ପ୍ରତିରକ୍ଷା ମନ୍ତ୍ରଣାଳୟ
azadi ka amrit mahotsav

ମହିଳା ସେନା ଅଧିକାରୀମାନଙ୍କୁ ସ୍ଥାୟୀ କମିଶନ ଅନୁମୋଦନ

प्रविष्टि तिथि: 29 NOV 2021 3:01PM by PIB Bhubaneswar

ଭାରତୀୟ ସେନାରେ ମୋଟ ୫୫୭ ଜଣ ମହିଳା ଅଧିକାରୀମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରାଯାଇଛି। ୧୭ ଫେବୃଆରୀ, ୨୦୨୦ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଆସିବା ପରେ ମହିଳା ସେନା ଅଧିକାରୀମାନଙ୍କୁ ଏହି ଅନୁମୋଦନ ମିଳିଛି। ମହିଳା ସେନା ଅଧିକାରୀମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବା କ୍ଷେତ୍ରରେ କୌଣସି ବିଳମ୍ବ କରାଯାଇନାହିଁ।

ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ପାଳନ କରି ୨୫ ନଭେମ୍ବର, ୨୦୨୧ରେ ୬୩ ଜଣ ମହିଳା ଅଧିକାରୀମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରାଯାଇଛି।

ଆଜି ରାଜ୍ୟ ସଭାରେ ଶ୍ରୀ ଏମ. ଶନମୁଗମଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅଜୟ ଭଟ୍ଟ ଏହି ସୂଚନା ଦେଇଛନ୍ତି।

 

*******

P.S


(रिलीज़ आईडी: 1776198) आगंतुक पटल : 176
इस विज्ञप्ति को इन भाषाओं में पढ़ें: English , Urdu , Malayalam