ରସାୟନ ଓ ସାର ମନ୍ତ୍ରଣାଳୟ

ଫର୍ଟିଲାଇଜର କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡର ତାଳଚେର ୟୁନିଟ୍ ପୁନରୁଦ୍ଧାର ପାଇଁ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର

Posted On: 27 JUL 2021 4:02PM by PIB Bhubaneshwar

ଫର୍ଟିଲାଇଜର କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ (ଏଫସିଆଇଏଲ)ର ତାଳଚେର ୟୁନିଟ ପୁନରୁଦ୍ଧାର ପାଇଁ ଭାରତ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଚୟନ କରାଯାଇଥିବା କେତେକ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଯୌଥ ଉଦ୍ୟୋଗ ମାଧ୍ୟମରେ ଏଠାରେ ବାର୍ଷିକ 12.7 ଲକ୍ଷ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଆମୋନିଆ ୟୁରିଆ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବାର ପ୍ରସ୍ତାବ ରହିଛି। ଗ୍ୟାସ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ (ଗେଲ), ରାଷ୍ଟ୍ରୀୟ କେମିକାଲ୍ସ ଓ ଫର୍ଟିଲାଇଜର୍ସ ଲିମିଟେଡ (ଆରସିଏଫ), କୋଲ ଇଣ୍ଡିଆ ଲିମିଟେଡ (ସିଆଇଏଲ) ଏବଂ ଏଫସିଆଇଏଲ ଏହି ଯୌଥ ଉଦ୍ୟୋଗର ଅଂଶୀଦାର ରହିଛନ୍ତି। ଏଥିପାଇଁ “ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ (ଟିଏଫଏଲ)” ନାମକ ଏକ ଯୌଥ ଉଦ୍ୟୋଗ କମ୍ପାନୀ 03.11.2015 ଗଠନ କରାଯାଇଛି।

ତାଳଚେର ସାର କାରଖାନା ନିର୍ମାଣ ପର୍ଯ୍ୟାୟରେ 4500 ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାକୁ ଥିବା ବେଳେ କାର୍ଯ୍ୟକ୍ଷମ ହେବା ପରେ 510 ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସ୍ଥାନୀୟ ଲୋକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ବ୍ୟତୀତ, ତାଳଚେର ସାର କାରଖାନା ପୂର୍ବାଞ୍ଚଳରେ ଆର୍ଥିକ ବିକାଶକୁ ତ୍ବରାନ୍ବିତ କରିବ। ଏହା ମଧ୍ୟ ଓଡ଼ିଶାର ଚାଷୀଙ୍କ ପାଇଁ ଯଥେଷ୍ଟ ପରିମାଣର ୟୁରିଆ ଉପଲବ୍ଧ କରାଇବ।

ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭ୍ୟ।

 

*******

P.S

 



(Release ID: 1739665) Visitor Counter : 188


Read this release in: English , Urdu