ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ

ନଭେମ୍ବର ୧୫ ଜନଜାତୀୟ ଗୌରବ ଦିବସ ଘୋଷିତ ନଭେମ୍ବର ୧୫କୁ ଜନଜାତୀୟ ଗୌରବ ଦିବସ ଘୋଷଣାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ


ଏହି ଦିନଟି ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଶତବାର୍ଷିକୀ ଦିବସ

ଆଦିବାସୀମାନଙ୍କ ଗୌରବମୟ ଇତିହାସ, ସଂସ୍କୃତି ଓ ସଫଳତାର ସ୍ମରଣାର୍ଥେ ନଭେମ୍ବର ୧୫ରୁ ୨୨ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଉତ୍ସବ

Posted On: 10 NOV 2021 3:42PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି (ତା୧୦-୧୧-୨୧) ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ନଭେମ୍ବର ୧୫ତାରିଖକୁ ଜନଜାତୀୟ ଗୌରବ ଦିବସଭାବେ ପାଳନ କରିବା ପ୍ରସ୍ତାବ ଅନୁମୋଦିତ ହୋଇଛି । ମହାନ୍ ପରାକ୍ରମୀ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ଏହି ଦିବସକୁ ଉତ୍ସର୍ଗ କରାଯାଇଛିଏହାଫଳରେ ଆଗାମୀ ପିଢି ଦେଶ ପାଇଁ ଏହି ମହାନ୍ ଆଦିବାସୀ ସଂଗ୍ରାମୀମାନଙ୍କର ବଳିଦାନ ସମ୍ପର୍କରେ ଅବଗତ ହୋଇପାରିବେ । ଭାରତୀୟ ସ୍ୱାଧୀନତା ସଂଗ୍ରାମର ମୂଳଦୁଆ ଅନେକ ଆଦିବାସୀ ଗୋଷ୍ଠୀ ଯେପରିକି ସାନ୍ତାଳ, ତମାର, କୋହ୍ଲ, ଭିଲ, ଖାସୀ ଓ ମିଜୋ ଯୋଗୁଁ ମଜବୁତ ହୋଇଥିଲା । ବିଭିନ୍ନ ଆଦିବାସୀ ଗୋଷ୍ଠୀଙ୍କ ଦ୍ୱାରା ବୈପ୍ଲବିକ ଆନ୍ଦୋଳନ ସେମାନଙ୍କ ଅସୀମ ପରାକ୍ରମ ଓ ଚରମ ତ୍ୟାଗ ଯୋଗୁଁ ସମ୍ଭବ ହୋଇଥିଲା । ଦେଶର ବିଭିନ୍ନ ପ୍ରାନ୍ତରେ ବ୍ରିଟିଶ ଉପନିବେଶୀୟ ଶାସନ ବିରୁଦ୍ଧରେ ହୋଇଥିବା ଆଦିବାସୀ ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମ ସହ ଯୋଡି ହୋଇ ଦେଶବ୍ୟାପୀ ଭାରତୀୟମାନଙ୍କୁ ଉତ୍ସାହିତ କରିଥିଲା । ତେବେ ଅଧିକାଂଶ ଆଦିବାସୀ ବୀରମାନଙ୍କ ସମ୍ପର୍କରେ ବିଶେଷ ଜାଣନ୍ତି ନାହିଁ । ୨୦୧୬ ମସିହା ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁସାରେ ଭାରତ ସରକାର ଦେଶବ୍ୟାପୀ ଦଶଟି ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ସ୍ଥାପନ ପାଇଁ ମଞ୍ଜୁରି ପ୍ରଦାନ କରିଛନ୍ତି ।

