ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ
ଓଡ଼ିଶା ସମେତ ଦେଶର 23ଟି ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରରେ 37ଟି ମେଗା ଫୁଡ଼ ପାର୍କ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରି
• ପ୍ରତି ମେଗା ଫୁଡ଼ ପାର୍କ ସଂପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେଲେ ପ୍ରାୟ 5000 ଲୋକଙ୍କୁ କର୍ମନିଯୁକ୍ତି ଯୋଗାଇବ
• ଓଡ଼ିଶାର ରାୟଗଡ଼ାର ମେଗା ଫୁଡ଼ ପାର୍କ ଏଥିରେ ସାମିଲ; ପ୍ରାୟ 2124ଜଣଙ୍କୁ ମିଳିବ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି
Posted On:
15 SEP 2020 5:41PM by PIB Bhubaneshwar
କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ 2008 ମସିହା ଠାରୁ ଦେଶରେ ମେଗା ଖାଦ୍ୟ ପାର୍କ ଯୋଜନା (ଏମଏଫପିଏସ) କାର୍ଯ୍ୟକାରୀ କରାଯାଇ ଆସୁଛି । ଏହାଦ୍ୱାରା ଦେଶରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ଆଧୁନିକ ଭିତ୍ତିଭୂମିକୁ ସୁଦୃଢ଼ କରାଯାଇପାରୁଛି । ଏହି ଯୋଜନା ଅଧୁନା କେନ୍ଦ୍ରୀୟ କ୍ଷେତ୍ରରେ ଅମ୍ବ୍ରେଲା ଯୋଜନା ଭାବେ କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ କିଷାନ ସମ୍ପଦା ଯୋଜନା (ପିଏମକେଏସୱା)ର ଅଂଶବିଶେଷ ଭାବେ ପ୍ରବର୍ତ୍ତନ କରାଯାଉଛି । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଏଭଳି ମେଗା ଫୁଡ଼ ପାର୍କ ଯୋଜନା (ଏମଏଫପିଏସ) ଦେଶରେ ଅତ୍ୟାଧୁନିକ ଭିତ୍ତିଭୂମି ପ୍ରତିଷ୍ଠା କରିବା ସହିତ କୃଷିକ୍ଷେତ୍ର ଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ସବୁ ସ୍ତରରେ ଖାଦ୍ୟଶସ୍ୟକୁ ମୂଲ୍ୟଯୁକ୍ତ କରିବାରେ ସହାୟକ ହେଉଛି । ଆଜି ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମେଶ୍ୱର ତେଲି ଏହି ସୂଚନା ପ୍ରଦାନ କରିଛନ୍ତି ।
ମନ୍ତ୍ରୀ ଶ୍ରୀ ତେଲି ତାଙ୍କର ଉତ୍ତରରେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ ଦେଶର 23ଟି ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରର 37ଟି ମେଗା ଫୁଡ଼୍ ପାର୍କକୁ ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି । ସେଥିରେ ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଥିବା “MITS Mega Food Park Ltd” ସାମିଲ । ସେହିସବୁ ଏମଏଫପିଗୁଡ଼ିକ ଏବେ ପ୍ରବର୍ତ୍ତନର ବିଭିନ୍ନ ପର୍ଯ୍ୟାୟରେ ରହିଛନ୍ତି । ସେଥି ମଧ୍ୟରୁ 19ଟି ମେଗା ଫୁଡ଼ ପାର୍କ ଏବେସୁଦ୍ଧା ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇସାରିଛି । ସରକାରଙ୍କ ଦ୍ୱାରା ମୋଟ 42ଟି ମେଗା ଫୁଡ଼ ପାର୍କର ପରିକଳ୍ପନା କରାଯାଇଥିଲା । ଏହି ଯୋଜନାର ନିୟମାବଳୀ ଅନୁସାରେ ପ୍ରତ୍ୟେକ ମେଗା ଫୁଡ଼ ପାର୍କ ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେବାପରେ ପ୍ରାୟ 5000 ଜଣଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ କର୍ମନିଯୁକ୍ତିର