ପ୍ରତିରକ୍ଷା ମନ୍ତ୍ରଣାଳୟ

ଓଡିଶାର ଖୋର୍ଦ୍ଧା ଜିଲ୍ଲାରେ ଭାରତୀୟ ନୌସେନା ଦ୍ଵାରା ପ୍ରତିଷ୍ଠା ହେଲା 150 ଶଯ୍ୟା ବିଶିଷ୍ଟ କୋଭିଡ ସେବା କେନ୍ଦ୍ର

ପୋଷ୍ଟ କରାଯିବା ଦିନାଙ୍କ: 07 MAY 2021 7:33PM by PIB Bhubaneswar

ଆଜି ମେ 07, 2021ରେ ଭାରତୀୟ ନୌସେନା ଦ୍ୱାରା ଖୋର୍ଦ୍ଧା ଜିଲ୍ଲାର କୋଭିଡ ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିବା ପାଇଁ ଏହାର ଆବ-ଇନିସିଓ ଟ୍ରେନିଂ ଏଷ୍ଟାବ୍ଲିସମେଣ୍ଟ, ଆଇଏନ୍ଏସ୍ ଚିଲିକା, ନୌସେନା ଅଧିକାରୀ-ଭାରପ୍ରାପ୍ତ (ଓଡ଼ିଶା)ଙ୍କ ଅଧୀନରେ ଏକ କୋଭିଡ ସେବା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହାକୁ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଏସ.କେ ମହାନ୍ତି ଉଦ୍ଘାଟନ କରିଛନ୍ତି । INHSNivarini, ନୌସେନା ହସ୍ପିଟାଲରେ ଅମ୍ଳଜାନ ସୁବିଧା ଥିବା ଅତିରିକ୍ତ 15 ଶଯ୍ୟା ସହିତ 150 ଶଯ୍ୟା ବିଶିଷ୍ଟ ଏକାନ୍ତବାସ ସୁବିଧା ରହିଛି । ସାମାନ୍ୟ ଲକ୍ଷଣଗତ କୋଭିଡ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି ଜିଲ୍ଲା ମେଡିକାଲ କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବା ଉତ୍ସର୍ଗୀକୃତ ଡାକ୍ତର / ପାରାମେଡିକାଲ୍ କର୍ମଚାରୀମାନେ ଷ୍ଟେସନ କମ୍ୟୁନିଟି କର୍ମଚାରୀଙ୍କ ସହିତ କୋଭିଡ କେୟାର ସେଣ୍ଟରରେ 24x7 କାର୍ଯ୍ୟ କରି ଏହାର ସମସ୍ତ ରୋଗୀଙ୍କୁ ପର୍ଯ୍ୟାପ୍ତ ସୁବିଧା ଯୋଗାଇ ଦେବେ

କୋଭିଡ-19 ବିରୁଦ୍ଧରେ ଯୁଦ୍ଧ କରିବା ଲାଗି ଭାରତୀୟ ନୌସେନା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଜିଲ୍ଲାପାଳ ତାଙ୍କ ସମ୍ବୋଧନରେ ପ୍ରଶଂସା କରିଥିଲେ ସେ ଆହୁରି ମଧ୍ୟ ସୂଚନା ଦେଇଥିଲେ ଯେ, ଖୋର୍ଦ୍ଧା ଜିଲ୍ଲା ପାଇଁ ଏହି ସୁବିଧା କେବଳ ସଂକ୍ରମିତ ଲୋକଙ୍କୁ ଉନ୍ନତ ଚିକିତ୍ସା ପ୍ରଦାନ କରିବାରେ ସକ୍ଷମ ହେବ ନାହିଁ, ବରଂ ଭାରତୀୟ ନୌସେନାର ସମର୍ଥନ ମଧ୍ୟ ସେମାନଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି କରିବାରେ ସହାୟକ ହେବ   ଏହା କୋଭିଡ ସଂକ୍ରମିତ ରୋଗୀଙ୍କୁ ସଙ୍କଟକାଳୀନ ସ୍ଥିତିରେ ସାହାଯ୍ୟ ଯୋଗାଇବ

**********

TRP/


(ରିଲିଜ ଆଡି: 1716932) ପରିଦର୍ଶକ କାଉଣ୍ଟର : 235
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Tamil