ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ

କେନ୍ଦ୍ରୀୟ ତାଲିକାଭୁକ୍ତ ଅନ୍ୟାନ୍ୟ ଅନଗ୍ରସର ଶ୍ରେଣୀର ଉପଶ୍ରେଣୀଭୁକ୍ତ ଜାତି ସମସ୍ୟା ଅନୁଧ୍ୟାନ ନିମନ୍ତେ ସମ୍ବିଧାନର ୩୪୦ଧାରା ଅଧୀନରେ ଗଠିତ ଆୟୋଗର ସମୟ ସୀମା ବୃଦ୍ଧିକୁ କ୍ୟାବିନେଟରେ ଅନୁମୋଦନ

Posted On: 14 JUL 2021 4:23PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ ତାଲିକାଭୁ୍‌କ୍ତ ଅନ୍ୟାନ୍ୟ ଅନଗ୍ରସର ଶ୍ରେଣୀର ଉପଶ୍ରେଣୀଭୁକ୍ତ ଜାତି ସମସ୍ୟାର ପରୀକ୍ଷା ନିରୀକ୍ଷା କରୁଥିବା ଆୟୋଗର ଏକଦଶତମ ସମୟ ସୀମା ବୃଦ୍ଧି ଅନୁମୋଦିତ ହୋଇଛି ।  ସମ୍ବିଧାନର ୩୪୦ ଧାରା ଅଧୀନରେ ଏହି ଆୟୋଗ ଗଠିତ ହୋଇଛି । ଏହି ସମୟ ସୀମା ୩୧ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ଥିବାବେଳେ, ଏହାକୁ ୩୧ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ସୁବିଧା

ଆୟୋଗର ପ୍ରସ୍ତାବିତ ଅବଧି ବୃଦ୍ଧି ଫଳରେ ଆୟୋଗ ଅନ୍ୟାନ୍ୟ ହିତାଧିକାରୀମାନଙ୍କ ସହ କଥାବାର୍ତ୍ତା ହୋଇ ଅନ୍ୟାନ୍ୟ ଅନଗ୍ରସର ଶ୍ରେଣୀ ଅନ୍ତର୍ଗତ ଉପଶ୍ରେଣୀଭୁକ୍ତ ଜାତିଙ୍କ ସମ୍ପର୍କରେ ବିସ୍ତୃତ ରିପୋର୍ଟ ପ୍ରଦାନରେ ସମର୍ଥ ହେବେ ।

ତ୍ୱରାନ୍ୱିତ ସୂଚୀ

ଆୟୋଗଙ୍କ ୩୧.୭.୨୦୨୧ରୁ  ୩୧,୦୧.୨୦୨୨ ପର୍ଯ୍ୟନ୍ତ ମିଆଦ ବୃଦ୍ଧି ଆଦେଶ  ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ଆକାରରେ ପ୍ରକାଶ ପାଇବ ।

*****

SM / SLP



(Release ID: 1735487) Visitor Counter : 156