ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୨୨.୪୬ କୋଟିରୁ ଅଧିକ ଟିକା ଡୋଜ ପ୍ରଦାନ କରାଯାଇଛି

ବର୍ତ୍ତମାନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିକଟରେ ୧.୮୪ କୋଟିରୁ ଅଧିକ ଡୋଜ ଉପଲବ୍ଧ ରହିଛି ଯାହା ଲୋକମାନଙ୍କୁ ଦିଆଯିବ

Posted On: 28 MAY 2021 11:18AM by PIB Bhubaneshwar

ଜାତୀୟ ଟିକାକରଣ ଅଭିଯାନର ଅଂଶସ୍ୱରୂପ ଭାରତ ସରକାର ମାଗଣାରେ କୋଭିଡ ଟିକା ଯୋଗାଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସମର୍ଥନ ଯୋଗାଇ ଆସୁଛନ୍ତି । ତତସହିତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ସିଧାସଳଖ ଭାବେ ଟିକା ହାସଲକୁ ସୁବ୍ୟବସ୍ଥିତ କରୁଛନ୍ତି ଭାରତ ସରକାର । ମହାମାରୀର ନିୟନ୍ତ୍ରଣ ଏବଂ ମୁକାବିଲା ଦିଗରେ ଏବେ ଭାରତ ସରକାରଙ୍କ ପ୍ରମୁଖ ରଣନୀତିର ଏକ ଅଭିନ୍ନ ଅଙ୍ଗ ପାଲଟିଛି କୋଭିଡ ଟିକାକରଣ । ଏଥିସହ ଟେଷ୍ଟ, ଟ୍ରାକ, ଟି୍ରଟ ଏବଂ କୋଭିଡ କୈନ୍ଦ୍ରିକ ବ୍ୟବହାରକୁ ମଧ୍ୟ ରଣନୀତିରେ ସାମିଲ କରାଯାଇଛି ।

୨୦୨୧ ମେ ୧ରୁ କୋଭିଡ-୧୯ ଟିକାକରଣର ଉଦାର ତଥା ତ୍ୱରିତ ପର୍ଯ୍ୟାୟ ୩ ରଣନୀତିର କାର୍ଯ୍ୟାନ୍ୱୟନ ଆରମ୍ଭ ହୋଇଯାଇଛି ।

ରଣନୀତିର ଅଂଶସ୍ୱରୂପ, ପ୍ରତି ମାସରେ କୌଣସି କମ୍ପାନିର ମୋଟ ସେଣ୍ଟ୍ରାଲ ଡ୍ରଗ୍ସ ଲାବୋରେଟୋରି (ସିଡିଏଲ) ଅନୁମୋଦିତ ଟିକା ଡୋଜର ୫୦% ଭାରତ ସରକାରଙ୍କ ଦ୍ୱାରା ହାସଲ କରାଯିବ । ଏହି ଡୋଜଗୁଡ଼ିକୁ ପୂର୍ବ ଭଳି ରାଜ୍ୟ ସରକାରମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ କରାଯିବା ପ୍ରକ୍ରିୟା ବଳବତ୍ତର ରହିବ ।

ଭାରତ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ମାଗଣା ବର୍ଗ ଏବଂ ପ୍ରତ୍ୟକ୍ଷ ରାଜ୍ୟ ସଂଗ୍ରହଣ ବର୍ଗରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପାଖାପାଖି ୨୨.୪୬ କୋଟିରୁ ଅଧିକ ଟିକା ଡୋଜ (୨୨,୪୬,୦୮,୦୧୦) ପ୍ରଦାନ କରିସାରିଲେଣି ।

ତନ୍ମଧ୍ୟରୁ, ନଷ୍ଟ ହୋଇଥିବା ଡୋଜକୁ ମିଶାଇ ମୋଟ ବ୍ୟବହୃତ ଡୋଜ ସଂଖ୍ୟା ୨୦,୪୮,୦୪,୮୫୩ ହୋଇଛି (ଆଜି ସକାଳ ୮ଟାରେ ଉପଲବ୍ଧ ତଥ୍ୟ ଅନୁସାରେ) ।

ବର୍ତ୍ତମାନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିକଟରେ ୧.୮୪ କୋଟିରୁ ଅଧିକ କୋଭିଡ ଟିକା ଡୋଜ (୧,୮୪,୯୨,୬୭୭) ଉପଲବ୍ଧ ରହିଛି ଯାହା ଲୋକମାନଙ୍କୁ ଦିଆଯିବ ।

ଅଧିକନ୍ତୁ, ୩ ଲକ୍ଷ (୩,୨୦,୩୮୦) ଟିକା ଡୋଜ ପାଇପଲାଇନରେ ରହିଛି ଏବଂ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ତାହା ଗ୍ରହଣ କରାଯିବ ।

SR



(Release ID: 1722567) Visitor Counter : 244