କୋଇଲା ମନ୍ତ୍ରଣାଳୟ
ରେକର୍ଡ ପ୍ରଦର୍ଶନ ପାଇଁ ଏମସିଏଲକୁ ପ୍ରଶଂସା କଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ
କମ୍ପାନୀ ଦୈନିକ ୬ ଲକ୍ଷ ଟନ୍ ର କୋଇଲା ପଠାଇବା ରେକର୍ଡକୁ ଭଙ୍ଗ କରିଛି
Posted On:
29 OCT 2021 5:10PM by PIB Bhubaneshwar
କେନ୍ଦ୍ର କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ରେଳ, କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଓସାହେବ ପାଟିଲ ଦାନ୍ଭେ ଆଜି ମହାନଦୀ କୋଲ ଫିଲ୍ଡସ୍ ଲିମିଟେଡ୍ (ଏମସିଏଲ) ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ (ସିଏମଡି) ଏବଂ କାର୍ଯ୍ୟକାରିଣୀ ନିର୍ଦ୍ଦେଶକଙ୍କୁ ଗୁରୁବାର ଦିନ ରେକର୍ଡ ପରିମାଣର ୬.୦୪ଲକ୍ଷ ଟନ୍ କୋଇଲା ପଠାଇ ନୂଆ ଇତିହାସ ରଚି ଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।
ଓଡିଶାରେ ଦୈନିକ ହାରାହାରି ୫.୨୫ ଲକ୍ଷ ଟନ୍ କୋଇଲା ଯୋଗାଉଥିବା ଏମସିଏଲ୍ ଦ୍ୱାରା ରେକର୍ଡ କାର୍ଯ୍ୟ ପାଇଁ କୋଇଲା ଖଣି, ଚୁକ୍ତିଭିତ୍ତିକ ଶ୍ରମିକ, ରେଳବାଇ, ଶ୍ରମିକ ସଂଗଠନର ନେତା ତଥା ସ୍ଥାନୀୟ ପ୍ରଶାସନ ସମେତ ସମସ୍ତ ହିତାଧିକାରୀଙ୍କ ମିଳିତ ଉଦ୍ୟମକୁ ମନ୍ତ୍ରୀ ଶ୍ରୀ ଯୋଶୀ ପ୍ରଶଂସା କରିଥିଲେ ।

ଉଭୟ ସହାୟକ କମ୍ପାନୀ ଏକ ମିଲିୟନ୍ ଟନ୍ କୋଇଲା ପଠାଇବା ଆକଳନକୁ ଅତିକ୍ରମ କରିଥିବାରୁ ଏମ୍ସିଏଲ୍ର ଅତିରିକ୍ତ ଦାୟିତ୍ୱ ଗ୍ରହଣ କରୁଥିବା ନର୍ଦନ କୋଲ ଫିଲ୍ଡ ଲିମିଟେଡ୍ (ଏନସିଏଲ୍)ର ସିଏମ୍ଡି ଶ୍ରୀ ସିହ୍ନାଙ୍କୁ ମନ୍ତ୍ରୀମାନେ ପ୍ରଶଂସା କରିଛନ୍ତି । ଏଭଳି ପ୍ରଦର୍ଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଏମ୍ସିଏଲ୍ ଏବଂ ଏନ୍ସିଏଲ୍ ଲିମିଟେଡର ହୋଲଡିଂ କମ୍ପାନୀ ଅର୍ଥାତ୍ କୋଲ ଇଣ୍ଡିଆର ମୋଟ କୋଇଲା ଉଠାଣର ୫୦% ଅଟେ ।
ଏକ ସମୟରେ ଯେତେବେଳେ ଦେଶର ଶକ୍ତି ଚାହିଦା ବୃଦ୍ଧି ପାଉଥିଲା, ସେତେବେଳେ ଶୁଖିଲା ଇନ୍ଧନର ଚାହିଦା ବଢିଥିଲା, ଫ୍ଲାଗସିପ୍ ଏମସିଏଲ ଏବଂ ମଧ୍ୟପ୍ରଦେଶ ଠାରେ ଥିବା ଏହାର ସହଯୋଗୀ ଏନସିଏଲ୍ ସମୟର ଅବଶ୍ୟକତା ଅନୁଯାୟୀ କୋଇଲା ଯୋଗାଣ କରିଥିଲେ । ମନ୍ତ୍ରଣାଳୟ ଏହାକୁ ସ୍ୱୀକାର କରିଛି ଏବଂ ଏମ୍ସିଏଲ୍ ଏବଂ ଏନ୍ସିଏଲ୍ ର କାର୍ଯ୍ୟକାରିଣୀ ନିର୍ଦ୍ଦେଶକଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଛି ।
ଚଳିତ ଆର୍ଥିକ ବର୍ଷରେ, ଏମ୍ସିଏଲ ଗ୍ରାହକଙ୍କୁ ୯୫.୭ ନିୟୁତ ଟନରୁ ଅଧିକ କୋଇଲା ଯୋଗାଇ ଦେଇଛି ଯାହା ଗତ ବର୍ଷ ତୁଳନାରେ ପ୍ରାୟ ୨୧% ଅଧିକ ପଞ୍ଜିକୃତ ହୋଇଛି ।
HS
(Release ID: 1767691)