ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-19 ଟିକାକରଣ ସମ୍ପର୍କିତ ସଦ୍ୟତମ ସୂଚନା
ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଦିଆଯାଇଛି 30.54 କୋଟି ଡୋଜରୁ ଅଧିକ ଟିକା
ଟିକାକରଣ ପାଇଁ ଏବେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ପାଖରେ ଉପଲବ୍ଧ ଅଛି 1.50 କୋଟିରୁ ଅଧିକ ଡୋଜ
Posted On:
26 JUN 2021 9:58AM by PIB Bhubaneshwar
ସାରା ଦେଶରେ କୋଭିଡ-19 ଟିକାକରଣକୁ ତ୍ୱରାନ୍ୱିତ କରିବା ଏବଂ ଏହାର ପରିସରକୁ ବ୍ୟାପକ କରିବା ଦିଗରେ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । ଜୁନ 21, 2021ରୁ ସାର୍ବଜନୀନ କୋଭିଡ-19 ଟିକାକରଣର ନୂତନ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହି ଟିକାକରଣ ଅଭିଯାନ ଅଧିକ ସଂଖ୍ୟକ ଟିକା ଉପଲବ୍ଧତା, ଉତ୍ତମ ଯୋଜନା ପ୍ରସ୍ତୁତି ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ନିକଟରେ ଅଧିକ ସଂଖ୍ୟକ ଟିକା ଉପଲବ୍ଧ ହେବା ଏବଂ ଟିକା ଯୋଗାଣ ଶୃଙ୍ଖଳକୁ ବ୍ୟବସ୍ଥିତ କରିବା ଜରିଆରେ ଗତିଶୀଳ କରାଯାଇଛି ।
ଦେଶବ୍ୟାପୀ ଟିକାକରଣ ଅଭିଯାନର ଅଂଶବିଶେଷ ସ୍ଵରୂପ, ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ସଂପୂର୍ଣ୍ଣ ମାଗଣାରେ କୋଭିଡ ଟିକା ଯୋଗାଇଦେବାରେ ସହାୟତା କରୁଛନ୍ତି । ନୂତନ ପର୍ଯ୍ୟାୟ ସାର୍ବଜନୀନ କୋଭିଡ-19 ଟିକାକରଣ ଅଭିଯାନରେ କେନ୍ଦ୍ର ସରକାର ଦେଶର ଟିକା ଉତ୍ପାଦନକାରୀମାନଙ୍କ ଠାରୁ 75 ପ୍ରତିଶତ ଟିକା କ୍ରୟ କରି ସେଗୁଡିକୁ ସଂପୂର୍ଣ୍ଣ ମାଗଣାରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଯୋଗାଇ ଦେଉଛନ୍ତି ।
ବର୍ତ୍ତମାନ ସୁଦ୍ଧା ଭାରତ ସରକାର ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଉଭୟ ବିନା ମୂଲ୍ୟରେ ଏବଂ ରାଜ୍ୟମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ କ୍ରୟ ପ୍ରକ୍ରିୟାରେ 31.17 କୋଟି ଡୋଜରୁ ଅଧିକ (31,17,01,800) ଟିକା ଉପଲବ୍ଧ କରାଇଛନ୍ତି ।
ଏଥିମଧ୍ୟରୁ ନଷ୍ଟ ହୋଇଥିବା ଡୋଜକୁ ମିଶାଇ ମୋଟ 29,71,80,733 ଡୋଜ ଟିକା (ଆଜି ସକାଳ 8ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ) ବିନିଯୋଗ ହୋଇଛି ।
ଏବେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ନିକଟରେ 1.45 କୋଟି (1,45,21,067) ଡୋଜରୁ ଅଧିକ କୋଭିଡ ଟିକା ବିନିଯୋଗ ହେବା ପାଇଁ ଉପଲବ୍ଧ ରହିଛି ।
ଏହା ବ୍ୟତୀତ, ବର୍ତ୍ତମାନ 19,10,650ରୁ ଅଧିକ ଡୋଜ ଟିକା ପାଇପଲାଇନରେ ଅଛି ଏବଂ ଆସନ୍ତା 3 ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଏହାକୁ ଗ୍ରହଣ କରିବେ ।
**********
TRP/
(Release ID: 1730485)
Visitor Counter : 194