ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ

ଗ୍ରହ ନକ୍ଷତ୍ର ବିଜ୍ଞାନ କ୍ଷେତ୍ରରେ ବିଜ୍ଞାନ ଓ ବୈଷୟିକ ସହଯୋଗ ପାଇଁ ଭାରତ-ସ୍ପେନ ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

प्रविष्टि तिथि: 04 NOV 2020 3:38PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତୀୟ ଗ୍ରହ ନକ୍ଷତ୍ର ଭୌତିକ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଏ) ବେଙ୍ଗାଲୁରୁ ଓ ସ୍ପେନର ଭୌତିକ ବିଜ୍ଞାନ ଇନଷ୍ଟିଚ୍ୟୁଟ ଡା ଆଷ୍ଟ୍ରୋଫିଜିସିଆ ଡା କାନାରିଆନ ମଧ୍ୟରେ ସ୍ଵାକ୍ଷରିତ ବୁଝାମଣାପତ୍ରକୁ ଅନୁମୋଦନ କରିଛନ୍ତି ଏହାଫଳରେ ଯେଉଁସବୁ କ୍ଷେତ୍ରରେ ବିକାଶ ଘଟିବ ତାହା ହେଲା

()     ନୂତନ ବୈଜ୍ଞାନିକ ଉପଲବ୍ଧି

()    ନୂତନ ପ୍ରଯୁକ୍ତି ବିଦ୍ୟା

()    ଅଧିକ ବୈଜ୍ଞାନିକ ଜ୍ଞାନ ବିନିମୟ ତାଲିମ ବଳରେ ସାମର୍ଥ୍ୟ ବୃଦ୍ଧି

()    ଯୁଗ୍ମ ବୈଜ୍ଞାନିକ ପ୍ରକଳ୍ପ

ଏହି ବୁଝାମଣାପତ୍ର ସ୍ଵାକ୍ଷରିତ ହେବା ଫଳରେ ସମ୍ମିଳିତ ପ୍ରକଳ୍ପ, ତାଲିମ କାର୍ଯ୍ୟକ୍ରମ, ସମ୍ମିଳନୀ ଆଲୋଚନାଚକ୍ର ଜରିଆରେ ପାରସ୍ପରିକ ଦକ୍ଷତା ବୈଷୟିକ ଜ୍ଞାନର ବିକାଶ ଘଟିବ ଯୋଗ୍ୟ ବୈଜ୍ଞାନିକ, ଛାତ୍ରଛାତ୍ରୀ ଓ ବୈଷୟିକବିତ ମାନେ ଏହାଦ୍ଵାରା ବିଶେଷ ଉପକୃତ ହେବେ ଦୂରବୀକ୍ଷଣ ଯନ୍ତ୍ରାଂଶ ପ୍ରଯୁକ୍ତିବିଦ୍ୟା ସହ ରୋବୋଟିକ ଟେଲିସ୍କୋପ ବିକାଶ ଭବିଷ୍ୟତ ପାଇଁ ଆବଶ୍ୟକ ବିଷୟ ଉପରେ ସମନ୍ଵୟ ରକ୍ଷାକାରୀ ଗବେଷଣା କରାଯାଇପାରିବ

 

***********


(रिलीज़ आईडी: 1670192) आगंतुक पटल : 225
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Punjabi , Gujarati , Telugu , Kannada , Malayalam