ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
“ବିର୍ସା ମୁଣ୍ଡା - ଜନଜାତୀୟ ନାୟକ” ପୁସ୍ତକ ଉନ୍ମୋଚନ କଲେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ
Posted On:
05 APR 2022 5:57PM by PIB Bhubaneshwar
କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବିଳାସପୁରସ୍ଥିତ ଗୁରୁ ଘାସିଦାସ ବିଶ୍ୱବିିଦ୍ୟାଳୟର କୁଳପତି, ପ୍ରଫେସର ଆଲୋକ ଚକ୍ରବାଲଙ୍କ ଲିଖିତ ପୁସ୍ତକ “ବିର୍ସା ମୁଣ୍ଡା - ଜନଜାତୀୟ ନାୟକ” ର ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ଉପସ୍ଥିତ ଥିଲେ ।
ଏହି ଅବସରରେ ତାଙ୍କ ଅଭିଭାଷଣରେ ଶ୍ରୀଯୁକ୍ତ ପ୍ରଧାନ କହିଥିଲେ ଯେ, ଏହି ପୁସ୍ତକ ଭଗବାନ ବିର୍ସା ମୁଣ୍ଡାଙ୍କର ସଂଘର୍ଷ ଏବଂ ସ୍ୱତନ୍ତ୍ରତା ଆନ୍ଦୋଳନରେ ବନବାସୀ ମାନଙ୍କର ଯୋଗଦାନକୁ ସର୍ବସମ୍ମୁଖକୁ ଆଣିବା ନିମନ୍ତେ ଏକ ବ୍ୟାପକ ପ୍ରୟାସ ଅଟେ । ସେ ଆଜାଦୀର ଅମୃତ ମହୋତ୍ସବ ଅବସରରେ ରାଷ୍ଟ୍ରୀୟ ସ୍ମୃତିରେ ସ୍ୱତନ୍ତ୍ରତା ପାଇଁ ନିଜର ବଳିଦାନ ଦେଇଥିବା ଲୁକ୍କାୟିତ ନାୟକ ମାନଙ୍କର କାହାଣୀକୁ ଉଲ୍ଲେଖ କରିବା ପାଇଁ ପ୍ରଫେସର ଆଲୋକ ଚକ୍ରବାଲ୍ଙ୍କର ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଏହି ଭଳି ପ୍ରୟାସ ଅନ୍ୟ ଲୋକମାନଙ୍କୁ ଏଭଳି କାହାଣୀ ଗୁଡିକୁ ସର୍ବସମ୍ମୁଖକୁ ଆଣିବା ନିମନ୍ତେ ପ୍ରେରଣା ଦେବ ।
*****
SSP
(Release ID: 1813895)
Visitor Counter : 207