ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-19 ଟିକାକରଣ ସମ୍ପର୍କିତ ସଦ୍ୟତମ ସୂଚନା
ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଦିଆଯାଇଛି 36.97 କୋଟି ଡୋଜରୁ ଅଧିକ ଟିକା
ଟିକାକରଣ ପାଇଁ ଏବେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଓ ବେସରକାରୀ ହସ୍ପିଟାଲମାନଙ୍କ ପାଖରେ ଉପଲବ୍ଧ ଅଛି 2.01 କୋଟିରୁ ଅଧିକ ଡୋଜ
Posted On:
05 JUL 2021 10:13AM by PIB Bhubaneshwar
ସାରା ଦେଶରେ କୋଭିଡ-19 ଟିକାକରଣକୁ ତ୍ୱରାନ୍ୱିତ କରିବା ଏବଂ ଏହାର ପରିସରକୁ ବ୍ୟାପକ କରିବା ଦିଗରେ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । ଜୁନ 21, 2021ରୁ ସାର୍ବଜନୀନ କୋଭିଡ-19 ଟିକାକରଣର ନୂତନ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହି ଟିକାକରଣ ଅଭିଯାନ ଅଧିକ ସଂଖ୍ୟକ ଟିକା ଉପଲବ୍ଧତା, ଉତ୍ତମ ଯୋଜନା ପ୍ରସ୍ତୁତି ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ନିକଟରେ ଅଧିକ ସଂଖ୍ୟକ ଟିକା ଉପଲବ୍ଧ ହେବା ଏବଂ ଟିକା ଯୋଗାଣ ଶୃଙ୍ଖଳକୁ ବ୍ୟବସ୍ଥିତ କରିବା ଜରିଆରେ ଗତିଶୀଳ କରାଯାଇଛି ।
ଦେଶବ୍ୟାପୀ ଟିକାକରଣ ଅଭିଯାନର ଅଂଶବିଶେଷ ସ୍ଵରୂପ, ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ସଂପୂର୍ଣ୍ଣ ମାଗଣାରେ କୋଭିଡ ଟିକା ଯୋଗାଇଦେବାରେ ସହାୟତା କରୁଛନ୍ତି । ନୂତନ ପର୍ଯ୍ୟାୟ ସାର୍ବଜନୀନ କୋଭିଡ-19 ଟିକାକରଣ ଅଭିଯାନରେ କେନ୍ଦ୍ର ସରକାର ଦେଶର ଟିକା ଉତ୍ପାଦନକାରୀମାନଙ୍କ ଠାରୁ 75 ପ୍ରତିଶତ ଟିକା କ୍ରୟ କରି ସେଗୁଡିକୁ ସଂପୂର୍ଣ୍ଣ ମାଗଣାରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଯୋଗାଇ ଦେଉଛନ୍ତି ।
ବର୍ତ୍ତମାନ ସୁଦ୍ଧା ଭାରତ ସରକାର ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଉଭୟ ବିନା ମୂଲ୍ୟରେ ଏବଂ ରାଜ୍ୟମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ କ୍ରୟ ପ୍ରକ୍ରିୟାରେ 36.97 କୋଟି ଡୋଜରୁ ଅଧିକ (36,97,70,980) ଟିକା ଉପଲବ୍ଧ କରାଇଛନ୍ତି ।
ଏଥିମଧ୍ୟରୁ ନଷ୍ଟ ହୋଇଥିବା ଡୋଜକୁ ମିଶାଇ ମୋଟ 34,95,74,408 ଡୋଜ ଟିକା (ଆଜି ସକାଳ 8ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ) ବିନିଯୋଗ ହୋଇଛି ।
ଏବେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଓ ବେସରକାରୀ ହସ୍ପିଟାଲମାନଙ୍କ ନିକଟରେ ଆହୁରି 2.01 କୋଟି (2,01,96,572) ଡୋଜରୁ ଅଧିକ କୋଭିଡ ଟିକା ବଳକା ଏବଂ ଅବ୍ୟବହୃତ ଭାବେ ସେମାନଙ୍କ ନିକଟରେ ଉପଲବ୍ଧ ଅଛି ।
**********
TRP/
(Release ID: 1732803)
Visitor Counter : 268
Read this release in:
Malayalam
,
English
,
Urdu
,
Hindi
,
Marathi
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada