ଅର୍ଥ ମନ୍ତ୍ରଣାଳୟ

  ଡିଆର୍‌ଆଇ ଗୁଜରାଟର ପିପାଭାଭ୍ ବନ୍ଦର ଠାରେ ୩୯୫ କିଲୋଗ୍ରାମ୍‌ର ଅଫିମ ଜାତୀୟ ଦ୍ରବ୍ୟ/ ହେରୋଇନ୍ ମିଶ୍ରିତ ୪ଟି ବ୍ୟାଗ୍‌ ସୂତା ଜବତ କରିଛି


ଡ୍ରଗ୍ ଚୋରା ଚାଲାଣ ସିଣ୍ଡିକେଟ୍ ଉପରେ ଡିଆର୍‌ଆଇର କାର୍ଯ୍ୟାନୁଷ୍ଠାନର ଫଳସ୍ୱରୂପ ୨୦୨୧ରେ ଜାନୁଆରୀ ମାସରୁ ଡିସେମ୍ବର ମାସ ମଧ୍ୟରେ ୩,୩୦୦ କିଲୋଗ୍ରାମ୍‌ରୁ ଅଧିକ ହେରୋଇନ୍‌, ୩୨୦ କିଲୋଗ୍ରାମ୍ କୋକେନ୍ ଏବଂ ୨୩୦ କିଲୋଗ୍ରାମ୍ ହସିସ୍ ଜବତ ହୋଇଛି

Posted On: 29 APR 2022 6:16PM by PIB Bhubaneshwar

 

ଡିଆର୍‌ଆଇ ଏବଂ ଏଟିଏସ୍ ଗୁଜରାଟ ଦ୍ୱାରା ମିଳିତ ଭାବରେ ଗଠିତ ଗୁଇନ୍ଦା ସୂଚନା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଏଟିଏସ୍‌, ଗୁଜରାଟର ଅଧିକାରୀ ମାନଙ୍କର ଉପସ୍ଥିତିରେ ଗୁଜରାଟର ପିପାଭାଭ୍ ବନ୍ଦର ଠାରେ ଡିଆର୍‌ଆଇ ଦ୍ୱାରା ଏକ କଂଟେନରର ଯାଂଚ କରା ଯାଉଥିଲା । ସୂତା ବୋଝେଇ ସେହି କଂଟେନରର ସମୁଦାୟ ଓଜନ ୯,୭୬୦ କିଲୋଗ୍ରାମ୍ ଥିବା ବେଳେ ତାହାକୁ  ସନ୍ଦେହଜନକ ବୋଲି ଘୋଷିତ କରା ଯାଇଥିଲା । ଏପ୍ରିଲ୍ ୨୮ ତାରିଖରେ ଏହାର ସମ୍ପୂର୍ଣ୍ଣ ଛାନ୍‌ଭିନ୍ କରା ଯାଉଥିବା ସମୟରେ ଚାରିଟି ସନ୍ଦେହଜନକ ବ୍ୟାଗ୍ ମିଳିଥିଲା, ଯାହା ମଧ୍ୟରେ ସୂତା ଗଣ୍ଠିଲି ରହିଥିଲା, ସେଗୁଡିକ ମଧ୍ୟରୁ ୩୯୫ କିଲୋଗ୍ରାମ୍ ଅଫିମ ଜାତୀୟ ଦ୍ରବ୍ୟ/ ହେରୋଇନ୍ ମିଶ୍ରିତ ସୂତା ଜବତ ହୋଇଥିଲା । ରିଜୋନାଲ୍ ଫୋରେନସିକ୍ ସାଇନ୍ସ ଲାବରେଟୋରି ଦ୍ୱାରା କ୍ଷେତ୍ର ପରୀକ୍ଷଣ କରାଯିବାରୁ ଏଥିରେ ଅଫିମ ଜାତୀୟ ଦ୍ରବ୍ୟ ରହିଥିବା ଜଣା ପଡିଥିଲା ।

ଡ୍ରଗ୍ ଚୋରା ଚାଲାଣ ସିଣ୍ଡିକେଟ୍ ପକ୍ଷରୁ ଏଥିପାଇଁ ବିଶେଷ ପଦକ୍ଷେପ ନିଆ ଯାଇଥିଲା, ହେରୋଇନ୍ ଯୁକ୍ତ ମିଶ୍ରଣରେ ସୂତାକୁ ଭିଜେଇ ଦିଆ ଯିବା ପରେ, ତାହାକୁ ଶୁଖାଇ ଦିଆ ଯାଇଥିଲା, ଏହା ପରେ ସେହି ସୂତାକୁ ଗଣ୍ଠିଲି କରି ବ୍ୟାଗ୍‌ରେ ପ୍ୟାକ୍ କରା ଯାଇଥିଲେ ମଧ୍ୟ ତାହାକୁ ଚିହ୍ନଟ କରିବାରେ ଅଧିକାରୀ ମାନେ ସଫଳ ରହିଥିଲେ । ଏହି ବ୍ୟାଗ୍ ଗୁଡିକୁ ସୂତାର ଗଣ୍ଠିଲି ରହିଥିବା ଅନ୍ୟ ବ୍ୟାଗ୍ ଗୁଡିକରେ ଏଭଳି ପଠେଇ ଦିଆ ଯାଇଥିଲା, ଯେପରି ଏହା ଅଧିକାରୀ ମାନଙ୍କର ନଜରକୁ ନଆସେ । ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସୂତା ସହିତ ମିଶ୍ରିତ ହେରୋଇନ୍‌କୁ ବାହାର କରିବାର ଆବଶ୍ୟକତା ରହିଥାଏ । ଏନ୍‌ଡିପିଏସ୍ ଅଧିନିୟମ, ୧୯୮୫ର ପ୍ରାବଧାନ ଆଧାରରେ ଡିଆର୍‌ଆଇ ଦ୍ୱାରା ଯାଂଚ ଏବଂ ଜବତର କାର୍ଯ୍ୟ ଜାରି ରହିଛି ।

