ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତ ସରକାର ଏ ପର୍ଯ୍ୟନ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ ୧୭.୧୫ କୋଟିରୁ ଅଧିକ ଟିକା ଡୋଜ ପ୍ରଦାନ କରିସାରିଲେଣି

ବର୍ତ୍ତମାନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିକଟରେ ୮୯ ଲକ୍ଷରୁ ଅଧିକ ଡୋଜ ଉପଲବ୍ଧ ରହିଛି ଯାହା ଲୋକମାନଙ୍କୁ ଦିଆଯିବ

ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ୨୮ ଲକ୍ଷରୁ ଅଧିକ ଡୋଜ ଗ୍ରହଣ କରାଯିବ

Posted On: 06 MAY 2021 10:43AM by PIB Bhubaneshwar

ଭାରତ ସରକାର ଏକ ‘ସମ୍ପୂର୍ଣ୍ଣ ସରକାର’ ଦୃଷ୍ଟିକୋଣ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ମିଶି କୋଭିଡ-୧୯ ମହାମାରୀ ବିରୋଧୀ ଲଢ଼େଇରେ ଅଗ୍ରଗାମୀ ରହିଛନ୍ତି । ମହାମାରୀର ନିୟନ୍ତ୍ରଣ ଏବଂ ମୁକାବିଲା ପାଇଁ ଟେଷ୍ଟ, ଟ୍ରାକ, ଟ୍ରିଟ ଏବଂ କୋଭିଡ କୈନ୍ଦ୍ରିକ ବ୍ୟବହାର ବ୍ୟତୀତ, ଏବେ ଟିକାକରଣ ଭାରତ ସରକାରଙ୍କ ପାଞ୍ଚ ସୂତ୍ରୀ ରଣନୀତିର ଏକ ଅଭିନ୍ନ ଅଙ୍ଗ ପାଲଟିଛି ।

୨୦୨୧ ମେ ୧ରୁ କୋଭିଡ-୧୯ ଟିକାକରଣର ଉଦାର ତଥା ତ୍ୱରିତ ପର୍ଯ୍ୟାୟ ୩ ରଣନୀତିର କାର୍ଯ୍ୟାନ୍ୱୟନ ଆରମ୍ଭ ହୋଇଯାଇଛି । ଏପ୍ରିଲ ୨୮ ତାରିଖରୁ କୋଭିଡ ଟିକାକରଣ ପାଇଁ ନୂଆ ଯୋଗ୍ୟ ହିତାଧିକାରୀ ଗୋଷ୍ଠୀଙ୍କର ପଞ୍ଜୀକରଣ ଆରମ୍ଭ ହୋଇଛି । ହିତାଧିକାରୀମାନେ ସିଧାସଳଖ ଭାବେ କୋୱିନ ପୋର୍ଟାଲ (cowin.gov.in) ଅଥବା ଆରୋଗ୍ୟ ସେତୁ ଆପ ଜରିଆରେ ପଂଜୀକରଣ କରାଇ ପାରିବେ ।

ଭାରତ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ ପାଖାପାଖି ୧୭.୧୫ କୋଟି (୧୭,୧୫,୪୨,୪୧୦) ଟିକା ଡୋଜ ପ୍ରଦାନ କରିସାରିଲେଣି । ତନ୍ମଧ୍ୟରୁ, ନଷ୍ଟ ହୋଇଥିବା ଡୋଜକୁ ମିଶାଇ ମୋଟ ବ୍ୟବହୃତ ଡୋଜ ସଂଖ୍ୟା ୧୬,୨୬,୧୦,୯୦୫ ହୋଇଛି (ଆଜି ସକାଳ ୮ଟାରେ ଉପଲବ୍ଧ ତଥ୍ୟ ଅନୁସାରେ) ।

ବର୍ତ୍ତମାନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିକଟରେ ୮୯ ଲକ୍ଷରୁ ଅଧିକ କୋଭିଡ ଟିକା ଡୋଜ (୮୯,୩୧,୫୦୫) ଉପଲବ୍ଧ ରହିଛି ଯାହା ଲୋକମାନଙ୍କୁ ଦିଆଯିବ । ନକାରାତ୍ମକ ସନ୍ତୁଳନ ଥିବା ରାଜ୍ୟ ସେମାନଙ୍କୁ ଯୋଗାଣ ହୋଇଥିବା ଟିକା ଠାରୁ ଅଧିକ ବ୍ୟବହାର (ନଷ୍ଟ ସହିତ) କରୁଥିବା ଦେଖିବାକୁ ମିଳୁଛି କାରଣ ସେମାନେ ସଶସ୍ତ୍ର ବଳକୁ ଯୋଗାଇଥିବା ଟିକାକୁ ଏହା ସହିତ ମେଳ ଖୁଆଇ ନାହାନ୍ତି ।

ଅଧିକନ୍ତୁ, ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ୨୮ ଲକ୍ଷରୁ ଅଧିକ (୨୮,୯୦,୩୬୦) ଅତିରିକ୍ତ ଟିକା ଡୋଜ ଗ୍ରହଣ କରାଯିବ ।

https://static.pib.gov.in/WriteReadData/userfiles/image/image001BLOV.jpg

https://static.pib.gov.in/WriteReadData/userfiles/image/image003C1VU.jpg

https://static.pib.gov.in/WriteReadData/userfiles/image/image004AKCE.jpg

https://static.pib.gov.in/WriteReadData/userfiles/image/image005KA9G.jpg

 

****

SR



(Release ID: 1716522) Visitor Counter : 245