ରସାୟନ ଓ ସାର ମନ୍ତ୍ରଣାଳୟ

ଫସ୍‌ଫେଟ ଓ ପଟାସ ଜାତୀୟ ସାରର ମୂଲ୍ୟବୃଦ୍ଧିକୁ କ୍ୟାବିନେଟର ଅନୁମୋଦନ


୨୦୨୧ ମେ ୨୦ତାରିଖରେ ଏ ସଂକ୍ରାନ୍ତରେ ଜାରି ସରକାରୀ ବିଜ୍ଞପ୍ତି ଅନୁସାରେ ଏହି ବର୍ଦ୍ଧିତ ମୂଲ୍ୟ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଲାଗୁହେବ

ଆନ୍ତର୍ଜାତିକ ବଜାରରେ ମୂଲ୍ୟବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଡିଏପି ସାରରେ ପ୍ରତି ବ୍ୟାଗ ପିଛା ୪୩୮ଟଙ୍କାର ସ୍ୱତନ୍ତ୍ର ଏକକାଳୀନ ସବ୍‌ସିଡି ବ୍ୟବସ୍ଥା ଲାଗୁ କରି ଚାଷୀଙ୍କୁ ରିଆତି ପ୍ରଦାନ କରିଛନ୍ତି

ସର୍ବାଧିକ ବ୍ୟବହୃତ ହେଉଥିବା ୩ ପ୍ରକାରଏନ୍‌ପିକେ ଗ୍ରେଡ ସାରର ମୂଲ୍ୟ ବ୍ୟାଗ ପିଛା ୧୦୦ଟଙ୍କା ବୃଦ୍ଧି

ପ୍ରଥମ ଥର ପାଇଁ ମୋଲାସେସ୍‌ରୁ ଉତ୍ପାଦିତ ପଟାସ (ପିଡିଏମ୍‌) ପୁଷ୍ଟିଭିତ୍ତିକ (ନ୍ୟୁଟ୍ରେଣ୍ଟ)ସବ୍‌ସିଡି ଏନ୍‌ବିଏସ୍ ଯୋଜନାରେ ଅନ୍ତର୍ଭୁକ୍ତ

ଏହା ଫଳରେ ଭାରତରେ ଶତପ୍ରତିଶତ ମିନୋରାଲ ଭିତ୍ତିକ ପଟାସ ଆମଦାନୀ ହ୍ରାସ ପାଇବ

ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଆଖୁଚାଷୀ ଓ ଚିନିକଳଙ୍କ ଆୟସ୍ତର ବଢିବ

Posted On: 14 OCT 2021 11:53AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଫସ୍‌ଫେଟ ଓ ପଟାସ(ପି ଆଣ୍ଡ କେ) ଜାତୀୟ ସାରର ମୂଲ୍ୟଗୁଡିକୁ ଅନୁମୋଦନ କରାଯାଇଛି । ଏହି ମୂଲ୍ୟ ବୃଦ୍ଧି ନେଇ ସରକାରଙ୍କ ପକ୍ଷରୁ ଚଳିତବର୍ଷ ମେ୨୦ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ବର୍ଦ୍ଧିତ ମୂଲ୍ୟ ୨୦୨୧ ଅକ୍ଟୋବର ପହିଲାରୁ ୨୦୨୨ମାର୍ଚ୍ଚ ୩୧ଅର୍ଥାତ୍ ସମଗ୍ର ଆର୍ଥିକବର୍ଷ ପାଇଁ ଲାଗୁ ହେବ ।

ଆନ୍ତର୍ଜାତିକ ବଜାରରେ ଡାଏ ଆମୋନିୟମ ସଲ୍‌ଫେଟ(ଡିଏପି) ସାରର ମୂଲ୍ୟ ବୃଦ୍ଧି ଘଟିଥିବାରୁ ସରକାର ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି । ତେବେ ଚାଷୀଙ୍କ ଉପରେ ବର୍ଦ୍ଧିତ ମୂଲ୍ୟର ବୋଝ ଯେପରି ନ ପଡେ ସେଥିପାଇଁ ପ୍ରତି ବ୍ୟାଗ୍ ଡିଏପି ସାର ଉପରେ ୪୩୮ ଟଙ୍କାର ସ୍ୱତନ୍ତ୍ର ଏକକାଳୀନ ରିହାତି ପ୍ରଦାନର ବ୍ୟବସ୍ଥା କରାଯାଇଛି । ଏହା ଫଳରେ ମୂଲ୍ୟ ବୃଦ୍ଧି ସତ୍ୱେ ଚାଷୀ ପୁରୁଣା ଦାମ୍‌ରେ ଡିଏପି ସାର କିଣିପାରିବେ ।

