ଜଳ ଶକ୍ତି ମନ୍ତ୍ରଣାଳୟ

ଦ୍ୱିତୀୟ ପର୍ଯ୍ୟାୟ ନଦୀବନ୍ଧ ପୁନର୍ବାସ ଏବଂ ଉନ୍ନତିକରଣ ପ୍ରକଳ୍ପ (ଡ୍ରିପ୍‍) ପାଇଁ ୨୫୦ ନିୟୁତ ଡଲାର ଋଣ ପାଇଁ ସରକାରଙ୍କ ରାଜିନାମା ସ୍ୱାକ୍ଷର

• “ଡ୍ରୀପ୍‍” ଦ୍ୱାରା ବର୍ତ୍ତମାନ ନିର୍ମିତ ନଦୀବନ୍ଧ ଅଧିକ ନିରାପଦ ଓ ସହନଶୀଳ ହୋଇପାରିବ ।
• “ଡ଼୍ରୀପ୍‍” ନଦୀବନ୍ଧ ନିରାପତ୍ତା ସଂପର୍କୀତ ବୈଶ୍ୱିକ ଜ୍ଞାନକୌଶଳ, ନବସୃଜନ ପ୍ରଯୁକ୍ତିର ଉପଯୋଗ କରିବା ସହ ନଦୀବନ୍ଧ ଆକଳନ ପରିଚାଳନା ନିମନ୍ତେ ଏକ ରିସ୍କ- ଆଧାରିତ କାର୍ଯ୍ୟପନ୍ଥା ଗ୍ରହଣ କରିବ
• “ଡ୍ରୀପ୍‍” ଅଣକୁଶଳୀ ଶ୍ରମିକମାନଙ୍କ ନିମନ୍ତେ ୧୦,୦୦,୦୦୦ ମାନବ ଦିବସ ଏବଂ ପ୍ରଫେସନାଲମାନଙ୍କ ସକାଶେ ୨,୫୦,୦୦୦ ମାନବ ଦିବସର ନିଯୁ୍କ୍ତି ସୁଯୋଗ ସୃଷ୍ଟି କରିବ

Posted On: 04 AUG 2021 6:23PM by PIB Bhubaneshwar

ଦେଶରେ ଜଳ ନିରାପତ୍ତା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଏବଂ ପୋଷଣୀୟ ବିକାଶ ଯୋଜନା ଲାଗି ବିଶ୍ୱ ବ୍ୟାଙ୍କ୍‍ ସହିତ ଦ୍ୱିତୀୟ ପର୍ଯ୍ୟାୟ ନଦୀବନ୍ଧ ପୁନର୍ବାସ ଏବଂ ଉନ୍ନତିକରଣ ପ୍ରକଳ୍ପ (ଡ୍ରିପ୍‍ ପର୍ଯ୍ୟାୟ ୨) ପାଇଁ ୨୫୦ ନିୟୁତ ଡଲାର ଋଣ ପାଇଁ ସରକାର ବିଶ୍ୱ ବ୍ୟାଙ୍କ୍‍ ସହ ଏକ ରାଜିନାମା ସ୍ୱାକ୍ଷର  କରିଛନ୍ତି । ଏହା ଫଳରେ ବର୍ତ୍ତମାନ ଦେଶରେ ଥିବା ନଦୀବନ୍ଧ ଏବଂ ସେଗୁଡ଼ିକୁ ଅଧିକ ନିରାପଦ ତଥା ସହନଶୀଳ କରାଇବା ସହଜସାଧ୍ୟ ହୋଇପାରିବ । କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ଏବଂ ଓଡ଼ିଶା ସମେତ ଛତିଶଗଡ଼, ଗୁଜରାଟ, କେରଳ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ରାଜସ୍ଥାନ ଓ ତାମିଲ ନାଡ଼ୁ ଭଳି ଦଶଟି ରାଜ୍ୟ ତଥା କେନ୍ଦ୍ରୀୟ ଜଳ ଆୟୋଗ ଏହି ରାଜିନାମା ସ୍ୱାକ୍ଷର କାର୍ଯ୍ୟକ୍ରମ ବେଳେ ଉପସ୍ଥିତ ଥିଲେ । ଅବଶିଷ୍ଟ ୨୫୦ ନିୟୁତ ଆମେରିକୀୟ ଡ଼ଲାର ବାହ୍ୟ ପାଣ୍ଠି ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କ (ଏଆଇଆଇବି) ସୂତ୍ରରୁ ସଂଗ୍ରହ କରାଯିବା ପ୍ରସ୍ତାବ ଏବେ ବିଚାରାଧୀନ ରହିଛି ।

