ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ଚଳିତ ଚିନି ଋତୁ ୨୦୨୧-୨୨ରେ ଚିନି ଉତ୍ପାଦନ ପୂର୍ବ ଚିନି ଋତୁ ତୁଳନାରେ ୧୩% ଅଧିକ ହେବା ଆଶା: କେନ୍ଦ୍ର


ଦେଶରେ ଚିନି ଉପଲବ୍ଧତା ଘରୋଇ ଆବଶ୍ୟକତା ପୂରଣ ପାଇଁ ପର୍ଯ୍ୟାପ୍ତ ଅଟେ: କେନ୍ଦ୍ର

ଚଳିତ ଚିନି ଋତୁ ୨୦୨୧-୨୨ରେ ଚିନି କଳଗୁଡ଼ିକ ଚାଷୀମାନଙ୍କୁ ଆଖୁ ମୂଲ୍ୟ ବାବଦରେ ୧,୦୦,୦୦୦ କୋଟି ଟଙ୍କାରୁ ଅଧିକ ପ୍ରଦାନ କରିବେ

Posted On: 19 APR 2022 6:57PM by PIB Bhubaneshwar

ଚଳିତ ଚିନି ଋତୁ ୨୦୨୧-୨୨ରେ ଚିନି ଉତ୍ପାଦନ ପୂର୍ବ ଚିନି ଋତୁ ତୁଳନାରେ ୧୩% ଅଧିକ ହେବା ନେଇ ଆଶା କରାଯାଉଛି ସଂଶୋଧିତ ଆକଳନ ଅନୁସାରେ ଚଳିତ ଚିନି ଋତୁ ୨୦୨୧-୨୨ରେ ଚିନି ଉତ୍ପାଦନ ପାଖାପାଖି ୩୫୦ ଲକ୍ଷ ମେଟି୍ରକ ଟନ (ଏଲଏମଟି) (ଇଥାନଲ ପାଇଁ ୩୫ ଏଲଏମଟି ଚିନି କାଟଛାଣ୍ଟ କରାଯିବା ପରେ) ହେବା ନେଇ ଆଶା ରହିଛି, ଯେବେ କି ଘରୋଇ ଆବଶ୍ୟକତା ପାଖାପାଖି ୨୭୮ ଏଲଏମଟି ହେବ ବୋଲି ଆକଳନ କରାଯାଇଛି ଚିନି ଋତୁ ୨୦୨୧-୨୨ ପ୍ରାରମ୍ଭରେ ପାଖାପାଖି ୮୫ ଲକ୍ଷ ମେଟି୍ରକ ଟନ ଚିନି ମହଜୁଦ ରହିଥିଲା

 

ପାଖାପାଖି ୯୫ ଏଲଏମଟିର ସମ୍ଭାବ୍ୟ ରପ୍ତାନି ପରେ ମଧ୍ୟ ୨୦୨୨ ସେପ୍ଟେମ୍ବର ଶେଷ ବେଳକୁ ଚଳିତ ଚିନି ଋତୁ ନିମନ୍ତେ ଚିନିର କ୍ଲୋଜିଙ୍ଗ ଷ୍ଟକ ୬୦ ଏଲଏମଟିଠାରୁ ଅଧିକ ହେବା ସମ୍ଭାବନା ରହିଛି ଦେଶରେ ଚିନିର ଉପଲବ୍ଧତା ଘରୋଇ ଆବଶ୍ୟକତା ପୂରଣ ନିମନ୍ତେ ପର୍ଯ୍ୟାପ୍ତ ଏଭଳି ସ୍ଥିତିରେ ଚିନି ସହଜରେ ଉପଲବ୍ଧ ହେବ ଏବଂ ଘରୋଇ ବଜାରରେ ଚିନି ଦର ଉଚିତ ସ୍ତରରେ ସ୍ଥିର ରହିବା ନେଇ ଆଶା କରାଯାଉଛି

 

ନେଇ ସଚିବ (ଖାଦ୍ୟ ସାଧାରଣ ବଣ୍ଟନ), ଭାରତ ସରକାରଙ୍କ ଅଧ୍ୟକ୍ଷତାରେ ରାଜ୍ୟଗୁଡ଼ିକର ପ୍ରମୁଖ ସଚିବ (ଚିନି)ଙ୍କ ସହିତ ଆଜି ଏଠାରେ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ଚିନି ଋତୁ ୨୦୨୧-୨୨ (ଅକ୍ଟୋବର-ସେପ୍ଟେମ୍ବର) ନିମନ୍ତେ ଆଖୁ ଚାଷ ଅଞ୍ଚଳର ଆକଳନ କରିବା, ଆଖୁ ଚିନି ଉତ୍ପାଦନ ସହିତ ଚିନିର ରପ୍ତାନି ଇଥାନଲ ଉତ୍ପାଦନ ପାଇଁ ଜରୁରି ଚିନି କାଟଛାଣ୍ଟ କରି ପୃଥକ ରଖିବା ଭଳି ପ୍ରସଙ୍ଗରେ ଆଲୋଚନା ହୋଇଛି

 