ଏହି ଦିବସଟି ହେଉଛି ବିର୍ସା ମୁଣ୍ଡାଙ୍କ ଶତବାର୍ଷିକୀ ଯାହାଙ୍କୁ ଦେଶବ୍ୟାପୀ ଆଦିବାସୀମାନେ ଭଗବାନଭାବେ ମାନନ୍ତି । ବିର୍ସାମୁଣ୍ଡା ବ୍ରିଟିଶ ଉପନିବେଶୀୟ ଶୋଷଣ ବିରୁଦ୍ଧରେ ଅସୀମ ସାହସର ସହ ସୁଦୀର୍ଘ ସଂଗ୍ରାମର ନେତୃତ୍ୱ ନେଉଥିଲେ ଯାହା ଉଲଗୁଲାନ(ବିପ୍ଳବ) ନାମରେ ପ୍ରସିଦ୍ଧି ଲାଭ କରିଥିଲା । ଜନଜାତୀୟ ଗୌରବ ଦିବସ ଘୋଷଣା ଆଦିବାସୀ ଜନମାନସର ଗୌରବମୟ ଇତିହାସ ଓ ସାଂସ୍କୃତିକ ଐତିହ୍ୟର ଏକ ସ୍ୱୀକୃତି । ଏହି ଦିବସ ପ୍ରତିବର୍ଷ ପାଳିତ ହୋଇ ଆଦିବାସୀମାନଙ୍କ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ, ଭାରତୀୟ ମୂଲ୍ୟବୋଧ ଓ ଶୌର୍ଯ୍ୟ, ସେବା ଓ ଜାତୀୟ ଗର୍ବ ଲୋକଲୋଚନକୁ ଆଣିବ । ବିର୍ସା ମୁଣ୍ଡା ଶେଷ ନିଶ୍ୱାସ ତ୍ୟାଗ କରିଥିବା ରାଞ୍ଚିର ଜନଜାତି ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ ।

ଭାରତ ସରକାର ନଭେମ୍ବର ୧୫ରୁ ୨୨, ୨୦୨୧ ପର୍ଯ୍ୟନ୍ତ ସାତଦିନ ଧରି ଆଦିବାସୀମାନଙ୍କ ୭୫ବର୍ଷର ଗୌରବମୟ ଇତିହାସ ସଂସ୍କୃତି ଓ ସାଫଲ୍ୟକୁ ଉତ୍ସବଭାବେ ପାଳନ କରିବାକୁ ସ୍ଥିର କରିଛନ୍ତି ।

ଏହି ଉତ୍ସବ ପାଳନର ଅଂଶସ୍ୱରୂପ ଅନେକ କାର୍ଯ୍ୟକ୍ରମ କେନ୍ଦ୍ର ଓ ରାଜ୍ୟ ସରକାର ହାତକୁ ନେଇଛନ୍ତି । ପ୍ରତ୍ୟେକ କାର୍ଯ୍ୟକ୍ରମ ମୂଳରେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଆଦିବାସୀମାନଙ୍କ ଅବଦାନ ଭାରତ ସରକାରଙ୍କ ଦ୍ୱାରା ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ଭିତ୍ତିଭୂମି ଓ କୌଶଳ ବିକାଶ କ୍ଷେତ୍ରରେ ନିଆଯାଉଥିବା କଲ୍ୟାଣ ମୂଳକ ପଦକ୍ଷେପ ସମ୍ପର୍କରେ ବର୍ଣ୍ଣନା ରହିବ । କାର୍ଯ୍ୟକ୍ରମ ଗୁଡିକରେ ଅନନ୍ୟ୍ୟ ଆଦିବାସୀ  ସାଂସ୍କୃତିକ ଐତିହ୍ୟ, ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କ ଅବଦାନ, ଅଧିକାର ଚଳଣି, ପରମ୍ପରା, ସ୍ୱାସ୍ଥ୍ୟ, ଶିକ୍ଷା, ଖାଦ୍ୟପେୟ ଓ ଜୀବନଜୀବିକାର ଝଲକ ରହିବ ।

 

****

SM / SLP



(Release ID: 1770749) Visitor Counter : 134