ଡ୍ରୀପ ପର୍ଯ୍ୟୟ ୨ ହେଉଛି ବାହ୍ୟ ସୂତ୍ରରୁ ଆର୍ଥିକ ସାହାଯ୍ୟ ପ୍ରାପ୍ତ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଯାହାକି ଡ୍ରୀପ୍‍ ପର୍ଯ୍ୟାୟ ୨ ଏବଂ ପର୍ଯ୍ୟାୟ ୩ରେ ବ୍ୟୟ କରାଯିବ । ଏହାକୁ ଭାରତ ସରକାର ୨୦୨୦ ମସିହା ଅକ୍ଟୋବର ମାସରେ ମଞ୍ଜୁରୀ ପ୍ରଦାନ କରିସାରିଛନ୍ତି । ଏହି ଯୋଜନାରେ ଦେଶର ଉଣେଇଶ (୧୯)ଟି ରାଜ୍ୟ ଏବଂ ତିନୋଟି (୩) କେନ୍ଦ୍ରୀୟ ଏଜେନ୍ସି ଅଂଶଗ୍ରହଣ କରିବେ । ଉଭୟ ପର୍ଯ୍ୟାୟ ନିମନ୍ତେ  ମୋଟ ୧୦,୨୧୧ କୋଟି ଟଙ୍କାର ବ୍ୟୟ ଆକଳନ କରାଯାଇଛି ଯାହାକି ୧୦ ବର୍ଷର ପ୍ରବର୍ତ୍ତନ ଅବଧି ମଧ୍ୟରେ ବ୍ୟୟ କରାଯିବ । ଏହି ଯୋଜନାକୁ ଦୁଇଟି ପର୍ଯ୍ୟାୟରେ ପ୍ରବର୍ତ୍ତନ କରାଯିବ ଏବଂ ପ୍ରତିଟି ପର୍ଯ୍ୟାୟର ଅବଧି ଛଅ ବର୍ଷ ଲେଖାଏଁ ହେବ ଏବଂ ପ୍ରତି ପର୍ଯ୍ୟାୟରେ ଦୁଇ ବର୍ଷ ଲେଖାଏଁ ପାରସ୍ପରିକ ସମ୍ପର୍କ ରହିବ ।

ଏହି ରାଜିନାମାରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳର ଆର୍ଥିକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଶ୍ରୀ ରଜତ କୁମାର ମିଶ୍ର ଭାରତ ସରକାରଙ୍କ ତରଫରୁ ସ୍ୱାକ୍ଷର କରିଥିବା ବେଳେ ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଅତିରିକ୍ତ ସଚିବ ଶ୍ରୀମତୀ ଦେବଶ୍ରୀ ମୁଖାର୍ଜୀ ଏବଂ ବିଶ୍ୱ ବ୍ୟାଙ୍କ ତରଫରୁ କଣ୍ଟ୍ରି ଡାଇରେକ୍ଟର, ଭାରତ, ଜୁନୈଦ୍‍ ଅହମ୍ମଦ ତଥା ସଂପୃକ୍ତ ରାଜ୍ୟମାନଙ୍କର ସରକାରୀ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ଏହି ନୂତନ ଯୋଜନା ଦେଶର ନଦୀବନ୍ଧ ନିରାପତ୍ତା ପ୍ରୟାସକୁ ସୁଦୃଢ଼ କରିବା ନିମନ୍ତେ ଭାରତ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଛି ଯାହାକି କେତେକ ନିର୍ଦ୍ଦିଷ୍ଟ ନଦୀବନ୍ଧର ବାସ୍ତବ ପୁନଃର୍ବାସ ପାଇଁ ଉଦ୍ଦିଷ୍ଟ । ସେହିସବୁ କ୍ଷେତ୍ରରେ ନଦୀବନ୍ଧଗୁଡ଼ିକରେ ବିଭିନ୍ନ ସମସ୍ୟାବଳୀର ଦୂରୀକରଣ ଯଥା ନିରାପତ୍ତା ଓ କାର୍ଯ୍ୟଦକ୍ଷତା ବୃଦ୍ଧି, ଆନୁଷ୍ଠାନିକ ଭାବେ ବିଭିନ୍ନ  ଉପରାୟରେ ସେଗୁଡ଼ିକର ସୁଦୃଢ଼ୀକରଣ, ସେଥିରୁ ଅନ୍ୟାନ୍ୟ ପ୍ରକାର ରାଜସ୍ୱ ସୃଷ୍ଟି କରିବା ଯାହାକି ସେସବୁର ପୋଷଣୀୟ ଅପରେସନ୍‍ ଏବଂ ରକ୍ଷଣାବେକ୍ଷଣ ଇତ୍ୟାଦି କାର୍ଯ୍ୟରେ ଉପଯୋଗ କରାଯାଇପାରିବ । ଏହି ଯୋଜନାକୁ ଏଭଳି ଭାବେ ଡିଜାଇନ୍‍ କରାଯାଇଛି ଯାହା ମାଧ୍ୟମରେ ସେଥିରେ ବୈଶ୍ୱିକ ବୈଷୟିକ ଜ୍ଞାନ କୌଶଳ ସହିତ ଅଭିନବ ପ୍ରଯୁକ୍ତିର ମଧ୍ୟ ଉପଯୋଗ କରାଯାଇପାରିବ ଯାହାକି ନଦୀବନ୍ଧର ନିରାପତ୍ତା ବୃଦ୍ଧିରେ ସହାୟକ ହେବ । ଏହି ପ୍ରକଳ୍ପ ଅଧୀନରେ ଅନ୍ୟ ଯେଉଁ ପ୍ରମୁଖ ଅଭିନବ କାର୍ଯ୍ୟପନ୍ଥା ଗ୍ରହଣର ବ୍ୟବସ୍ଥା କରାଯାଇଛି ତାହା ହେଲା ଏଥିରେ ନଦୀବନ୍ଧ ନିରାପତ୍ତା ପରିଚାଳନା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଅଣାଯାଇପାରିବ । ସେଥି ମଧ୍ୟରେ ରିସ୍କ ଭିତ୍ତିକ କାର୍ଯ୍ୟପନ୍ଥା ଗ୍ରହଣ ମାଧ୍ୟମରେ ନଦୀବନ୍ଧ ସମ୍ପତ୍ତି ପରିଚାଳନା ସାମିଲ ଯଦ୍ୱାରା ଏହା ନଦୀବନ୍ଧର ନିରାପତ୍ତା ସଂପର୍କୀତ ସମସ୍ତ ଆର୍ଥିକ ଆବଶ୍ୟକତା ପୂରଣ କରିବା ଦିଗରେ ସହାୟକ ହେବ । ସେହିଭଳି, ଏହି ଯୋଜନା ପ୍ରବର୍ତ୍ତନ ଦ୍ୱାରା ଭାରତୀୟ ନଦୀବନ୍ଧ ସତ୍ତ୍ୱାଧିକାରୀମାନେ ସେମାନଙ୍କର ମାନବ ସମ୍ବଳକୁ ତ୍ୱରାନ୍ୱିତ କରିବାକୁ ସକ୍ଷମ ହୋଇପାରିବ ଏବଂ ବ୍ୟାପକ ଭାବେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଯାହାକି ନଦୀବନ୍ଧ ନିରାପତ୍ତା ନିୟାମକରେ ପ୍ରସ୍ତାବିତ ରହିଛି ତାହା ସାକାର କରିପାରିବେ ।

ଏହି କାର୍ଯ୍ୟକ୍ରମ ରାଜ୍ୟ ତଥା ନଦୀବନ୍ଧ ସତ୍ତ୍ୱାଧିକାରୀମାନଙ୍କ ସେମାନଙ୍କର ନିରାପତ୍ତା ପ୍ରୋଟୋକଲ୍‍ ବୃଦ୍ଧିରେ ସହାୟକ ହେବ ଏବଂ କେତେକ ନିର୍ଦ୍ଦିଷ୍ଟ ନଦୀବନ୍ଧ କ୍ଷେତ୍ରରେ ହେଉଥିବା କାର୍ଯ୍ୟକ୍ରମକୁ ସେମାନଙ୍କ କାର୍ଯ୍ୟ କ୍ଷମତା ପରିସର ମଧ୍ୟରେ ଥିବା ଅନ୍ୟ ସମସ୍ତ ନଦୀବନ୍ଧକୁ ମଧ୍ୟ ପ୍ରସାରିତ କରିବ ଯାହା ଫଳରେ ଦେଶରେ ଏକ ବ୍ୟାପକ ନଦୀବନ୍ଧ ନିରାପତ୍ତା ସଂସ୍କୃତିର ବିକାଶ ଘଟିପାରିବ ।  ଏହି କାର୍ଯ୍ୟକ୍ରମ ନଦୀବନ୍ଧ ନିରାପତ୍ତା ବିଲ୍‍, ୨୦୧୯କୁ ସମର୍ଥନ ଜଣାଏ ଏବଂ ନଦୀବନ୍ଧ ସତ୍ତ୍ୱାଧିକାରୀମାନଙ୍କ ଦକ୍ଷତା ବୃଦ୍ଧି ତଥା ସେଥିରେ ପ୍ରସ୍ତାବିତ ନିୟାମକକୁ ମଧ୍ୟ ସମର୍ଥନ କରେ । ସେହିଭଳି ଏହା ନଦୀବନ୍ଧ ନିରାପତ୍ତା ନିମନ୍ତେ ଆବଶ୍ୟକ ଏକ ପ୍ରୋଟୋକଲ ସୃଷ୍ଟି କରେ ।  ଏହା ଫଳରେ ଦେଶରେ ୧୦,୦୦,୦୦୦ ମାନବ ଦିବସର ଅଣକୁଶଳୀ ଶ୍ରମିକଙ୍କ ପାଇଁ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହେବା ବେଳେ କାର୍ଯ୍ୟରତ ପ୍ରଫେସନାଲମାନଙ୍କ ନିମନ୍ତେ ୨,୫୦,୦୦୦ ମାନବ ଦିନର କାର୍ଯ୍ୟ ସୃଷ୍ଟି ହେବ ।

ବିଶ୍ୱରେ ଚୀନ ଓ ଆମେରିକା ପରେ ନଦୀବନ୍ଧ ପରିଚାଳନା କ୍ଷେତ୍ରରେ ଭାରତ ହେଉଛି ତୃତୀୟ ବୃହତ୍ତମ ରାଷ୍ଟ୍ର । ଭାରତରେ ମୋଟ ୫୩୩୪ଟି ବୃହତ୍‍ ନଦୀବନ୍ଧ କାର୍ଯ୍ୟରତ ରହିଛି । ଏହା ବ୍ୟତୀତ ଅନ୍ୟ ପ୍ରାୟ ୪୧୧ଟି ନଦୀବନ୍ଧ ନିର୍ମାଣାଧୀନ ଅଛି । ଏସବୁ ଛଡ଼ା ଦେଶରେ କେତେ ହଜାର କ୍ଷୁଦ୍ର ନଦୀବନ୍ଧ ମଧ୍ୟ ରହିଛି ।  ସେହିସବୁ ନଦୀବନ୍ଧଗୁଡ଼ିକ ଦେଶର ଜଳ ନିରାପତ୍ତା ନିମନ୍ତେ ଅତୀବ ଗୁରୁତ୍ୱପୂର୍ଣ୍ଣ । ଭାରତୀୟ ନଦୀବନ୍ଧ ଏବଂ ଜଳଭଣ୍ଡାରଗୁଡ଼ିକ ଦେଶର ଆର୍ଥିକ ତଥା କୃଷି ବିକାଶରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି ଏବଂ ସେଥରେ ପ୍ରାୟ ୩୦୦ ବିଲିୟନ୍‍ ଘନମିଟର ଜଳ ବାର୍ଷିକ ସଂଗୃହୀତ ହୋଇଥାଏ ।

ଏହିସବୁ ନଦୀବନ୍ଧଗୁଡ଼ିକ ପାଇଁ ବର୍ତ୍ତମାନ ମୁଖ୍ୟ କାର୍ଯ୍ୟ ହେଲା ସମ୍ପତ୍ତି ପରିଚାଳନା ଏବଂ ନିରାପତ୍ତା । ସେସବୁର ମରାମତିକୁ ବାରମ୍ବାର ଘୁଞ୍ଚାଯାଇ ଆସିଥିବାରୁ ଏବଂ ସେଗୁଡ଼ିକର ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ କାରଣରୁ ଭବିଷ୍ୟତରେ ସେଥିପାଇଁ ଆପଦବିପଦର ଆଶଙ୍କା ରହିଛି । ପରିଣାମତଃ ନଦୀବନ୍ଧର ବିଫଳତା ଭୟଙ୍କର ଆକାର ଧାରଣ କରିପାରେ ଏବଂ ସେଥିପାଇଁ ଧନଜୀବନ ଓ ସମ୍ପତ୍ତି ହାତି ଏବଂ ପର୍ଯ୍ୟାବରଣ ପ୍ରତି ବିପଦ ସୃଷ୍ଟି ହୋଇପାରେ ।

ଡ୍ରୀପ୍‍ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ସାତଟି ରାଜ୍ୟର  ୨୩୩ଟି ନଦୀବନ୍ଧରେ କାର୍ଯ୍ୟକାରୀ କରାଯିବ ଏବଂ ସେଥିରେ ନିରାପତ୍ତା ବ୍ୟବସ୍ଥାର ଉନ୍ନତିକରଣ ତଥା କେତେକ ନିର୍ଦ୍ଦିଷ୍ଟ ନଦୀବନ୍ଧରେ ଅପରେସନାଲ କାର୍ଯ୍ୟପନ୍ଥା ସାମିଲ । ସେହିଭଳି ସେସବୁର ଆନୁଷ୍ଠାନିକ ସୁଦୃଢ଼ୀକରଣ ଯାହାକି ବ୍ୟାପକ ପରିଚାଳନା ବ୍ୟବସ୍ଥା ଦ୍ୱାରା ପ୍ରବର୍ତ୍ତନ କରାଯିବ । ୨୦୨୧ ମସିହା ମାର୍ଚ୍ଚ ମାସସୁଦ୍ଧା ସେସବୁ ସମାପ୍ତ ହୋଇଛି ।

ଡ୍ରୀପ କାର୍ଯ୍ୟକ୍ରମ ମାଧ୍ୟମରେ ଏବେ ହାସଲ କରାଯାଇଥିବା କାର୍ଯ୍ୟକ୍ରମର ଗତି ଏବଂ ଏହାକୁ ଚତୁର୍ଦ୍ଦିଗରେ ବ୍ୟାପକ କରିବା ନିମନ୍ତେ ନୂତନ ଯୋଜନା ଡ୍ରୀପ୍‍ ୨କୁ ବିଶ୍ୱ ବ୍ୟାଙ୍କ ଓ ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କର ଆର୍ଥିକ  ସହାୟତା ଜରିଆରେ ପ୍ରସ୍ତୁତ କରାଯାଇଛି । ଏଥିପାଇଁ ୨୫୦ ନିୟୁତ ଆମେରିକୀୟ ଡଲାରର ବ୍ୟବସ୍ଥା କରାଯାଇଛି ଯାହାକି ଦେଶର ୧୯ଟି ରାଜ୍ୟରେ ଥିବା ବୃହତ ନଦୀବନ୍ଧ କ୍ଷେତ୍ରରେ କାର୍ଯ୍ୟକାରୀ କରାଯିବ ।

