କୋଇଲା ମନ୍ତ୍ରଣାଳୟ
ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ଦକ୍ଷତା ବିକାଶ ପ୍ରକଳ୍ପ ପାଇଁ ବୁଝାମଣା ସ୍ୱାକ୍ଷର
ପୋଷ୍ଟ କରାଯିବା ଦିନାଙ୍କ:
28 OCT 2021 3:08PM by PIB Bhubaneswar
ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ), କୋଇଲା ମନ୍ତ୍ରଣାଳୟ, ଏହାର ସିଏସ୍ଆର୍ ପଦକ୍ଷେପ ଅନୁଯାୟୀ ଆଜି ଖଣି ଅଞ୍ଚଳର ପାରିପାର୍ଶ୍ବିକ ଗ୍ରାମଗୁଡିକର ଯୁବକମାନଙ୍କୁ ଦକ୍ଷତା ବିକାଶ ତାଲିମ ପ୍ରଦାନ ପାଇଁ ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋକେମିକାଲ୍ସ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିପେଟ) ସହିତ ୧.୩୮ କୋଟି ଟଙ୍କା ବିନିଯୋଗରେ ଦୁଇଟି ବୁଝାମଣା ସ୍ୱାକ୍ଷର କରିଛି ।
ଏହି ଦୁଇଟି ସିଏସ୍ଆର୍ ପଦକ୍ଷେପ ଯଥା ‘ଉଡାନ’ ଏବଂ ‘ସହଯୋଗ’ ଯଥାକ୍ରମେ ଆଖପାଖ ଗ୍ରାମରୁ ୪୦ ଜଣ ଯୁବକଙ୍କୁ ଫିଟର / ଇଲେକ୍ଟ୍ରିକାଲ୍ ବିଭାଗରେ ଦୁଇ ବର୍ଷର ପୂର୍ଣ୍ଣକାଳୀନ ଆଇଟିଆଇ ତାଲିମ ଏବଂ ୩୦ ଜଣ ଦିବ୍ୟାଙ୍ଗଜନଙ୍କୁ ଛଅ ମାସର ଦକ୍ଷତା ତାଲିମ କାର୍ଯ୍ୟକ୍ରମରେ ଯୋଗଦେବାରେ ସାହାଯ୍ୟ କରିବ ।
ଏମ୍ସିଏଲ୍ ପକ୍ଷରୁ ଶ୍ରୀ ପି.କେ ଚକ୍ରବର୍ତ୍ତୀ, ଜିଏମ୍ (ସିଏସ୍ଆର୍) ଏବଂ ସିପେଟ୍ ତରଫରୁ ଏହାର ପ୍ରମୁଖ ନିର୍ଦ୍ଦେଶକ ଏବଂ ମୁଖ୍ୟ ଶ୍ରୀ ପି.କେ ସାହୁଙ୍କ ଦ୍ୱାରା ଏହି ରାଜିନାମା ସ୍ୱାକ୍ଷର ହୋଇଛି ।
HS
(ରିଲିଜ ଆଡି: 1767226)
ପରିଦର୍ଶକ କାଉଣ୍ଟର : 253