ଜଳ ଶକ୍ତି ମନ୍ତ୍ରଣାଳୟ

ଜଳଜୀବନ ମିଶନ ଅଧୀନରେ ଓଡିଶାକୁ କେନ୍ଦ୍ରର ୮୩୧ କୋଟି ଟଙ୍କା ମଞ୍ଜୁର

Posted On: 31 DEC 2021 4:55PM by PIB Bhubaneshwar

ଓଡିଶାରେ ଜଳଜୀବନ ମିଶନକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଆଜି (୩୧-୧୨-୨୦୨୧) ୮୩୦କୋଟି ୮୫ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।

ଆଗାମୀ ୨୦୨୪ ସୁଦ୍ଧା ଓଡିଶା ‘ହର ଘର ଜଲ’ ରାଜ୍ୟ ହେବା ପାଇଁ ଲକ୍ଷ୍ୟ ରଖିଛି । ରାଜ୍ୟରେ ୮୫.୬୭ଲକ୍ଷ ଗ୍ରାମଞ୍ଚଳ ଘର ମଧ୍ୟରୁ ୩୫. ୩୭ଲକ୍ଷ  (୪୧. ୨୮%)ଘରେ ଟ୍ୟାପ ଯୋଗେ ପାଣି ଯୋଗାଣ ହେଉଛି । ଗ୍ରାମାଞ୍ଚଳରେ ପାଇପ ପାଣି ଯୋଗାଇ ଦେବା ପାଇଁ ଜଳ ଯୋଗାଣ କାର୍ଯ୍ୟ ପୂର୍ଣ୍ଣମାତ୍ରାରେ ଚାଲୁଛି । ଶତପ୍ରତିଶତ ଗ୍ରାମାଞ୍ଚଳ ଘରେ ଜଳ ଯୋଗାଇଦେବା ନିମନ୍ତେ ବ୍ୟବସ୍ଥା କରାଯାଇଛି ।

ଜଳ ଜୀବନ ମିଶନ ଅଧୀନରେ ଗ୍ରାମାଞ୍ଚଳରେ ଘରେ ଘରେ ପାଇପ ଯୋଗେ ପାଣି ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଅଗ୍ରାଧିକାର ଦେଉଛନ୍ତି । ବଜେଟ୍‌ରେ ଏଥିପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ୩, ୩୨୩.୪୨କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ, ଗତବର୍ଷ ଓଡିଶା ପାଇଁ ଏହା ୮୧୨. ୧୫କୋଟି ଟଙ୍କା ଥିଲା ।

ଜଳ ଜୀବନ ମିଶନ ଏକ ବିକେନ୍ଦ୍ରୀକରଣ ପ୍ରକ୍ରିୟାରେ ତଳୁ ଉପର ପର୍ଯ୍ୟନ୍ତ ପରିଚାଳିତ ହୋଇଥାଏ । ଏଥିରେ ସ୍ଥାନୀୟ ଗ୍ରାମ୍ୟ ଗୋଷ୍ଠୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ପରିଚାଳନାଠାରୁ କାର୍ଯ୍ୟକାରିତା ଓ ରକ୍ଷଣାବେକ୍ଷଣ ପର୍ଯ୍ୟନ୍ତ କାର୍ଯ୍ୟ ଗ୍ରାମ୍ୟଗୋଷ୍ଠୀ ଦ୍ୱାରା କରାଯାଇଥାଏ । ଏଥିପାଇଁ ରାଜ୍ୟ ଗୋଷ୍ଠୀକେନ୍ଦ୍ରୀୟ କାର୍ଯ୍ୟକ୍ରମ ସହ ପାଣି ସମିତିଗୁଡିକୁ ମଜବୁତ କରିବା ଦାୟିତ୍ୱ ନିଅନ୍ତି । ଏପର୍ଯ୍ୟନ୍ତ ଓଡିଶା ୩, ୬୯୫ଟି ଗ୍ରାମ୍ୟ ଜଳ ଓ ପରିମଳ କମିଟି ଗଠନ କରିଥିବାବେଳେ ୨୩୪୫ଟି ଗ୍ରାମ୍ୟ କାର୍ଯ୍ୟାନ୍ୱୟନ ଯୋଜନା ବିକଶିତ ହୋଇଛି। କାର୍ଯ୍ୟକ୍ରମ ଜରିଆରେ ମହିଳାମାନଙ୍କ ଅଂଶଗ୍ରହଣକୁ ଅଧିକ ପ୍ରୋତ୍ସାହିତ କରାଯାଉଛି । କାରଣ ସେମାନେ ହିଁ ଘର ପାଣି ପରିଚାଳନା ଦାୟିତ୍ୱ ମୁଖ୍ୟତଃ ତୁଲାଇ ଥାଆନ୍ତି । ମିଶନ ସମ୍ପର୍କରେ ଜନସଚେତନତା ଗ୍ରାମ ଗୋଷ୍ଠୀକୁ ସମ୍ବେଦନଶୀଳ କରିବା ପାଇଁ ଛଅଟି ତ୍ୱରାନ୍ୱିତକାରୀ  ସହାୟତ ସଂସ୍ଥାକୁ ମଧ୍ୟ ନିଯୁକ୍ତ କରାଯାଇଛି । ସେମାନେ ନିରାପଦ ଜଳସମ୍ପର୍କରେ ସଚେତନ କରିବା ସହ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବା ପାଇଁ ପଂଚାୟତିରାଜ ଅନୁଷ୍ଠାନଗୁଡିକୁ ମଧ୍ୟ ସହାୟତା ଦେଇଥାନ୍ତି । ଫିଲ୍ଡ ଟେଷ୍ଟ କିଟ୍ ସହ ଜଳର ଗୁଣାତ୍ମକମାନ ପରଖିବା ଲାଗି ଓଡିଶାରେ ୧୭, ୭୫୬ ଜଣ ମହିଳାଙ୍କୁ ତାଲିମ ପ୍ରଦାନ କରାଯାଇଛି । ପିଇବା, ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି, ହାତଧୋଇବା, ପ୍ରତ୍ୟେକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ଶୌଚାଳୟ ପାଇଁ ପାଇପ୍ ଜଳ ବ୍ୟବହାର ସୁନିଶ୍ଚିତ କରିବା ଲାଗି ଉଦ୍ୟମ ହେଉଛି । ଏପର୍ଯ୍ୟନ୍ତ  ଓଡିଶାର ୩୬, ୩୭୨ ବିଦ୍ୟାଳୟ (ଶତକଡା ୬୭%) ଓ ୨୯, ୦୯୪(୫୪%)ଅଙ୍ଗନବାଡି କେନ୍ଦ୍ରରେ ଟ୍ୟାପ ପାଣି ଯୋଗାଇ ଦିଆଯାଇଛି ।

ଜନସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଟ୍ୟାପ ଯୋଗେ ପାଣି ଯୋଗାଣକୁ ଅଗ୍ରାଧିକାର ଦିଆଯାଇ ଦେଶରେ ଜଳର ଗୁଣାତ୍ମକମାନ ପରୀକ୍ଷା ପାଇଁ  ୨୦୦୦ ପରୀକ୍ଷାଗାର ସ୍ଥାପନ କରାଯାଇଛି । ଜନସାଧାରଣ ଯେତେବେଳେ ଚାହିଁବେ ସେଠାରୁ ଜଳନମୁନା ନେଇ ସ୍ପଳ୍ପ ଦେୟରେ  ନମୁନା ପରୀକ୍ଷା କରିପାରିବେ । ଓଡିଶାରେ ଏହିପରି ୭୭ଟି ପରୀକ୍ଷାଗାର ରହିଛି ।

 

୨୦୧୯ ମସିହାରେ ଯେତେବେଳେ ମିଶନ ଆରମ୍ଭ ହେଲା ଦେଶରେ ୧୯.୨୦ କୋଟି ଗ୍ରାମାଞ୍ଚଳ ଗୃହ ମଧ୍ୟରୁ କେବଳ ୩.୨୩ କୋଟି (୧୭%) ଘରେ ଟ୍ୟାପ ପାଣି ଆସୁଥିଲା । ଏହି ମିଶନ ଆରମ୍ଭ ହେବା ପରଠାରୁ କୋଭିଡ-୧୯ ବୈଶ୍ୱିକ ମହାମାରୀ ସତ୍ୱେ ୫. ୫୧ କୋଟି (୨୮.୬୭ %) ଘରେ ପାଇପ ଯୋଗେ ପାଣି ଯୋଗାଇ ଦିଆଯାଇଛି । ବର୍ତମାନ ୮.୭୪କୋଟି (୪୫.୫୧%) ଗ୍ରାମଞ୍ଚଳ ଘର ପାଇପ ଯୋଗେ ପାଣି ପାଇପାରୁଛନ୍ତି ।

ଗୋଆ,ତେଲଙ୍ଗାନା, ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ, ଦାଦ୍ରା ଓ ନଗର ହାବେଳୀ ଓ ଡାମନଡ୍ୟୁ, ପୁଡୁଚେରୀ ଓ ହରିୟାଣାରେ ଗ୍ରାମାଞ୍ଚଳ ଘର ହର ଘର ଜଳ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଭାବେ ବିବେଚିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନୀତି ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ,ସବ୍‌କା ପ୍ରୟାସ ଅନୁସାରେ “କେହି ବାଦ ପଡିବେନି” ଓ ପ୍ରତ୍ୟେକ ଗ୍ରାମାଞ୍ଚଳ ଘର ଜଳସଂଯୋଗ ପାଇବେ । ବର୍ତ୍ତମାନ ଦେଶର ୮୪ଟି ଜିଲ୍ଲା ଓ ୧.୩୦ଲକ୍ଷ ଗ୍ରାମରେ ପାଇପ ପାଣି ଯୋଗାଇ ଦିଆଯାଉଛି ।

 

*****

SM / SLP



(Release ID: 1786712) Visitor Counter : 143


Read this release in: English , Urdu , Hindi , Punjabi