ସରକାର ଚିନି କଳଗୁଡ଼ିକୁ ଅତିରିକ୍ତ ଆଖୁକୁ ପେଟ୍ରୋଲ ସହ ସାମିଲ କରି ମିଶ୍ରିତ ଇଥାନଲ ବନାଇବା ପାଇଁ ପ୍ରୋତ୍ସାହିତ କରୁଛନ୍ତି ଏହା କେବଳ ସବୁଜ ଇନ୍ଧନ ଭାବେ କାମ ଦେବନାହିଁ, ବରଂ ଅଶୋଧିତ ତୈଳ ଆମଦାନିରେ ହ୍ରାସ ରୂପରେ ବିଦେଶୀ ମୁଦ୍ରା ସଞ୍ଚୟ ବି କରିବ ବିଗତ ଚିନି ଋତୁ ୨୦୧୮-୧୯, ୨୦୧୯-୨୦ ୨୦୨୦-୨୧ରେ ପାଖାପାଖି .୩୭ ଏଲଏମଟି, .୨୬ ଏଲଏମଟି ୨୨ ଏଲଏମଟି ଚିନିକୁ ଇଥାନଲରେ ପରିବର୍ତ୍ତନ କରାଯାଇଛି ବର୍ତ୍ତମାନ ଚିନି ଋତୁ ୨୦୨୧-୨୨ରେ ପାଖାପାଖି ୩୫ ଏଲଏମଟି ଚିନିକୁ ଇଥାନଲ ପାଇଁ ଛଡ଼ାଯିବା ନେଇ ଅନୁମାନ କରାଯାଉଛି ଏବଂ ୨୦୨୪-୨୫ ସୁଦ୍ଧା ପାଖାପାଖି ୬୦ ଏଲଏମଟି ଚିନିକୁ ଇଥାନଲରେ ପରିଣତ ନିମନ୍ତେ ଲକ୍ଷ୍ୟ ରହିଛି ଏହାଦ୍ୱାରା ଅତିରିକ୍ତ ଆଖୁ ସମସ୍ୟା ସହିତ ବିଳମ୍ବରେ ହେଉଥିବା ଦେୟ ପ୍ରଦାନ ସମସ୍ୟାର ପ୍ରତିକାର ବାହାରି ପାରିବ ଏବଂ ଚାଷୀମାନଙ୍କୁ ଉଚିତ ସମୟରେ ପାଉଣା ମିଳିପାରିବ

 

ଇଥାନଲ ଯୋଗାଣ ବର୍ଷ (ଇଏସୱାଇ) ୨୦୧୩-୧୪ (ଡିସେମ୍ବର-ନଭେମ୍ବର)ରୁ ଇଏସୱାଇ ୨୦୨୦-୨୧ ପର୍ଯ୍ୟନ୍ତ, ଚିନି କଳ/ଡିଷ୍ଟିଲରିଗୁଡ଼ିକ ତୈଳ ବିପଣନକାରୀ କମ୍ପାନି (ଓଏମସି) ଗୁଡ଼ିକୁ ଇଥାନଲ ବିକି୍ରରୁ ପାଖାପାଖି ୫୩,୦୦୦ କୋଟି ଟଙ୍କାର ରାଜସ୍ୱ ସୃଷ୍ଟି କରିଛି ବର୍ତ୍ତମାନ ଇଏସୱାଇ ୨୦୨୧-୨୨ରେ ଚିନି କଳଗୁଡ଼ିକ ଦ୍ୱାରା ଓଏମସିକୁ ଇଥାନଲ ବିକି୍ରରୁ ୧୮,୦୦୦ କୋଟି ଟଙ୍କାରୁ ଅଧିକ ରାଜସ୍ୱ ସୃଷ୍ଟି ହେବା ଆଶା ରହିଛି

 

ଗତ ଚିନି ଋତୁ ୨୦୨୦-୨୧ରେ ୯୨,୯୩୮ କୋଟି ଟଙ୍କାର ଆଖୁ ବକେୟାରୁ ଚାଷୀମାନଙ୍କୁ ୧୮--୨୦୨୨ ସୁଦ୍ଧା ପାଖାପାଖି ୯୨,୪୮୦ କୋଟି ଟଙ୍କାର ଆଖୁ ବକେୟା ପ୍ରଦାନ କରାଯାଇଛି ସେହିଭଳି ବିଗତ ଚିନି ଋତୁର ୯୯.% ଆଖୁ ବକେୟାକୁ ପରିଶୋଧ କରାଯାଇଛି ଚଳିତ ଚିନି ଋତୁ ୨୦୨୧-୨୨ରେ ୯୧,୪୬୮ କୋଟି ଟଙ୍କାର ମୋଟ ଆଖୁ ବକେୟା ମଧ୍ୟରୁ ଚାଷୀମାନଙ୍କୁ ୧୮--୨୦୨୨ ସୁଦ୍ଧା ୭୪,୧୪୯ କୋଟି ଟଙ୍କାର ପାଉଣା ପ୍ରଦାନ କରାଯାଇଛି, ଯାହା କି ୮୦%ରୁ ଅଧିକ ଚଳିତ ଚିନି ଋତୁରେ ଚିନି କଳଗୁଡ଼ିକ ଚାଷୀମାନଙ୍କୁ ,୦୦,୦୦୦ କୋଟି ଟଙ୍କାରୁ ଅଧିକ ଆଖୁ ମୂଲ୍ୟ ପ୍ରଦାନ କରିବା ନେଇ ଆଶା ରହିଛି ଆଖୁ ରପ୍ତାନିରେ ବୃଦ୍ଧି ଆଖୁରୁ ଇଥାନଲ ଉତ୍ପାଦନ ହେବା କାରଣରୁ ଚାଷୀମାନଙ୍କୁ ଆଖୁ ମୂଲ୍ୟ ବାବଦ ପାଉଣା ପ୍ରଦାନ ତ୍ୱରାନ୍ୱିତ ହୋଇପାରିଛି

 

 

SR



(Release ID: 1818239) Visitor Counter : 154


Read this release in: English , Urdu , Hindi