କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ

କେନ୍ଦ୍ର କୃଷି ମନ୍ତ୍ରୀ ଫସଲ ସୁରକ୍ଷା ପାଇଁ କୀଟ ନାଶକ ପ୍ରୟୋଗ ତଥା ମାଟି ଏବଂ ଫସଲର ପୋଷକ ତତ୍ୱଗୁଡିକର ସିଂଚନ ଲାଗି ଡ୍ରୋନ ବ୍ୟବହାର ସଂପର୍କରେ ମାନକ ସଂଚାଳନ ପ୍ରକ୍ରିୟା(ଏସଓପି) ଜାରି କରିଛନ୍ତି


ଡ୍ରେନ କୌଶଳ ହେଉଛି କୃଷି ପାଇଁ ଉପଯୋଗୀ ଏବଂ କୃଷକ ମାନଙ୍କୁ ଲାଭବାନ କରାଇବ : ଶ୍ରୀ ନରେନ୍ଦ୍ର ସିଂହ ତୋମର

Posted On: 21 DEC 2021 5:48PM by PIB Bhubaneshwar

ଡ୍ରୋନ କୌଶଳକୁ ଆପଣାଇବା ହେଉଛି ସମୟର ଆହ୍ୱାନ ଏବଂ ଏହାଦ୍ୱାରା କୃଷକମାନଙ୍କୁ ଲାଭ ମିଳିବ କୃଷିରେ ଡ୍ରୋନର ବ୍ୟବହାର ପାଇଁ ମାନକ ସଂଚାଳନ ପ୍ରକ୍ରିୟା (ଏସଓପି) ଜାରି କରି କୃଷି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ 2014 ଠାରୁ ଲାଗୁ ହୋଇଥିବା ସମସ୍ତ ନୀତିଗୁଡ଼ିକର ଉଦ୍ଦେଶ୍ୟ ହେଉଛି 2022 ସୁଦ୍ଧା କୃଷକଙ୍କ ଆୟକୁ ଦୁଇ ଗୁଣ କରିବା ସେ କହିଛନ୍ତି ଯେ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ଏବଂ କୃଷି ଭିତିଭୂମି ପାଣ୍ଠି (ଏଆଇଏଫ୍) ଗଠନ ଦ୍ୱାରା କ୍ଷୁଦ୍ର ଚାଷୀଙ୍କ ଜୀବନରେ ପରିବର୍ତନ ଆସିବ ଶ୍ରୀ ତୋମର କହିଛନ୍ତି ଯେ ଦେଶର ବିଭିନ୍ନ ରାଜ୍ୟଗୁଡ଼ିକରେ ଫସଲରେ  ପଙ୍ଗପାଳମାନଙ୍କ ଆକ୍ରମଣକୁ ରୋକିବା ପାଇଁ ପ୍ରଥମ ଥର ଲାଗି ଡ୍ରୋନର ବ୍ୟବହାର କରାଯାଇଥିଲା ସେ କହିଛନ୍ତି ଯେ ସରକାର କୃଷି କ୍ଷେତ୍ରରେ ନୂତନ ଟେକ୍ନୋଲୋଜିକୁ ସାମିଲ କରିବା ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି ଯାହାଦ୍ୱାରା କୃଷି କ୍ଷେତ୍ରର ଉତ୍ପାଦକତା ସହିତ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସ୍ଥାୟୀ ସମାଧାନ କରାଯାଇ ପାରିବ

କୀଟନାଶକ ପ୍ରୟୋଗ ପାଇଁ ଡ୍ରୋନ ବ୍ୟବହାର ଲାଗି ଆଇନ ଲାଗୁ କରିବା ନିମନ୍ତେ ଏସଓପିରେ ବୈଧାନିକ ବ୍ୟବସ୍ଥା, ଉଡ଼ାଇବାର ଅନୁମତି, ଅଂଚଳର ଦୂରତା ସମ୍ବନ୍ଧିତ କଟକଣା, ଓଜନର ବର୍ଗୀକରଣ, ଅଧିକ ଗହଳି ରହୁଥିବା ଅଂଚଳ ନେଇ କଟକଣା, ଡ୍ରୋନର ପଞ୍ଜିକରଣ, ସୁରକ୍ଷା ବୀମା, ପାଇଲଟ ପ୍ରମାଣପତ୍ର, ପରିଚାଳନା ଯୋଜନା, ଆକାଶରେ ଉଡ଼ାଇବା ଅଂଚଳ, ପାଣିପାଗର ସ୍ଥିତି, ସଂଚାଳନ ପୂର୍ବ ଏବଂ ପର ସଂଚାଳନ ସମୟରେ, ଜରୁରୀକାଳିନ ପରିଚାଳନା ଯୋଜନା ପାଇଁ ଏସଓପି ଭଳି ଗୁରୁତ୍ୱପୂର୍ଣ୍ଣ ଦିଗକୁ ସାମିଲ କରାଯାଇଛି