ସୁଯୋଗ ଯୋଗାଇବ । ଏଭଳି ମେଗା ଫୁଡ଼ ପାର୍କ ସ୍ଥାପନ କରିବାର ମୂଳ ଉଦ୍ଦେଶ୍ୟ ହେଲା ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତକୁ ଅତ୍ୟାଧୁନିକ ସଂସାଧନ ଯୋଗାଇବା ତଥା କୃଷି କ୍ଷେତ୍ର ଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ଖାଦ୍ୟଶସ୍ୟକୁ ମୂଲ୍ୟଯୁକ୍ତ କରିଚାଲିବା । ଏହାଦ୍ୱାରା ଦେଶରେ ଏହିସବୁ ଫୁଡ଼ ପାର୍କ ନିକଟରେ ବିଭିନ୍ନ ପ୍ରକାର ଭିତ୍ତିଭୂମିକ ଉନ୍ନତି (ଯଥା ସଂଗ୍ରହ କେନ୍ଦ୍ର ଓ ପ୍ରାଥମିକ ପ୍ରକ୍ରିୟାକରଣ କେନ୍ଦ୍ର ଆଦି) ହୋଇପାରିବ । ସେହିଭଳି ପରିବହନ, ଲଜିଷ୍ଟିକ୍ସ, ଏବଂ କେନ୍ଦ୍ରୀକୃତ ପ୍ରକ୍ରିୟାକରଣ କେନ୍ଦ୍ର ଆଦି ମଧ୍ୟ ସ୍ଥାପନ କରାଯିବ । ଏହାଦ୍ୱାରା କୃଷକମାନେ ସେମାନଙ୍କ ଉପରେ ପଡ଼ୁଥିବା ପ୍ରଭାବକୁ ଉତ୍ତମ ରୂପେ ଅନୁଭବ କରିପାରିବେ ଏବଂ ଖାଦ୍ୟଶସ୍ୟ ହାନି ମଧ୍ୟ ହ୍ରାସ ପାଇବ । ଏହା ଏକ ସୁଦୃଢ଼ ଓ ସକ୍ରିୟ ଯୋଗାଣ ଚେନ୍ ସୃଷ୍ଟି କରିବ ଯାହା ପଛରେ ସଂଗ୍ରହକେନ୍ଦ୍ର, ପ୍ରାଥମିକ ପ୍ରକ୍ରିୟାକରଣ କେନ୍ଦ୍ର ଏବଂ ଲଜିଷ୍ଟିକ ସଂସାଧନ ରହିବ ।
ଏହି ଯୋଜନାର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ହେଲା, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ଆଧୁନିକ ସଂସାଧନ ଓ ଭିତ୍ତିଭୂମି ପ୍ରଦାନ କରିବା ଏବଂ ମୂଲ୍ୟଯୁକ୍ତ ଚେନକୁ ଅଧିକ ସୁଦୃଢ଼ କରିବା । ସେହିଭଳି ପ୍ରକ୍ରିୟାକରଣ ସଂସାଧନର ଉନ୍ନତି ଘଟିବା ଦ୍ୱାରା ଫାର୍ମ, ପରିବହନ, ଲଜିଷ୍ଟିକ୍ସ ଓ କେନ୍ଦ୍ରୀୟ ପ୍ରକ୍ରିୟାକରଣ କେନ୍ଦ୍ରଗୁଡ଼ିକ ମଧ୍ୟ ଉପକୃତ ହେବେ । ଏହି ଯୋଜନା କ୍ଲଷ୍ଟର ଭିତ୍ତିକ ଭାବେ କାର୍ଯ୍ୟ କରିଥାଏ ଯେଉଁଠାରେ ଏକ ପେଣ୍ଠସ୍ଥଳୀ ଗଢ଼ିଉଠିଥାଏ । ମେଗା ଫୁଡ଼ ପାର୍କ ନିର୍ମାଣ ଦ୍ୱାରା ନିକଟବର୍ତ୍ତୀ ସ୍ଥାନମାନଙ୍କରେ ପ୍ରାଥମିକ ପ୍ରକ୍ରିୟାକରଣ କେନ୍ଦ୍ର (ପିପିସି ), ଏବଂ ସଂଗ୍ରହ କେନ୍ଦ୍ର (ସିସି ) ତଥା ସାଧାରଣ ସୁବିଧା ଯଥା ସଡ଼କ, ବିଜୁଳି, ଜଳ, ବର୍ଜ୍ୟ ପ୍ରକ୍ରିୟାକରଣ କେନ୍ଦ୍ର (ଇଟିପି) ସୁବିଧା, କେନ୍ଦ୍ରୀୟ ପ୍ରକ୍ରିୟାକରଣ କେନ୍ଦ୍ର(ସିପିସି) ଆଦି ଗଢ଼ି ଉଠିଥାଏ ।
ଏହି ଯୋଜନା ପାଇଁ କ୍ୟାପିଟାଲ ଗ୍ରାଣ୍ଟ ଭାବେ ସାଧାରଣ କ୍ଷେତ୍ରରେପ୍ରକଳ୍ପ ମୂଲ୍ୟର (ଭୂମି ମୂଲ୍ୟକୁ ଛାଡ଼ି) 50 ପ୍ରତିଶତ ହାରରେ ଗ୍ରାଣ୍ଟ ଏବଂ ଜଟିଳ ତଥା ପାର୍ବତ୍ୟ କ୍ଷେତ୍ର ଯଥା ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର (ସେଥି ମଧ୍ୟରେ ସିକିମ, ଜମ୍ମୁ ଓ କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ରାଜ୍ୟର ଆଇଟିଡ଼ିପି ବିଜ୍ଞପିତ କ୍ଷେତ୍ର ସାମିଲ) ପାଇଁ 75 ପ୍ରତିଶତ ଗ୍ରାଣ୍ଟ ପ୍ରଦାନ କରାଯାଇଥାଏ । ତେବେ ଏହାର ସର୍ବାଧିକ ପରିମାଣ ପ୍ରକଳ୍ପ ପିଛା 50 କୋଟିରୁ ଅଧିକ ହେବନାହିଁ ।
ସେହିଭଳି ସିପିସି ପ୍ରତିଷ୍ଠା ପାଇଁ ସର୍ବନିମ୍ନ 50 ଏକର ଜମି କ୍ରୟ ଜରିଆରେ କିମ୍ବା 75 ବର୍ଷ ପାଇଁ ଜମି ଲିଜ୍ ଆକାରରେ ଆବଶ୍ୟକତା ଅନୁସାରେ ମେଗା ଫୁଡ଼ ପାର୍କ ସ୍ଥାପନ ସକାଶେ ଯୋଗାଇ ଦିଆଯିବାର ପ୍ରାବଧାନ ରହିଛି । ଏହାର ପ୍ରମୁଖ ମୌଳିକ ଭିତ୍ତିଭୂମିମାନଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ସଡ଼କ, ଡ୍ରେନେଜ୍, ଜଳ ଯୋଗାଣ, କ୍ୟପ୍ଟିଭ୍ ପାୱାର ପ୍ଲାଣ୍ଟ ସ୍ଥାପନ ସମେତ ବିଜୁଳି ଶକ୍ତି ଯୋଗାଣ, ଇଟିପି ଏବଂ ଏସଟିପି, ୱେବ୍ରିଜ୍ ଆଦି ସାମିଲ ।
