ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ସ୍ୱାସ୍ଥ୍ୟ ଏବଂ ଚିକିତ୍ସା କ୍ଷେତ୍ରରେ ସହଯୋଗ ଉପରେ ଭାରତ ଏବଂ ଡେନମାର୍କ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ କ୍ୟାବିନେଟ ଅନୁମୋଦନ କରିଛି

Posted On: 14 JUL 2021 4:25PM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଡେନମାର୍କ  ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ସ୍ୱାସ୍ଥ୍ୟ ଓ ଚିକିତ୍ସା କ୍ଷେତ୍ରରେ ସହଯୋଗ ସଂକ୍ରାନ୍ତ ବୁଝାମଣାପତ୍ରକୁ ଅନୁମୋଦନ କରିଛି ।

ସୁଫଳ:

ଏହି ଦ୍ୱିପାକ୍ଷିକ ବୁଝାମଣାପତ୍ର ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଡେନମାର୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଜ୍ଞାନକୌଶଳ ବିକାଶ ଏବଂ ମିଳିତ ପଦକ୍ଷେପ ମାଧ୍ୟମରେ ସହଯୋଗକୁ ପ୍ରୋତ୍ସାହିତ କରିବ । ଏହା ଭାରତ ଓ ଡେନମାର୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ କରିବ ।

         ଏହି ଦ୍ୱିପାକ୍ଷିକ ବୁଝାମଣାପତ୍ର ସ୍ୱାସ୍ଥ୍ୟ କ୍ଷେତ୍ରରେ ଗବେଷଣାର ବିକାଶ ଏବଂ ମିଳିତ ପଦକ୍ଷେପ ଦ୍ୱାରା ଭାରତର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଡେନମାର୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରିବ । ଏହା ଉଭୟ ଦେଶର ଲୋକଙ୍କ ସାର୍ବଜନିକ ସ୍ୱାସ୍ଥ୍ୟ ସ୍ଥିତିରେ ଉନ୍ନତି ଆଣିବାରେ ସହାୟତା ଯୋଗଇ ଦେବ ।

JP



(Release ID: 1735723) Visitor Counter : 138