ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ
ଭୁବନେଶ୍ବର ନାଇଜରକୁ ଡ୍ରୋନ ବ୍ୟବହାର ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅନୁମତି
କେନ୍ଦ୍ରୀୟ ସଂରକ୍ଷିତ କିର୍ତ୍ତୀରାଜିଗୁଡ଼ିକର ଆକାଶମାର୍ଗରୁ ସର୍ବେକ୍ଷଣ ଏବଂ ଫଟୋଗ୍ରାମ୍ମେଟ୍ରୀ ପାଇଁ ଡ୍ରୋନ ବ୍ୟବହାର ମଞ୍ଜୁରି ଲାଗି ନିଷ୍ପତ୍ତି
Posted On:
06 AUG 2021 2:55PM by PIB Bhubaneshwar
ଭୁବନେଶ୍ବରସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥାନ (ନାଇଜର) ପାଇଁ ମାନବବିହୀନ ବିମାନ ବ୍ୟବସ୍ଥା (ୟୁଏଏସ) ନିୟମାବଳୀ, 2021କୁ ସର୍ତ୍ତମୂଳକ ଭାବେ କୋହଳ କରାଯାଇଛି। ବେସମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (ଏମଓସିଏ) ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏ ସଂକ୍ରାନ୍ତରେ ଆବଶ୍ୟକ ଅନୁମତି ଦିଆଯାଇଛି।
ସର୍ତ୍ତ କୋହଳ ଫଳରେ କେନ୍ଦ୍ରୀୟ ସଂରକ୍ଷିତ କିର୍ତ୍ତୀରାଜୀଗୁଡ଼ିକର ସର୍ବେକ୍ଷଣ ଓ ଫଟୋଗ୍ରାମ୍ମେଟ୍ରୀ (ଭୌତିକ ବସ୍ତୁ ଏବଂ ପରିବେଶ ସମ୍ପର୍କରେ ଭରସାଯୋଗ୍ୟ ସୂଚନା ସଂଗ୍ରହ କରିବା ଲାଗି ବିଜ୍ଞାନ ଓ ପ୍ରଯୁକ୍ତିର ଉପଯୋଗ) ପାଇଁ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ସହଭାଗିତାରେ ଡ୍ରୋନ ବ୍ୟବହାର କରାଯାଇପାରିବ। ନାଇଜରକୁ ଯେଉଁସବୁ ସ୍ଥାନରେ ଡ୍ରୋନ ବ୍ୟବହାର ନିମନ୍ତେ ଅନୁମତି ମିଳିଛି ସେଗୁଡ଼ିକ ହେଲା- ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ଓ ରାଜାରାଣୀ ମନ୍ଦିର।
ମଞ୍ଜୁରି ମିଳିବା ତାରିଖ ଠାରୁ ଏକ ବର୍ଷ ପର୍ଯ୍ୟନ୍ତ କିମ୍ବା ଅନ୍ୟାଦେଶ ପର୍ଯ୍ୟନ୍ତ, ଯାହା ପ୍ରଥମେ ହୋଇଥିବ, ଏହି କୋହଳ ବ୍ୟବସ୍ଥା ଲାଗୁ ହେବ। ତେବେ ଏଥିରେ ଡିଜିସିଏ ଦ୍ବାରା ଜାରି କରାଯାଇଥିବା ଏସଓପିର ନିୟମ ଓ ସର୍ତ୍ତାବଳୀ ଲାଗୁ ହେବ।
ପୂର୍ବରୁ ଚଳିତ ମାସ ପ୍ରାରମ୍ଭରେ, ହିସାର, ପଞ୍ଚକୁଲା, ଅମ୍ବାଲା ସହରାଞ୍ଚଳରେ ଅମୃତ ସହରଗୁଡ଼ିକର ବିକାଶ ପାଇଁ ଡାଟା ସଂଗ୍ରହ, ମ୍ୟାପିଂ ଓ ୱେବ ଆଧାରିତ ଜିଆଇଏସ ପ୍ଲାଟଫର୍ମକୁ କାର୍ଯ୍ୟକାରୀ କରିବା ଏବଂ ସମ୍ପତ୍ତି ଟିକସ ସଂଗ୍ରହ ନିମନ୍ତେ ହରିୟାଣାର ସହରାଞ୍ଚଳ ସ୍ଥାନୀୟ ପ୍ରଶାସନ (ଡିୟୁଏଲବି)ଗୁଡ଼ିକୁ ଡ୍ରୋନ ବ୍ୟବହାର ନିମନ୍ତେ ମଞ୍ଜୁରି ମିଳିଥିଲା।
******
P.S.
(Release ID: 1743255)
Visitor Counter : 315