ରେଳ ମନ୍ତ୍ରଣାଳୟ

ନିମାଚ-ରତଲାମ ରେଳ ଲାଇନର ଦୋହରୀକରଣକୁ କ୍ୟାବିନେଟ ଅନୁମୋଦନ କରିଛି


ଏହି ପ୍ରକଳ୍ପର ମୋଟ ଆନୁମାନିକ ମୂଲ୍ୟ ୧୦୯୫.୮୮ କୋଟି ହେବ ଏବଂ ଏହାର ମୂଲ୍ୟ ସମାପ୍ତି ବେଳକୁ ଅତିବେଶିରେ ବୃଦ୍ଧି ପାଇ ୧୧୮୪.୬୭ କୋଟି ଟଙ୍କା ହୋଇପାରେ ।

ପ୍ରଥମ ବର୍ଷରୁ ବାର୍ଷିକ ୫.୬୭ ନିୟୁତ ଟନ୍ ଅତିରିକ୍ତ ମାଲ ପରିବହନ ଆଶା କରାଯାଏ ଯାହା ୧୧ ବର୍ଷରେ ବାର୍ଷିକ ୯.୪୫ ମିଲିୟନ୍ ଟନକୁ ବୃଦ୍ଧି ପାଇବ

Posted On: 29 SEP 2021 3:59PM by PIB Bhubaneshwar

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କମିଟି ନିମାଚ-ରତଲାମ ରେଳ ଲାଇନର ଦୋହରୀକରଣକୁ ଅନୁମୋଦନ କରିଛି ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୧୦୯୫.୮୮ କୋଟି ଟଙ୍କା ହେବ ଏବଂ ଏହାର ମୂଲ୍ୟ ବୃଦ୍ଧି ପାଇଁ ସମାପ୍ତି ବେଳକୁ ୧୧୮୪.୬୭ କୋଟି ଟଙ୍କା ହୋଇପାରେ ଦୋହରୀକରଣର ମୋଟ ଦୈର୍ଘ୍ୟ ୧୩୨.୯୨ କିଲୋମିଟର ଏହି ପ୍ରକଳ୍ପ ଚାରି ବର୍ଷ ମଧ୍ୟରେ ଶେଷ ହେବ

ନିମାଚ୍‌-ରତଲାମ ସେକ୍ସନର କ୍ଷମତା ବ୍ୟବହାର ରକ୍ଷଣାବେକ୍ଷଣ ୧୪୫. ପ୍ରତିଶତ ପର୍ଯ୍ୟନ୍ତ ରହିଛି ପ୍ରକଳ୍ପ ମାର୍ଗ ରକ୍ଷଣାବେକ୍ଷଣ ବିନା ସର୍ବୋଚ୍ଚ କ୍ଷମତାଠାରୁ ଅଧିକ ପରିପୂର୍ଣ୍ଣ ହୋଇପାରିଛି ମୁଖ୍ୟ ଆଭ୍ୟନ୍ତରୀଣ ମାଲ ପରିବହନ ହେଉଛି ସିମେଣ୍ଟ କମ୍ପାନୀଗୁଡିକର ନିଜସ୍ୱ ତାପଜ କେନ୍ଦ୍ର ପାଇଁ ପରିବହନ କରାଯାଉଥିବା କୋଇଲା ନିମାଚ୍ଚିତ୍ତୋରଗଡ ଅଞ୍ଚଳରେ ସିମେଣ୍ଟଣ୍ଟଗ୍ରେଡ୍ ଚୂନ ପଥରର ବିପୁଳ ମହଜୁଦ ଉପଲବ୍ଧତା ହେତୁ ଆସୁଥିବା ନୂତନ ସିମେଣ୍ଟଣ୍ଟଶିଳ୍ପଗୁଡିକ ପାଇଁ ଏହି ସେକ୍ସନରେ ରେଳ ଚଳାଚଳ ଆହୁରି ବୃଦ୍ଧି ପାଇବ

ନିମାଚ-ରତଲାମ ସେକ୍ସନର ଦୋହରୀକରଣ ହେବା ଫଳରେ ଏହି ସେକ୍ସନର କ୍ଷମତା ବୃଦ୍ଧି କରିବ ଏହି ପଥରେ ଅଧିକ ସାମଗ୍ରୀ ଏବଂ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରାଯାଇପାରିବ ସିମେଣ୍ଟ ଶିଳ୍ପଗୁଡିକ ପାଇଁ ପ୍ରଥମ ବର୍ଷରୁ ବାର୍ଷିକ .୬୭ ନିୟୁତ ଟନ୍ ଅତିରିକ୍ତ ମାଲ ପରିବହନ ଆଶା କରାଯାଉଛି ଯାହା ୧୧ ତମ ବର୍ଷରେ ବାର୍ଷିକ .୪୫ ମିଲିୟନ୍ ଟନକୁ ବୃଦ୍ଧି ପାଇବ ଏହା ଦ୍ୱାରା ଯୋଗାଯୋଗ ସହଜ ହେବା ସହିତ ସ୍ଥାନୀୟ ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶରେ ମାଧ୍ୟମ ହେବ ପ୍ରକଳ୍ପ ଦ୍ୱାରା ପର୍ଯ୍ୟଟନର ବି ବିକାଶ ହୋଇପାରିବ କାରଣ ପ୍ରକଳ୍ପ ଅଞ୍ଚଳରେ ଉଞ୍ଚାଗଡ କିଲ୍ଲା ସମେତ ଅନେକ ଐତିହାସିକ ସ୍ଥାନ ରହିଛି

HS



(Release ID: 1759441) Visitor Counter : 199