ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦେଶରେ କୋଭିଡ-୧୯ ପରିସ୍ଥିତି ଓ ଟିକାକରଣ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ


ଭୂତାଣୁ ମୁକାବିଲାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମ ଓ ନାଗରିକଗଣଙ୍କ ଅଂଶ ଗ୍ରହଣକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଟିକା ପ୍ରଦାନକରଣ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କ ନିରବଚ୍ଛିନ୍ନ ଉଦ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ସାଧୁବାଦ

କୋଭିଡ ସମ୍ପର୍କୀତ ମାର୍ଗଦର୍ଶିକା ପାଳନକୁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

Posted On: 09 MAR 2022 10:46PM by PIB Bhubaneshwar

ପ୍ରଧାନମନ୍ତ୍ରୀ (ତା ୦୯.୦୩.୨୦୨୨) ଦେଶରେ ବିଶେଷକରି ଓମିକ୍ରମ ପ୍ରବାହ ପରିପ୍ରେକ୍ଷୀରେ କୋଭିଡ-୧୯ ପରିସ୍ଥିତି ତଥା ଟିକାକରଣ ସ୍ଥିତି ଉପରେ ଏକ ଉଚ୍ଚସ୍ତରୀୟ ବୈଠକର ସମୀକ୍ଷା କରିଥିଲେ ।

ବୈଶ୍ୱିକ କୋଭିଡ ଦୃଶ୍ୟପଟ ଓ ଭାରତରେ କୋଭିଡ-୧୯ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସବିଶେଷ ବିବରଣୀ ପ୍ରଦାନ କରାଯାଇଥିଲା । ଏଥିରେ ଭାରତରେ ନିରବଚ୍ଛିନ୍ନ ଉଦ୍ୟମ ଓ ଟିକାକରଣ ପ୍ରଭାବ ଯୋଗୁଁ କିପରି ହସ୍‌ପିଟାଲ ଭର୍ତ୍ତି ସଂଖ୍ୟା ହ୍ରାସ ପାଇବା ସହ କୋଭିଡ-୧୯ର ତୃତୀୟ ଲହରରେ ମୃତ୍ୟୁ ସଂଖ୍ୟା ଓ ସାଂଘାତିକ ଅବସ୍ଥା କମ୍ ହୋଇଛି ତାହାର ସୂଚନା ପ୍ରଦାନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ନେତୃତ୍ୱରେ ନିଆଯାଇଥିବା ପଦକ୍ଷେପ ଯୋଗୁଁ କିପରି ସଂକ୍ରମଣ ବ୍ୟାପିବା ହ୍ରାସ ପାଇଛି ସେ ସମ୍ପର୍କରେ ସମୀକ୍ଷାରୁ ଜଣାପଡିଥିଲା । ଭାରତର ବୈଶ୍ୱିକ ମହାମାରୀ ପରିଚାଳନା ଓ ଟିକାକରଣ ଅଭିଯାନକୁ ବୈଶ୍ୱିକ ସ୍ତରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଜାତିସଂଘ, ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ପ୍ରଶଂସା କରିବା ସହ ହାର୍ଭାଡ ବିଜନେସ ସ୍କୁଲ ଓ ଇନ୍‌ଷ୍ଟିଚ୍ୟୁଟ ଅଫ କମ୍ପିଟେଟିଭନେସ ଦ୍ୱାରା ମଧ୍ୟ ପ୍ରଶଂସା କରାଯାଇଛି ।

ଟିକାପ୍ରଦାନକାରୀ, ସ୍ୱାସ୍ଥ୍ୟ ଯତ୍ନ କାର୍ଯ୍ୟ, ରାଜ୍ୟଓ କେନ୍ଦ୍ର ସରକାରଙ୍କ ନିରବଚ୍ଚିନ୍ନ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ସାଧୁବାଦ ଜଣାଇଥିଲେ । କୋଭିଡ ମାର୍ଗଦର୍ଶିକାର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହାକୁ ପାଳନ କରିବା ତଥା ନିଜର ପାଳି ଆସିବା ସହ ଟିକା ନେବା ଉପରେ ପରାମର୍ଶ ଦେଇଥିଲେ ।

କେନ୍ଦ୍ର ଗୃହ ମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ, ନୀତି ଆୟୋଗ(ସ୍ୱାସ୍ଥ୍ୟ) ସଦସ୍ୟ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ ।

 

****

SM /SLP



(Release ID: 1804662) Visitor Counter : 187