ରେଳ ମନ୍ତ୍ରଣାଳୟ
azadi ka amrit mahotsav

ଭାରତର ପ୍ରଥମ ନୂତନ ୩ଏସି ଇକୋନମୀ କୋଚ ଥିବା ସ୍ପେଶାଲ ଟ୍ରେନ ‘ଗତିଶକ୍ତି ଏକ୍ସପ୍ରେସ’ ଦେଶର ରାଜଧାନୀ (ଆନନ୍ଦବିହାର ଟର୍ମିନାଲରୁ ପାଟନା ଜଂକ୍ସନ୍ ପର୍ଯ୍ୟନ୍ତ ଚାଲିବ)


ଟ୍ରେନ ଉଭୟ ଗନ୍ତବ୍ୟସ୍ଥଳକୁ ୫ଥର ଯିବାଆସିବା କରିବ

Posted On: 29 OCT 2021 4:18PM by PIB Bhubaneshwar

ରେଳଯାତ୍ରୀମାନଙ୍କର ସୁବିଧା ଲାଗି ଏବଂ ଆଗାମୀ ପର୍ବପର୍ବାଣୀ ସମୟରେ ଯାତ୍ରୀମାନଙ୍କର ଭିଡକୁ ନିୟନ୍ତ୍ରଣ କରିବା ପାଇଁ, ଭାରତୀୟ ରେଳ ଏକ ବିଶେଷ ଟ୍ରେନ-୦୧୬୮୪/ ୦୧୬୮୩ ଆନନ୍ଦ ବିହାର ଟର୍ମିନାଲ-ପାଟନା-ଆନନ୍ଦବିହାର ଟର୍ମିନାଲ ଗତିଶକ୍ତି ସୁପରଫାଷ୍ଟ ସ୍ପେଶାଲ ଟ୍ରେନ ଆରମ୍ଭ କରିବାକୁ ଯାଉଛନ୍ତି । ଯେଉଁଥିରେ ୨୦ଟି ନୂଆ ୩ଏସି ଇକୋନମୀ କୋଚ ରହିବ ।

            ଗାଡି ସଂଖ୍ୟା-୦୧୬୮୪ ଆନନ୍ଦବିହାର ଟର୍ମିନାଲ- ପାଟନା ଜନସନ୍‌-ଗତିଶକ୍ତି ସୁପରଫାଷ୍ଟ ସ୍ପେଶାଲ ଟ୍ରେନ ଆନନ୍ଦବିହାର ଟର୍ମିନାଲରୁ ରାତି ୧୧ଟା ୧୦ ସମୟରେ ବାହାରିବ ଏବଂ ପରଦିନ ପାଟନା ଜନ୍‌ସନ୍‌ଠାରେ ଅପରାହ୍ନ ୦୩. ୪୫ ସମୟରେ ପହଞ୍ଚିବ । ଏହି ଟ୍ରେନ ୨୯.୧୦.୨୦୨୧, ୩୧.୧୦.୨୦୨୧, ୦୨.୧୧.୨୦୨୧, ୦୫.୧୧.୨୦୨୧ ଏବଂ ୦୭.୧୧.୨୦୨୧କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଚାଲିବ ।

            ଫେରିବା ସମୟରେ ଟ୍ରେନ ସଂଖ୍ୟା-୦୧୬୮୩ ପାଟନା ଜଂକ୍ସନ୍ -ଆନନ୍ଦବିହାର ଟର୍ମିନାଲ ଗତିଶକ୍ତି ସୁପରଫାଷ୍ଟ ବିଶେଷ ଟ୍ରେନ ପାଟନା ଜଂକ୍ସନରୁ ୩୦.୧୦.୨୦୨୧, ୦୧.୧୧.୨୦୨୧, ୦୩.୧୧.୨୦୨୧, ୦୬.୧୧.୨୦୨୧ ଏବଂ ୦୮.୧୧.୨୦୨୧ ଦିନ ସନ୍ଧ୍ୟା ୦୫.୪୫ ସମୟରେ ସେଠାରୁ ବାହାରିବ ଏବଂ ତା’ପରଦିନ ସକାଳ ୦୯.୫୦ ସମୟରେ ଆନନ୍ଦବିହାର ଟର୍ମିନାଲଠାରେ ପହଞ୍ଚିବ

            ଟ୍ରେନ କାନପୁର-ସେଣ୍ଟ୍ରାଲ, ପ୍ରୟାଗରାଜ ଜନ୍‌ସନ୍‌, ବାରଣାସୀ, ପଣ୍ଡିତ ଦିନଦୟାନଲ ଉପଧ୍ୟାୟ ଜଂକ୍ସନ୍ ଏବଂ ଦାନାପୁର ଷ୍ଟେସନ ହୋଇଯିବ । 

 

*****

NS /SLP


(Release ID: 1767697) Visitor Counter : 233