ଅର୍ଥ ମନ୍ତ୍ରଣାଳୟ

2019-20 ନିମନ୍ତେ ଉତ୍ପାଦକତା ଓ ଅଣଉତ୍ପାଦକତା ଭିତ୍ତିକ ବୋନସ ପ୍ରଦାନକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

प्रविष्टि तिथि: 21 OCT 2020 3:25PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ 2019-20 ଆର୍ଥିକ ବର୍ଷ ନିମନ୍ତେ ଉତ୍ପାଦକ ଭିତ୍ତିକ ବୋନସ (ପିଏଲବି) ପ୍ରଦାନକୁ ଅନୁମୋଦନ କରାଯାଇଛି ଏହାଫଳରେ ରେଳବାଇ, ଡାକ, ପ୍ରତିରକ୍ଷା, ଇପିଏଫଓ, ଇଏସଆଇସି ଇତ୍ୟାଦି ସଂସ୍ଥାର 16.97 ଲକ୍ଷ ଅଣଗେଜେଟେଡ କର୍ମଚାରୀ ଉପକୃତ ହେବେ ଏଥିପାଇଁ ସରକାରଙ୍କୁ 2,791 କୋଟି ଟଙ୍କାର ଆର୍ଥିକ ବୋଝ ପଡିବ ସେହିପରି ଅଣଉତ୍ପାଦକତା ଭିତ୍ତିକ ବା ଆଡହକ ବୋନସ ମଧ୍ୟ 13.70 ଲକ୍ଷ ଅଣଗେଜେଟେଡ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପ୍ରଦାନ କରାଯିବ ଏବାବଦ 946 କୋଟି ଟଙ୍କାର ଅତିରିକ୍ତ ବ୍ୟୟ ଭାର ବହନ କରିବାକୁ ପଡିବ

ଏହି ବୋନସ ଘୋଷଣା ଦ୍ଵାରା ମୋଟ 30.67 ଲକ୍ଷ କର୍ମଚାରୀ ଉପକୃତ ହେବେ ଏବାବଦ ସରକାରଙ୍କୁ 3,737 କୋଟି ଟଙ୍କା ଅତିରିକ୍ତ ବ୍ୟୟ କରିବାକୁ ପଡିବ

ପୂର୍ବ ବର୍ଷ ମାନଙ୍କରେ ଅଣଗେଜେଟେଡ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟ ଦକ୍ଷତା ଲାଗି ବୋନସ ସାଧାରଣତଃ ଦଶହରା ପୂର୍ବରୁ ପ୍ରଦାନ କରାଯାଇଥାଏ ଉଭୟ ଉତ୍ପାଦକ ଭିତ୍ତିକ ଓ ଆଡହକ ବୋନସ ଅଣଗେଜେଟେଡ କର୍ମଚାରୀଙ୍କୁ ତୁରନ୍ତ ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି

 

**********

 


(रिलीज़ आईडी: 1666603) आगंतुक पटल : 180
इस विज्ञप्ति को इन भाषाओं में पढ़ें: हिन्दी , Marathi , Telugu , Kannada , Manipuri , Bengali , Assamese , English , Urdu , Punjabi , Gujarati