ପ୍ରତିରକ୍ଷା ମନ୍ତ୍ରଣାଳୟ

ଡିଆରଡିଓ ଏବଂ ଭାରତୀୟ ବାୟୁସେନାର ମିଳିତ ଭାବେ ଦୂରଗାମୀ ବୋମାର ସଫଳ ପରୀକ୍ଷଣ

Posted On: 29 OCT 2021 5:34PM by PIB Bhubaneshwar

ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଓ ଭାରତୀୟ ବାୟୁସେନା(ଆଇଏଏଫ) ଆଜି (୨୯-୧୦-୨୦୨୧) ମିଳିତଭାବେ ଭାରତରେ ନିର୍ମିତ ଦୂରଗାମୀ ବୋମାକୁ ଆକାଶମାର୍ଗରେ ସଫଳତାର ସହ ପରୀକ୍ଷା କରିଛନ୍ତି । ଏହି ଦୂରଗାମୀ ବୋମା ଭାରତୀୟ ବାୟୁସେନାର ବିମାନରୁ ନିକ୍ଷେପ କରାଯିବାର ନିର୍ଦ୍ଧାରିତ ସମୟ ମଧ୍ୟରେ ଭୂପୃଷ୍ଠରେ ଥିବା ଲକ୍ଷ୍ୟସ୍ଥଳ ସଠିକ୍ ଭେଦ କରିଥିଲା । କାର୍ଯ୍ୟକ୍ରମର ସମସ୍ତ ଲକ୍ଷ୍ୟ ସଫଳ ହୋଇଥିଲା । ଅନେକ ଦୂର ସଂମ୍ବେଦୀ ଯନ୍ତ୍ର ଯେପରି ଇଲେକ୍‌ଟ୍ରୋ ଅପଟିକାଲ ଟ୍ରାକିଂ ସିଷ୍ଟମ (ଇଓଟିଏସ) ଓ ଚାନ୍ଦିପୁର ସମନ୍ୱିତ ପରୀକ୍ଷା ଘାଟୀରେ ମୁତୟନ ଟେଲି ମେଟ୍ରୀ ଓ ରାଡାର ଦ୍ୱାରା ବୋମା ପରୀକ୍ଷା ଦକ୍ଷତାର ଟିକିନିକି ପର୍ଯ୍ୟବେକ୍ଷଣ କରାଯାଇଥିଲା ।

ଏହି ଦୂରଗାମୀ ବା (ଏଲଆର) ବୋମା ହାଇଦ୍ରାବାଦସ୍ଥିତ ଡିଆରଡିଓ ଇମରାଓ ଗବେଷଣା କେନ୍ଦ୍ରଦ୍ୱାରା ବିକଶିତ ହୋଇଥିଲା । ପ୍ରତିରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଏହି ସଫଳତା ପାଇଁ ଡିଆରଡିଓ, ଆଇଏଏଫ ଓ ଏଥିସହ ସଂଶ୍ଳିଷ୍ଟ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି  ।

ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ଜି. ସତୀଶ ରେଡ୍ଡୀ ଏକ ବାର୍ତ୍ତା ଦେଇ ଏହି ଦୂରଗାମୀ ବୋମାର ସଫଳ ପରୀକ୍ଷା ଭାରତର ନିଜସ୍ୱ ଆୟୁଧ ନିର୍ମାଣର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି କହିଛନ୍ତି ।

 

****

SM / SLP

 



(Release ID: 1767739) Visitor Counter : 269


Read this release in: English , Urdu , Hindi , Tamil , Telugu