ଅର୍ଥ ମନ୍ତ୍ରଣାଳୟ

ମାର୍ଚ୍ଚ ୮, ୨୦୨୨ରେ ଆରମ୍ଭ ହେବା ପରଠାରୁ ୩୭,୦୦୦ରୁ ଅଧିକ ଉପଭୋକ୍ତା ୟୁପିଆଇ୧୨୩ପେ’ରେ ଯୋଡି ହୋଇଛନ୍ତି

Posted On: 28 MAR 2022 5:58PM by PIB Bhubaneshwar

 

ଭାରତ ବାହାରେ ୟୁପିଆଇ ସେବାର ବ୍ୟାପକ ପ୍ରସାର ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍‌ବିଆଇ) ଦ୍ୱାରା ବିଭିନ୍ନ ପଦକ୍ଷେପ ନିଆଯାଇଛି । ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତର ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଡ. ଭାଗବତ କିଷାନରାଓ କରାଡ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଏହି ପଦକ୍ଷେପ ଗୁଡିକ ସମ୍ପର୍କରେ ନିମ୍ନରେ ପ୍ରଦାନ କରାଗଲା:

  • ନ୍ୟାସନାଲ ପେମେଂଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ)ର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ଏକ ସଂସ୍ଥା ଏନ୍‌ପିସିଆଇ ଇଂଟରନ୍ୟାସନାଲ୍ ପେମେଂଟ ଲିମିଟେଡ୍ (ଏନ୍‌ଆଇପିଏଲ୍‌) ୟୁପିଆଇର ଅନ୍ତର୍ଜାତୀକରଣ ପାଇଁ ଉତ୍ସର୍ଗୀକୃତ । ଏନ୍‌ଆଇପିଏଲ୍ ଅନ୍ତର୍ଜାତୀୟ ବଣିକ ପ୍ରତିଷ୍ଠାନରେ ଭିମ୍ ୟୁପିଆଇ କ୍ୟୁଆର୍‌ର ସୀମା ପାର ସ୍ୱୀକୃତି ସକ୍ଷମ କରିବାକୁ ବିଭିନ୍ନ ଦେଶରେ ବିଭିନ୍ନ ପଦକ୍ଷେପ ନେଇଛି । ଏହି ସହଭାଗୀତା ଭାରତୀୟ ଯାତ୍ରୀମାନଙ୍କୁ ଆନ୍ତର୍ଜାତୀୟ ବଣିକ ପ୍ରତିଷ୍ଠାନ ଗୁଡିକରେ ସେମାନଙ୍କର ଖୁଚୁରା କ୍ରୟ ପାଇଁ ଭିମ୍ ୟୁପିଆଇ କ୍ୟୁଆର୍ ବ୍ୟବହାର କରି ଦେୟ ପ୍ରଦାନ କରିବାକୁ ସହଜ କରିବ ।
  • ସମ୍ପ୍ରତି ଭିମ୍ ୟୁପିଆଇ କ୍ୟୁଆର୍ ସିଙ୍ଗାପୁରରେ(ମାର୍ଚ୍ଚ, ୨୦୨୦), ଭୁଟାନ୍‌ରେ(ଜୁଲାଇ, ୨୦୨୧) ଏବଂ ନିକଟରେ ୟୁଏଇ ଏବଂ ନେପାଳ(ଫେବୃଆରୀ ୨୦୨୨)ରେ  ଅଂଶୀଦାରମାନଙ୍କ ସ୍ୱୀକୃତି ଲାଭ କରିଛି । ଅବଶ୍ୟ, ଗତ ଦୁଇ ବର୍ଷ ମଧ୍ୟରେ ମହାମାରୀ ହେତୁ ଭ୍ରମଣ ପ୍ରତିବନ୍ଧକ ଏହି ସୁବିଧାକୁ ବିଦେଶରେ ପ୍ରଭାବିତ କରିଛି ।
  • ଏହି ପରିପ୍ରେକ୍ଷୀରେ, ରିଜର୍ଭ ବ୍ୟାଙ୍କ ଯେଉଁ ଦେଶ ମାନଙ୍କର ସହଯୋଗର ସମ୍ଭାବନା ଅଛି, ସେହି ଦେଶ ଗୁଡିକରେ ୟୁପିଆଇର ବ୍ୟାପକ ବିସ୍ତାର ପାଇଁ ସହଯୋଗର ସୁବିଧା ପ୍ରଦାନ କରୁଛି । ଅନୁସନ୍ଧାନ କାର୍ଯ୍ୟ ସମ୍ପର୍କିତ ବିଭିନ୍ନ ମଡେଲ୍‌ଗୁଡିକ ନିମ୍ନ ପ୍ରକାରର ଅଟେ:

(କ) ଏକ ଚୁକ୍ତିନାମା କିମ୍ବା ଏମ୍‌ଓୟୁ ମାଧ୍ୟମରେ କେନ୍ଦ୍ରୀୟ ବ୍ୟାଙ୍କର କେନ୍ଦ୍ରୀୟ ବ୍ୟାଙ୍କକୁ ସହଯୋଗ

(ଖ) କେନ୍ଦ୍ରୀୟ ବ୍ୟାଙ୍କ ନେଟ୍‌ୱର୍କ ଏବଂ କେନ୍ଦ୍ରୀୟ ବ୍ୟାଙ୍କ/ ସରକାରୀ ଏଜେନ୍ସି ମଧ୍ୟରେ ଆଲୋଚନା ଏବଂ ଚୁକ୍ତିକୁ ସୁଗମ କଲା

(ଗ) ନେଟ୍‌ୱର୍କରୁ ନେଟ୍‌ୱର୍କକୁ ଯୋଡିବା ବ୍ୟବସ୍ଥା

ଏହା ବ୍ୟତୀତ, ମାର୍ଚ୍ଚ ୨୦୨୨ରେ ଶୁଭାରମ୍ଭ କରାଯାଇଥିବା ୟୁପିଆଇ୧୨୩ପେର କାର୍ଯ୍ୟଦକ୍ଷତା ନିମ୍ନ ପ୍ରକାରର ଅଟେ ।

 

 

March 2022*

Users on-boarded

37,096

Balance check

31,473

Successful transactions

21,833

Successful transactions value (Rs. In lacs)

79.15

 

 

 

 

 

 

 

Source: RBI

*data is as on 21.03.2022

 

****

SSP



 

 



(Release ID: 1810713) Visitor Counter : 181


Read this release in: English , Telugu