            ସର୍ବାଧିକ ବ୍ୟବହୃତ ହେଉଥିବା ୩ପ୍ରକାର ଏନପିକେ ଗ୍ରେଡର ସାର (୧୦:୨୬:୨୬, ୨୦:୨୦:୦:୧୩ ଓ ୧୨:୩୨:୧୬) ପାଇଁ ଯେଉଁ କଞ୍ଚାମାଲ ଆମଦାନୀ କରାଯାଉଥିଲା ଆନ୍ତର୍ଜାତିକ ବଜାରରେ ତାର ମୂଲ୍ୟ ବୃଦ୍ଧି ପାଇଛି । ତେଣୁ ସରକାର ବାଧ୍ୟ ହୋଇ ଏସବୁ ସାରର ମୂଲ୍ୟକୁ ବ୍ୟାଗ ପିଛା ୧୦୦ଟଙ୍କା ବଢାଇଥିଲେ ମଧ୍ୟ ସ୍ୱତନ୍ତ୍ର ଏକକାଳୀନ ରିହାତି ବ୍ୟବସ୍ଥା ମାଧ୍ୟମରେ ସେ ବାବଦ ବର୍ଦ୍ଧିତ ବ୍ୟୟକୁ ନିଜେ ବହନ କରିବେ । ଫଳରେ ଚାଷୀ ଏ ସବୁ ସାର ପୂର୍ବଭଳି ସୁବିଧା ଦରରେ ପାଇବେ ।

            ପ୍ରଥମ ଥର ପାଇଁ ସରକାର ମଧ୍ୟ ମୋଲାସେସ୍‌ରୁ ଉତ୍ପାଦିତ ପଟାସ(ପିଡିଏମ୍‌)କୁ ନ୍ୟୁଟ୍ରେଣ୍ଟ ଭିତ୍ତିକ ରିହାତି ବ୍ୟବସ୍ଥା ବା ଏନବିଏସ୍‌ର ଅନ୍ତର୍ଭୁକ୍ତ କରିଛନ୍ତି । ୨୦୧୦ରେ ଏହି ଯୋଜନା ଆରମ୍ଭ ହେବା ପରଠାରୁ ପ୍ରଥମ ଥର ଏଥିରେ ପିଡିଏମ୍‌କୁ ଅନ୍ତର୍ଭୁକ୍ତ କରାଯାଇଛି । ଏହାଫଳରେ ଚିନିକଳଗୁଡିକରୁ ବାହାରୁ ଥିବା ଉପଜାତ ପଦାର୍ଥ ପାଇଁ ଭଲ ଦାମ୍ ମିଳିବ । ଏହି ପଦାର୍ଥରୁ ପ୍ରସ୍ତୁତ ପିଡିଏମ୍ ସାର-୦:୦:୧୪.୫:୦ ନାମରେ ପରିଚିତ ।

            ଭାରତ ମିନେରାଲ ଭିତ୍ତିକ ପଟାସରେ ଶତପ୍ରତିଶତ ଆମଦାନୀ ଉପରେ ନିର୍ଭରଶୀଳ । ଭାରତ ପ୍ରାୟ ୪୨ଏଲ.ଏମ୍‌.ଟି ଏମଓପି ସାର ଆମଦାନୀ କରିଥାଏ ଏବଂ ଏଥିପାଇଁ ସରକାରଙ୍କୁ ବାର୍ଷିକ ୭୧୬୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ହୁଏ । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଆଖୁଚାଷୀଙ୍କ ଆୟସ୍ତର ବଢିବା ସହିତ ଚିନିକଳଗୁଡିକ ଲାଭବାନ ହେବେ । ଚାଷୀମାନେ ଏହି ସାରକୁ ବ୍ୟାଗ ପିଛା ଏବେ ୬୦୦ରୁ ୮୦୦ଟଙ୍କାରେ କିଣୁଛନ୍ତି । ସରକାରୀ ନିଷ୍ପତ୍ତି ଫଳରେ ୫୦ କି.ଗ୍ରା ଓଜନର ବ୍ୟାଗ ଉପରେ ଚାଷୀଙ୍କୁ ୭୩ଟଙ୍କା ରିହାତି ମିଳିବ ।

            ଆକଳନ ଅନୁସାରେ କେନ୍ଦ୍ର ସରକାରେ ପିଡିଏମ୍ ବାବଦରେ ବାର୍ଷିକ ୧୫୬କୋଟି ଟଙ୍କା ରିହାତି ଭରଣା କରିବେ । ଏହା ସତ୍ତ୍ୱେ ସରକାରଙ୍କର ୫୬୨କୋଟି ଟଙ୍କାର ବୈଦେଶିକ ବିନିମୟ ମୁଦ୍ରା ସଂଚୟ ହେବ

 

*****

TM / SLP



(Release ID: 1764089) Visitor Counter : 180