କୃଷିରେ ଡ୍ରୋନ ପ୍ରଯୁକ୍ତିବିଦ୍ୟାର ଅମାପ ଲାଭକୁ ଦୃଷ୍ଟିରେ ରଖି, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ (କୃଷି ଏବଂ କୃଷକ କଲ୍ୟାଣ ବିଭାଗ) ଏହି କ୍ଷେତ୍ରର ସମସ୍ତ ହିତଧାରକଙ୍କ ପରାମର୍ଶକୁ ଗ୍ରହଣ କରି ଡ୍ରୋନ ବ୍ୟବହାର ପାଇଁ ମାନକ ସଂଚାଳନ ପ୍ରକ୍ରିୟା (ଏସଓପି) ଜାରି କରିଛି ଏଥିରେ କୀଟନାଶକ ତଥା ପୋଷକ ତତ୍ୱର ବ୍ୟବହାରରେ ଡ୍ରୋନ ପ୍ରଭାବଶାଳୀ ଏବଂ ସୁରକ୍ଷିତ ପରିଚାଳନା ପାଇଁ ସଂକ୍ଷିପ୍ତ ନିର୍ଦ୍ଦେଶ ସାମିଲ ହୋଇଛି

ସାଧାରଣତଃ ଡ୍ରୋନ ଭାବେ ପରିଚିତ ଥିବା ମାନବବିହୀନ ଆକାଶ ବାହନ (ୟୁଏବି) ବ୍ୟବହାର ଦ୍ୱାରା ଭାରତୀୟ କୃଷିରେ ବିପ୍ଳବ ଆଣିବା ତଥା ଦେଶର ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବହୁତ ସମ୍ଭାବନା ଦେଖିବାକୁ ମିଳୁଛି ରାଷ୍ଟ୍ରୀୟ ଡ୍ରୋନ ନୀତିକୁ ଅଧିସୂଚିତ କରି ଦିଆଯାଇଛି ଏବଂ ଡ୍ରୋନ ନିୟମ 2021କୁ ଦେଶରେ ଲୋକ ତଥା କମ୍ପାନୀଗୁଡ଼ିକ ପାଇଁ ଏବେ ଡ୍ରୋନର ମାଲିକାନା ଏବଂ ପରିଚାଳନାକୁ ବେଶ୍ ସହଜ କରି ଦିଆ ଯାଇଛି ଅନୁମତି ପାଇଁ ପ୍ରଦାନ କରାଯାଉଥିବା ଶୁଳ୍କକୁ ମଧ୍ୟ ଅତି ସାମାନ୍ୟ କରି ହ୍ରାସ କରି ଦିଆ ଯାଇଛି

ଡ୍ରୋନ ମଲ୍ଟି- ସ୍ପେକ୍ଟ୍ରାଲ ତଥା ଫଟୋ କ୍ୟାମେରା ଭଳି ଅନେକ ବିଶେଷତ୍ୱରେ ସୁସଜ୍ଜିତ ହୋଇଛି ଏବଂ ଏହାର ବ୍ୟବହାର କୃଷିର ଅନେକ କ୍ଷେତ୍ରରେ କରାଯାଇ ପାରିବ, ଯେପରିକି ଫସଲ ଉପରେ ବୃଦ୍ଧି ପାଉଥିବା ଚାପର ଅନୁଧ୍ୟାନ, ଗଛଗୁଡ଼ିକର ବୃଦ୍ଧି, ଉତ୍ପାଦନ ନେଇ ଭବିଷ୍ୟବାଣୀ, କୀଟନାଶକ, ଉର୍ବରକ ଏବଂ ପାଣି ଭଳି ସାମଗ୍ରୀ ଗୁଡ଼ିକର ବିତରଣ କରିବା କୌଣସି ମଧ୍ୟ ବନସ୍ପତି ଅବା ଫସଲର ସ୍ୱାସ୍ଥ୍ୟ ସମ୍ପର୍କରେ ଆକଳନ କରିବା ପାଇଁ ଡ୍ରୋନର ବ୍ୟବହାର କରାଯାଇ ପାରିବ, ରୋଗ ପୋକ ସଂକ୍ରମଣ ତଥା କୀଟ ଦ୍ୱାରା ପ୍ରଭାବିତ କ୍ଷେତ୍ର ଏବଂ ଏହି ଆକଳନର ଆଧାର ଉପରେ, ଏହି ସଂକ୍ରମଣ ସହିତ ଲଢ଼େଇ ପାଇଁ ଆବଶ୍ୟକ ରସାୟନର ସଠିକ ମାତ୍ରାରେ ବ୍ୟବହାର କରାଯାଇ ପାରିବ, ଯାହାଦ୍ୱାରା କୃଷକଙ୍କ ମୋଟ ଖର୍ଚ୍ଚକୁ  ଅନେକ ଗୁଣରେ କମ୍ କରାଯାଇ ପାରିବ ଅନେକ ଷ୍ଟାର୍ଟ ଅପ୍ସ ଦ୍ୱାରା ଡ୍ରୋନ ପ୍ରସ୍ତୁତି ବ୍ୟବସ୍ଥା ମଧ୍ୟ ବିକଶିତ କରାଯାଇଛି, ଯାହାଦ୍ୱାରା ଡ୍ରୋନକୁ ପୋଖରୀ, ତାହାର ମୌଳିକ ତତ୍ୱ ସଂଗ୍ରହ ତଥା ମାଟିର ମହତ୍ୱପୂର୍ଣ୍ଣ ପୋଷକ ତତ୍ୱକୁ ସିଂଚନ କରିବାରେ ସୁବିଧା ପ୍ରଦାନ କରୁଛି ଏହିଭଳି ଭାବେ, ଏହି କୌଶଳ ଚାଷ ଖର୍ଚ୍ଚକୁ କମ କରିବା ବ୍ୟତୀତ ଫସଲ ପରିଚାଳନାର ନିରନ୍ତରତା ଏବଂ ଦକ୍ଷତାକୁ ବଢ଼ାଉଛି

କୃଷକମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି, ଯେପରିକି ଠିକ ସମୟରେ ଶ୍ରମିକମାନେ ମିଳିବା ଅବା ଅଧିକ ଖର୍ଚ୍ଚ, ରସାୟନ (ଉର୍ବରକ, କୀଟନାଶକ ଆଦି) ସମ୍ପର୍କରେ ଆସିବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା, ତାକୁ କ୍ଷେତରେ ପ୍ରୟୋଗ କରିବା ସମୟରେ ପୋକ- ଜୋକ ଅବା ଜନ୍ତୁ ଦ୍ୱାରା ଆକ୍ରମଣ ଆଦି ସନ୍ଦର୍ଭରେ ଡ୍ରୋନ ସବୁଜ ପ୍ରଯୁକ୍ତିବିଦ୍ୟାର ଲାଭ ସହିତ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ କୃଷକମାନଙ୍କ ଲାଗି ସହାୟକ ହେବ କୃଷିରେ ଡ୍ରୋନର ବ୍ୟହାର ଦ୍ୱାରା ଗ୍ରାମୀଣ ଅଂଚଳରେ ଲୋକଙ୍କୁ ପର୍ଯ୍ୟାପ୍ତ ସୁଯୋଗ ମଧ୍ୟ ମିଳି ପାରିବ

କୃଷି ମନ୍ତ୍ରଣାଳୟରେ ଏସଓପି ଜାରି କରିବା ପାଇଁ ଆୟୋଜିତ କାର୍ଯ୍ୟକ୍ରମ ଅବସରରେ କୃଷି ସଚିବ ଶ୍ରୀ ସଞ୍ଜୟ ଅଗ୍ରୱାଲ ଡ୍ରୋନ କୌଶଳ ଦ୍ୱାରା ମିଳୁଥିବା ଲାଭ ସମ୍ପର୍କରେ ଭାଷଣ ଦେଇଥିଲେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ଅତିଥିମାନଙ୍କ ମଧ୍ୟରେ କୃଷି ରାଷ୍ଟ୍ରମନ୍ତ୍ରୀ ଶ୍ରୀ କୈଳାଶ ଚୌଧୁରୀ ଏବଂ ସୁଶ୍ରୀ ଶୋଭା କନ୍ଦରଲାଜେ ସାମିଲ ହୋଇଥିଲେ ଆଇସିଏଆରର ବରିଷ୍ଠ ଅଧିକାରୀ, ରାଜ୍ୟ ସରକାରଙ୍କର ଅଧିକାରୀ ଏବଂ ସମଗ୍ର ଦେଶରେ କଷ୍ଟମ ହାୟରିଂ କେନ୍ଦ୍ରର ସଂଚାଳକ ଏହି କାର୍ଯ୍ୟକ୍ରମରେ ୱେବକାଷ୍ଟ ମାଧ୍ୟମରେ ସାମିଲ ହୋଇଥିଲେ

ବିସ୍ତୃତ ଭାବେ ଏଓସପି ସମ୍ପର୍କରେ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ 

 

*****

 

AH



(Release ID: 1784036) Visitor Counter : 246


Read this release in: English , Urdu , Hindi