୍ତ୍ରୀମାନଙ୍କ ସମ୍ମିଳନୀ ଗୁଜୁରାଟ ଠାରେ ଏବଂ ଜୁନ୍ ୨୦୨୨ ରେ ଅନୁଷ୍ଠିତ ହେବ

ଏହି ସମ୍ମିଳନୀରେ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନେ ଅଂଶଗ୍ରହଣ କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀତା ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଜୀବ ଚନ୍ଦ୍ରଶେଖର, ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁଭାଷ ସରକାର, ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଏହି ସମ୍ମିଳନୀରେ ଯୋଗଦେବେ

ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟାନ୍ୱୟନ, ବିଦ୍ୟାଳୟରେ ଦକ୍ଷତା ଏବଂ ଏନ୍ଡିଇଏଆର, ଏନ୍ଇଟିଏଫ୍ଇତ୍ୟାଦି ଡିଜିଟାଲ ପଦକ୍ଷେପ ଉପରେ ଧ୍ୟାନ ଦେଇ ଦେଶରେ ଶିକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ଉପରେ ଏହି ସମ୍ମିଳନୀରେ ଆଲୋଚନା ହେବ ବୋଲି ଆଶା କରାଯାଉଛି

ଜୁନ୍, ୨୦୨୨ରେ ମନ୍ତ୍ରୀମାନେ ବିଦ୍ୟା ସମୀକ୍ଷା କେନ୍ଦ୍ର (ଭିଏସକେ), ଭାସ୍କରାଚାର୍ଯ୍ୟ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ସ୍ପେସ୍ ଆପ୍ଲିକେସନ୍ ଏବଂ ଜିଓ-ଇନଫର୍ମେଟିକ୍ସ (ବିଆଇଏସ୍ଏଜି), ନ୍ୟାସନାଲ ଫରେନସିକ୍ ସାଇନ୍ସ ୟୁନିଭରସିଟି (ଏନ୍ଏଫ୍ଏସ୍ୟୁ) ଏବଂ ଆନ୍ତର୍ଜାତୀୟ ଅଟୋମୋବାଇଲ୍ ସେଣ୍ଟର ଅଫ୍ ଏକ୍ସଲେନ୍ସ (ଆଇଏସିଇ) ପରିଦର୍ଶନ କରିବେ

HS


(ରିଲିଜ ଆଡି: 1829923) ପରିଦର୍ଶକ କାଉଣ୍ଟର : 188
ଏହି ରିଲିଜ ପଢନ୍ତୁ : English , Urdu , हिन्दी