ଏହି ଯୋଜନାରେ ବିଶେଷ କରି ନଦୀବନ୍ଧ ବିଫଳତା ଭଳି ରିସ୍କର ନିରାକରଣ ଏବଂ ଲୋକମାନଙ୍କ ନିରାପତ୍ତା ସୁନିଶ୍ଚିତ କରିବା, ନଦୀର ଇକୋଲୋଜିକୁ ବଜାୟ ରଖିବା ଏବଂ କେତେକ ନଦୀବନ୍ଧର ତଳମୁଣ୍ଡରେ ଥିବା ସମ୍ପତିର ସୁରକ୍ଷା ସାମିଲ । ସେସବୁକୁ ଢ଼ାଞ୍ଚାଗତ ତଥା ଅଣ ଢ଼ାଞ୍ଚାଗତ ବ୍ୟବସ୍ଥା ଜରିଆରେ ବାସ୍ତବ ପୁନଃଥଇଥାନ, କାର୍ଯ୍ୟକ୍ରମ ପ୍ରସ୍ତୁତି ଓ ରକ୍ଷଣାବେକ୍ଷଣ ମାନୁଆଲ୍‍ ପ୍ରସ୍ତୁତି, ଜରୁରୀ କାର୍ଯ୍ୟାନୁଷ୍ଠାନ ଯୋଜନା , ଆଗୁଆ ଚେତାବନୀ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ବିବିଧ କାର୍ଯ୍ୟପନ୍ଥା ଏଥିରେ ସାମିଲ ।

ଦେଶର କେତେକ ନିର୍ଦ୍ଦିଷ୍ଟ ଜଳଭଣ୍ଡାରକୁ ଆହୁରି ବ୍ୟାପକ କରାଯିବ ଏବଂ ନିର୍ଦ୍ଦିଷ୍ଟ ନଦୀବନ୍ଧଗୁଡ଼ିକର  ସ୍ୱାସ୍ଥ୍ୟ ତଥା ନିରାପତ୍ତା ଜନିତ ସମସ୍ତ ଆଶଙ୍କାର ଦୂରୀକରଣର ବ୍ୟବସ୍ଥା ରହିଛି । ଏହା ଫଳରେ ଲୋକମାନଙ୍କୁ ବ୍ୟାପକ ଭାବେ ଦୀର୍ଘକାଳୀନ ଭିତ୍ତିରେ ଯୋଜନାବଦ୍ଧ ଭାବେ ସୁଫଳ ଯୋଗାଇ ଦିଆଯାଇପାରିବ । ସେଥବରୁ ଜଳସେଚନ, ପାନୀୟ ଜଳ, ଜଳ ବିଦ୍ୟୁତ୍‍ ଏବଂ ବନ୍ୟା ନିୟନ୍ତ୍ରଣ ଭଳି ପ୍ରତ୍ୟକ୍ଷ ସୁଫଳ ମିଳିପାରିବ ।

