ପ୍ରତିରକ୍ଷା ମନ୍ତ୍ରଣାଳୟ

କ୍ୟୁଆରଏସଏଏମ କ୍ଷେପଣାସ୍ତ୍ର ପଦ୍ଧତିର ଗୁରୁତ୍ୱପୂର୍ଣ୍ଣ ସଫଳତା

ପୋଷ୍ଟ କରାଯିବା ଦିନାଙ୍କ: 13 NOV 2020 6:34PM by PIB Bhubaneswar

ତ୍ଵରିତ ପ୍ରତିକ୍ରିୟାଶୀଳ ଭୂପୃଷ୍ଠରୁ ଆକାଶକୁ ନିକ୍ଷିପ୍ତ କରାଯାଉଥିବା କ୍ଷେପଣାସ୍ତ୍ର କ୍ୟୁଆରଏସଏଏମକୁ ଏକ ବିରାଟ ସଫଳତା ମିଳିଛି ଏହା ଏକ ପାଇଲଟ ବିହୀନ ଏୟାରକ୍ରାଫ୍ଟକୁ ମଧ୍ୟମ ଦୂରତା ଓ ଉଚ୍ଚତାରେ ଲକ୍ଷ୍ୟ ଭେଦ କରିଛି

ଆଜି 13.11,2020 ଅପରାହ୍ନ 3.50 ମିନିଟ ସମୟରେ ଓଡିଶା ଉପକୂଳ ଆଇଟିଆର ଚାନ୍ଦିପୁରରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷା କରାଯାଇଥିଲା । ଏହା ଏକ ଏକକ କଠିନ ପ୍ରୋପେଲାଣ୍ଟ ରକେଟ ମୋଟର ଚାଳିତ କ୍ଷେପଣାସ୍ତ୍ର ଏବଂ ଏଥିରେ ସମସ୍ତ ସ୍ଵଦେଶୀ ଯନ୍ତ୍ରାଂଶ ବ୍ୟବହୃତ ହୋଇଛି । 6ଟି କ୍ୟାନିସେରାଇଜ କ୍ଷେପଣାସ୍ତ୍ର ପରିବହନ କରୁଥିବା ଏକ ଭ୍ରାମ୍ୟମାଣ ଉତକ୍ଷେପଣ ଯାନରୁ ଏହି ପରୀକ୍ଷଣ ହୋଇଥିଲା ।

ସମସ୍ତ କ୍ୟୁଆରଏସଏଏମ ୱିପନ ସିଷ୍ଟମ ଉପାଦାନ ଯଥା ବ୍ୟାଟେରୀ ଚାଳିତ ବହୁମୂଖୀ କାର୍ଯ୍ୟଯୁକ୍ତ ରାଡ଼ାର, ବ୍ୟାଟେରୀ ପର୍ଯ୍ୟବେକ୍ଷଣ ରାଡ଼ାର, ବ୍ୟାଟେରୀ କମାଣ୍ଡ ପୋଷ୍ଟ ଯାନ ଏବଂ ଭ୍ରାମ୍ୟମାଣ ଯାନଗୁଡିକୁ ପରୀକ୍ଷାସ୍ଥଳରେ ମୁତୟନ କରାଯାଇଥିଲା । ଏହି କ୍ୟୁଆରଏସଏଏମ ପଦ୍ଧତି ଲକ୍ଷ୍ୟକୁ ଚିହ୍ନଟ କରି ତାହାର ଅନୁଧାବନ କରିବା ସହ ଭେଦ କରିପାରିବ । ଭାରତୀୟ ସେନାର ପ୍ରତିରକ୍ଷା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏହା ବିକଶିତ ହୋଇଛି

ଏହି ୱିପନ ସିଷ୍ଟମର ଉପାଦାନଗୁଡିକ ପ୍ରତିରକ୍ଷା ସରକାରୀ ଉଦ୍ୟୋଗ ବିଇଏଲ, ବିଡିଏଲ ଏବଂ ଘରୋଇ ଶିଳ୍ପ ସଂସ୍ଥା ଏଲ ଏଣ୍ଡ ଟି ଦ୍ଵାରା ପ୍ରସ୍ତୁତ କରାଯାଇଛି ସଂପୂର୍ଣ୍ଣ ସ୍ଵଦେଶୀ ଢାଞ୍ଚାରେ ପ୍ରସ୍ତୁତ ଏହି କ୍ଷେପଣାସ୍ତ୍ର ପଦ୍ଧତିରେ ଆରଏଫ ସୀକର, ଇଲେକ୍ଟ୍ରୋ ମେକାନିକାଲ ଆର୍ଚୁଏସନ (ଇଏମଏ) ପଦ୍ଧତି ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନରୁ ଅଣାଯାଇଛି ଏଥିରେ 4 ପର୍ଯ୍ୟାୟ ଯୁକ୍ତ ରାଡ଼ାର ଥିବା ବେଳେ ସମସ୍ତ ରେଞ୍ଜକୁ ଟ୍ରାକ କରିପାରୁଥିବା ଷ୍ଟେସନ ଓ ଅନ୍ୟାନ୍ୟ ଉଡାଣ ଆବଶ୍ୟକତା ପାଇଁ ଉପଯୁକ୍ତ ସୁବିଧା ରହିଛି ।

ରକ୍ଷାମନ୍ତ୍ରୀ ଶ୍ରୀ  ରାଜନାଥ ସିଂ, ଡିଡିଆର ଏଣ୍ଡ ଡି  ସଚିବ ଓ ଡିଆରଡିଓ ଅଧ୍ୟକ୍ଷ ଡଃ ଜି. ସତୀଶ ରେଡ୍ଡୀ, ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନର ବୈଜ୍ଞାନିକମାନଙ୍କୁ ଏହି ସଫଳତା ନିମନ୍ତେ ଅଭିନନ୍ଦନ ଜଣାଇଛନ୍ତି ।

 

**********


(ରିଲିଜ ଆଡି: 1672806) ପରିଦର୍ଶକ କାଉଣ୍ଟର : 375
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Tamil , Telugu