୨୦୨୧ ବର୍ଷରେ ଜାନୁଆରୀ ମାସରୁ ଡିସେମ୍ବର ମାସ ଭିତରେ ଡିଆର୍‌ଆଇ ଦ୍ୱାରା ହେରୋଇନ୍‌, କୋକେନ୍‌, ହସିସ୍ ଏବଂ ମାନସିକ ସ୍ତରରେ ପ୍ରଭାବ ପକାଉଥିବା ସାମଗ୍ରୀ ଏବଂ ମେଥାମଫେଟାମାଇନ୍ ଏବଂ ସ୍ୟୁଡୋଇଫେଡ୍ରାଇନ୍ ଭଳି ବିଭିନ୍ନ ମାଦକ ଦ୍ରବ୍ୟ ଜବତ କରାଯାଇଛି । ୩୩୦୦ କିଲୋଗ୍ରାମ୍‌ରୁ ଅଧିକ ହେରୋଇନ୍‌, ୩୨୦ କିଲୋଗ୍ରାମ୍ କୋକେନ୍ ଏବଂ ୨୩୦ କିଲୋଗ୍ରାମ୍ ହସିସ୍ ୨୦୨୧ରେ ଜବତ ହୋଇଛି ।

ମୁନ୍ଦ୍ରା ବନ୍ଦର, କାଣ୍ଡଲା ବନ୍ଦର, ନୂଆଦିଲ୍ଲୀର ତୁଗଲକବାଦ, ଭାରତ- ମ୍ୟାଁମାର ସୀମା, ଭାରତ – ନେପାଳ ସୀମା ଇତ୍ୟାଦି ସମେତ ବିଭିନ୍ନ ଅଂଚଳରୁ କ୍ରମାଗତ ଭାବେ ବିଭିନ୍ନ ପ୍ରକାରର ମାଦକ ଦ୍ରବ୍ୟ ଜବତ ହୋଇଛି ।

କୋଭିଡ୍ – ୧୯ ସମୟରେ ଅନ୍ତର୍ଜାତୀୟ ସ୍ତରର ବିମାନ ଯାତାୟତ କ୍ଷେତ୍ରରେ ଲାଗିଥିବା କଟକଣା ଉଠି ଯିବା ପରେ ଜବତର ମାତ୍ରା ଅଧିକ ହୋଇ ଯାଇଛି । ଗତ ଦୁଇ ମାସ ମଧ୍ୟରେ ଡିଆର୍‌ଆଇ ଅନେକ ମାଦକ ଦ୍ରବ୍ୟ ଜବତ କରିଛି, ଯାହା ମଧ୍ୟରୁ ମାର୍ଚ୍ଚ ୨୦୨୨ରେ କୋଲକାତା ବିମାନ ବନ୍ଦର ଠାରେ ଉତର - ପୂର୍ବରେ ଭାରତରୁ ମ୍ୟାଁମାରକୁ ଚାଲାଣ ହେଉଥିବା ୧୬ କିଲୋଗ୍ରାମ୍ ହେରୋଇନ୍ ଜବତ କରାଯିବା ଉଲ୍ଳେଖନୀୟ ।

A picture containing indoor, cornDescription automatically generated

ବିମାନ ଯାତ୍ରୀମାନେ ଡିଆର୍‌ଆଇର ଅଧିକାରୀ ମାନଙ୍କୁ ଧୋକା ଦେବା ପାଇଁ ବିଭିନ୍ନ ଉପାୟ ଏବଂ କୌଶଳ ଆପଣେଇବା ପାଇଁ ଚେଷ୍ଟା କରୁଛନ୍ତି, ଯେଉଁଥିରେ ହେରୋଇନ୍‌କୁ ବହୁତ ପତଳା କରି ଲାମିନେଟ୍ କରିବା ଅନ୍ତର୍ଭୁକ୍ତ, ଯାହା ଖାଲି ଆଖିକୁ ଦେଖା ଯାଏ ନାହିଁ । ହେରୋଇନ୍‌କୁ ଲୁଚେଇବା ପାଇଁ ସାମ୍ପୁ ଏବଂ ଖାଦ୍ୟ ପଦାର୍ଥର ମଧ୍ୟ ଉପଯୋଗ କରୁଛନ୍ତି । ଏଭଳି ପ୍ରକାରର ପଦ୍ଧତିକୁ ଯାଂଚ କରିବା ପାଇଁ ଉଚ୍ଚ ସ୍ତରର ଗୁପ୍ତଚର କାର୍ଯ୍ୟର ଆବଶ୍ୟକତା ରହିଛି, କାରଣ ଏହା ଜୀବନ ପ୍ରତି ବହୁତ ବିପଦପୂର୍ଣ୍ଣ ହୋଇଥାଏ ।

****

SSP



 

 



(Release ID: 1821431) Visitor Counter : 154


Read this release in: English , Urdu , Hindi