ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସମ୍ପର୍କିତ ସଦ୍ୟତମ ସୂଚନା

Posted On: 06 JUL 2021 8:53AM by PIB Bhubaneshwar

ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ମୋଟ 35.75 କୋଟି ଡୋଜ ଟିକା ବିନିଯୋଗ ହୋଇସାରିଲାଣି

ଗତ 24 ଘଣ୍ଟା ମଧ୍ୟରେ ଭାରତର ନୂତନ କରୋନା ମାମଲା ସଂଖ୍ୟା 34,703 ରହିଛି, ଯାହା 111 ଦିନ ମଧ୍ୟରେ ସର୍ବନିମ୍ନ

ଭାରତର ସକ୍ରିୟ କରୋନା ମାମଲା ସଂଖ୍ୟା 4,64,357କୁ ହ୍ରାସ ପାଇଛି ।

ସକ୍ରିୟ ମାମଲା ମୋଟ ମାମଲାର 1.52 ପ୍ରତିଶତରେ ରହିଛି

ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ମୋଟ 2,97,52,294 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ 51,864 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

କ୍ରମାଗତ 54 ଦିନ ମଧ୍ୟରେ ଦୈନିକ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ଠାରୁ ଦୈନିକ ସୁସ୍ଥ ରୋଗୀଙ୍କ ସଂଖ୍ୟା ଅଧିକ ହେବାରେ ଲାଗିଛି ।

ସୁସ୍ଥତା ହାର 97.17 ପ୍ରତିଶତକୁ ବୃଦ୍ଧି ପାଇଛି ।

ସାପ୍ତାହିକ ପଜିଟିଭିଟି ହାର 5 ପ୍ରତିଶତ ତଳେ ରହିଛି, ବର୍ତ୍ତମାନ ଏହା 2.40 ପ୍ରତିଶତରେ ରହିଛି ।

ଦୈନିକ ପଜିଟିଭିଟି ହାର 2.11 ପ୍ରତିଶତରେ ରହିଛି, ଯାହା କ୍ରମାଗତ ଭାବେ 15 ଦିନ ମଧ୍ୟରେ 3 ପ୍ରତିଶତରୁ କମ୍ ରହିଛି ।

ପରୀକ୍ଷଣ କ୍ଷମତା ବହୁ ପରିମାଣରେ ବୃଦ୍ଧି ପାଇଛି – ବର୍ତ୍ତମାନ ସୁଦ୍ଧା ସମୁଦାୟ 42.14 କୋଟି ପରୀକ୍ଷା କରାଯାଇଛି ।

 

**********

TRP/

 

 



(Release ID: 1733057) Visitor Counter : 212