କ୍ୟାବିନେଟ

କୃଷି କ୍ଷେତ୍ରରେ ସହଯୋଗ ପାଇଁ ଫିଜି-ଭାରତ ବୁଝାମଣାପତ୍ରକୁ କ୍ୟାବିନେଟର ଅନୁମୋଦନ

Posted On: 03 MAR 2021 12:59PM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଭାରତ-ଫିଜି କୃଷି ସହଯୋଗ ବୁଝାମଣାପତ୍ରକୁ ଅନୁମୋଦନ କରାଯାଇଛି । ଏହି ବୁଝାମଣାପତ୍ର ଅନୁସାରେ କୃଷି ଏବଂ ତତ୍‍ସଂକ୍ରାନ୍ତ କ୍ଷେତ୍ରରେ ଦୁଇଦେଶର କୃଷକଙ୍କ ମଧ୍ୟରେ ସହଯୋଗ ଏବଂ ସେମାନଙ୍କ କଲ୍ୟାଣ ପାଇଁ ଉଭୟ ଦେଶ ମିଳିତଭାବେ କାର୍ଯ୍ୟ କରିବେ । ଦୁଇପକ୍ଷ ଯେଉଁ ଯେଉଁ କ୍ଷେତ୍ରରେ ସହଯୋଗଭିତ୍ତିରେ କାମ କରିବେ ସେଗୁଡିକ ହେଲା- ସଂପୃକ୍ତ କ୍ଷେତ୍ରର ଗବେଷକ, ବୈଜ୍ଞାନିକ ବିଶେଷଜ୍ଞ ଓ ବୈଷୟିକବିତ୍‍ଙ୍କ ମଧ୍ୟରେ ଆଦାନପ୍ରଦାନ, ଟେକ୍‍ନୋଲଜି ହସ୍ତାନ୍ତରଣ ପ୍ରକ୍ରିୟାର ପରିସର ବୃଦ୍ଧି, କୃଷି ଭିତ୍ତିଭୂମି ସ୍ଥାପନ, ତାଲିମ ମାଧ୍ୟମରେ ମାନବ ସମ୍ବଳର ବିକାଶ, ଚାଷୀମାନଙ୍କୁ ନେଇ ଆଲୋଚନାଚକ୍ର ଓ କର୍ମଶାଳା, ଘରୋଇ କ୍ଷେତ୍ରରେ ମିଳିତ ଉଦ୍ୟୋଗକୁ ପ୍ରୋତ୍ସାହନ, ବିପଣନ ଓ ମୂଲ୍ୟ ମିଶ୍ରଣକୁ ପ୍ରୋତ୍ସାହିତ କରିବା ପାଇଁ ପୁଞ୍ଜି ନିବେଶ, କୃଷିଜାତ ସାମଗ୍ରୀର ସିଧାସଳଖ କାରବାର ଏବଂ ଦୁଇଦେଶ ମଧ୍ୟରେ ଏକ କାର୍ଯ୍ୟକାରୀ ଗୋଷ୍ଠୀ ସ୍ଥାପନ କରିବା ଆଦି ଅନ୍ତର୍ଭୁକ୍ତ । ଯେଉଁଦିନ ଏହି ଚୁକ୍ତି ସ୍ୱାକ୍ଷରିତ ହେବ ସେହି ତାରିଖଠାରୁ ଏହା ୫ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏଥିପାଇଁ ଗଠିତ ହେବାକୁ ଥିବା ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀର ବୈଠକ ପ୍ରତି ୨ ବର୍ଷ ଅନ୍ତରରେ ଉଭୟ ଭାରତ ଓ ଫିଜିରେ ବସିବ । ଏହି ଗୋଷ୍ଠୀ ଉପରେ ବୁଝାମଣପତ୍ରର କାର୍ଯ୍ୟକାରିତା ଦାୟିତ୍ୱ ନ୍ୟସ୍ତ କରାଯାଇଛି ।

****

 

TKM/SLP



(Release ID: 1702355) Visitor Counter : 236