Details of employment provided by the 19 operational Mega Food parks as on date:
Sr. No.
|
State/UT name
|
District Name
|
SPV/IA Name
|
Number of Direct Employment
|
Number of Indirect Employment
|
Number of Total (Direct + Indirect) Employment
|
1
|
Andhra Pradesh
|
West Godavari
|
Godavari Mega Aqua Food Park Pvt Ltd
|
50
|
200
|
250
|
2
|
Andhra Pradesh
|
Chittoor
|
Srini Food Park Pvt Ltd
|
1200
|
16000
|
17200
|
3
|
Assam
|
Nalbari
|
North East Mega Food Park Ltd
|
395
|
350
|
745
|
4
|
Gujarat
|
Surat
|
Gujarat Agro Infrastructure Mega Food Park Pvt Ltd
|
100
|
500
|
600
|
5
|
Himachal Pradesh
|
Una
|
Cremica Food Park Pvt Ltd
|
100
|
500
|
600
|
6
|
Karnataka
|
Tumkur
|
Integrated Food Park Ltd
|
900
|
4500
|
5400
|
7
|
Madhya Pradesh
|
Khargone
|
Indus Mega Food Park Pvt Ltd
|
300
|
300
|
600
|
8
|
Madhya Pradesh
|
Dewas
|
Avantee Mega Food Park Pvt Ltd
|
50
|
150
|
200
|
9
|
Maharashtra
|
Satara
|
Satara Mega Food Park Pvt Ltd
|
149
|
80
|
229
|
10
|
Mizoram
|
Kolasib
|
Zoram Mega Food Park Pvt Ltd
|
23
|
120
|
143
|
11
|
Maharashtra
|
Aurangabad
|
Paithan Mega Food Park Pvt Ltd
|
33
|
375
|
408
|
12
|
Odisha
|
Rayagada
|
MITS Mega Food Park Ltd
|
31
|
2093
|
2124
|
13
|
Punjab
|
Fazilka
|
International Mega Food Park Ltd
|
61
|
75
|
136
|
14
|
Rajasthan
|
Ajmer
|
Greentech Mega Food Park Ltd
|
50
|
250
|
300
|
15
|
Telangana
|
Nizamabad
|
Smart Agro Food Park Pvt Ltd
|
25
|
100
|
125
|
16
|
Tripura
|
West Tripura
|
Sikaria Mega Food Park (P) Ltd
|
50
|
250
|
300
|
17
|
Uttarakhand
|
Udham Singh Nagar
|
Himalayan Food Park Pvt Ltd
|
1040
|
15000
|
16040
|
18
|
Uttarakhand
|
Haridwar
|
Patanjali Food and Herbal Park Pvt Ltd
|
16363
|
596893
|
613256
|
19
|
West Bengal
|
Murshidabad
|
Jangipur Bengal Mega Food Park Ltd
|
52
|
421
|
473
|
TOTAL
|
20972
|
638157
|
659129*
|
**********
(Release ID: 1654767)
Visitor Counter : 177