ଏହା ବ୍ୟତୀତ ବାସ୍ତବ ପୁନଃଥଇଥାନ ଯାହାକି ପୂର୍ବରୁ ସୂଚୀତ କରାଯାଇଛି, ସେସବୁ ଉପରେ ମଧ୍ୟ ସମାନ ଗୁରୁତ୍ୱ ଦିଆଯିବ ଯାହାକି ନଦୀବନ୍ଧ ସତ୍ତ୍ୱାଧିକାରୀମାନଙ୍କର ଦକ୍ଷତା ବୃଦ୍ଧି କରିବ । ଏହା ଫଳରେ ତାଲିମପ୍ରାକ୍ତ ତଥା କୁଶଳୀ ମାନବସମ୍ବଳ ସୁନିଶ୍ଚିତ ଉପଲବ୍ଧ ହେବ ଯାହାକି ବର୍ଷର ସବୁ ଋତୁରେ ତାହା ଉପଲବ୍ଧ ହେବ । ବିବିଧ ପ୍ରଯୁକ୍ତି ତଥା ପରିଚାଳନାଗତ ପ୍ରସଙ୍ଗର କଷ୍ଟୋମାଇଜଡ୍‍ ତାଲିମ କାର୍ଯ୍ୟକ୍ରମ ନଦୀବନ୍ଧ ସତ୍ତ୍ୱାଧିକାରୀମାନଙ୍କ ପାଇଁ ଉପଲବ୍ଧ ହେବ ଓ ତାହା ଏକ ଜ୍ଞାନ ଭଣ୍ଡାର ସୃଷ୍ଟି କରିବ ଯାହାକି ନଦୀବନ୍ଧ ନିରାପତ୍ତାକୁ ସୁନିଶ୍ଚିତ ଭାବେ ତଥା ବୈଜ୍ଞାନିକ ପଦ୍ଧତିରେ ସମ୍ପାଦନ କରାଯାଇପାରିବ ।

ଭାରତର ନଦୀବନ୍ଧଗୁଡ଼ିକର ଆକାରକୁ ବିଚାରକୁ ନେଇ ଏବଂ ସେଗୁଡ଼ିକର କାର୍ଯ୍ୟକାରୀ କରିବା ଓ ପରିଚାଳନା କ୍ଷେତ୍ରରେ ଥିବା ଚାଲେଞ୍ଜକୁ ଦୃଷ୍ଟିରେ ରଖି ଏହି ସବୁ ସମ୍ପତ୍ତି ସୃଷ୍ଟି କରାଯାଇଛି । ଭାରତ ସରକାର ଦେଶରେ ନଦୀବନ୍ଧ ନିରାପତ୍ତା ପ୍ରଫେସନାଲ ପୁଲ ଉପଲବ୍ଧ କରିବା ସକାଶେ ସକଳ ପ୍ରକାର ପ୍ରୟାସ ଜାରି ରଖିଛନ୍ତି । ଆଇଆଇଏସସି ଏବଂ ଆଇଆଇଟିମାନଙ୍କ  ଭଳି ପ୍ରମୁଖ ଶୈକ୍ଷିକ ଅନୁଷ୍ଠାନ ମାନଙ୍କ ସହିତ ସହଭାଗୀତାରେ ଏଭଳି ବ୍ୟବସ୍ଥା କରାଯାଇଛି ଏବଂ ପାଞ୍ଚଟି କେନ୍ଦ୍ରୀୟ ଏଜେନ୍ସିର ଦକ୍ଷତା ବୃଦ୍ଧି କରାଯାଉଛି । ଏହାକୁ ନଦୀବନ୍ଧ ସତ୍ତ୍ୱାଧିକାରୀମାନଙ୍କ ସହିତ ମିଶି ଆତ୍ମନିର୍ଭର ଭାରତଶୀର୍ଷକରେ କରାଯାଉଛି । ଏହା ଦୀର୍ଘକାଳୀନ ଭିତ୍ତିରେ ଆବଶ୍ୟକ ଜ୍ଞାନର ପୋଷଣୀୟତା ତଥା ମାନବ ସମ୍ବଳ ସୃଷ୍ଟି ଦିଗରେ ସହାୟକ ହେବ ଯାହାକି ନଦୀବନ୍ଧ ସତ୍ତ୍ୱାଧିକାରୀମାନଙ୍କୁ ବିଶେଷ ଭାବେ ସହାୟକ ହେବ । ଭାରତ ମଧ୍ୟ ଏହା ଫଳରେ ଏଭଳି ନଦୀବନ୍ଧ ନିରାପତ୍ତା, ବିଶେଷ କରି ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଏସିଆ କ୍ଷେତ୍ରରେ ନେତୃତ୍ୱ ଦକ୍ଷତାର ଅଧିକାରୀ ହେବ ।

 

 

*****

SS



(Release ID: 1742604) Visitor Counter : 175


Read this release in: English , Urdu , Hindi