ଅର୍ଥ ମନ୍ତ୍ରଣାଳୟ

ବର୍ତ୍ତମାନର ଆଂଶିକ ଋଣ ଗ୍ୟାରେଣ୍ଟି ଯୋଜନାରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରି

ପୋଷ୍ଟ କରାଯିବା ଦିନାଙ୍କ: 20 MAY 2020 2:32PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବର୍ତ୍ତମାନର ଋଣ ଗ୍ୟାରେଣ୍ଟି ଯୋଜନାରେ ସଂଶୋଧନକୁ ମଞ୍ଜୁରି ଦେଇଛନ୍ତି ।

ଏହାର ଅନ୍ତର୍ଗତ ମାଇକ୍ରୋ ଫାଇନାନ୍ସ କମ୍ପାନୀ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଆବାସିକ ଅର୍ଥଲଗାଣ କମ୍ପାନୀ ଏବଂ ଅଣବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀଗୁଡ଼ିକ ପକ୍ଷରୁ ଜାରି କରାଯାଉଥିବା 1 ବର୍ଷ ପର୍ଯ୍ୟନ୍ତ ପରିସମାପ୍ତି ଅବଧି ବିଶିଷ୍ଟ ଉଚ୍ଚ ରେଟିଂ ତଥା ବିନା ରେଟିଂର ବଣ୍ଡ ପେପର ରାଷ୍ଟ୍ରାୟତ୍ତ କ୍ଷେତ୍ରର ବ୍ୟାଙ୍କଗୁଡ଼ିକ ଦ୍ବାରା କିଣାଯିବା କ୍ଷେତ୍ରରେ ପ୍ରଥମ ଦଫାରେ ମିଳୁଥିବା 20 ପ୍ରତିଶତ ପର୍ଯ୍ୟନ୍ତ କ୍ଷତିର ଭରଣା କରିବା ପାଇଁ ଗ୍ୟାରେଣ୍ଟି ବ୍ୟବସ୍ଥା କରାଯାଇଛି।

ପୁଲ ସମ୍ପତ୍ତି କ୍ରୟ ପ୍ରକ୍ରିୟାରେ ମଧ୍ୟ କେତେକ ସଂଶୋଧନ କରାଯାଇଛି :

  • ଅଗଷ୍ଟ ପହିଲା, 2018 ପୂର୍ବରୁ ଏହି ଯୋଜନାର ପରିଧିରେ ଏକ ବର୍ଷର ଅବଧି କାଳରେ ସମ୍ଭବତଃ 'SMA1' ଶ୍ରେଣୀରେ ସାମିଲ ଥିବା ଅଣବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (ଏମଏଫସି)/ଆବାସିକ ଅର୍ଥଲଗାଣ କମ୍ପାନୀ (ଏଚଏଫସି)ଗୁଡ଼ିକ ଏହି ଯୋଜନା ଅଧୀନରେ ଆସିବେ ଏଥିପୂର୍ବରୁ 'SMA2' ଶ୍ରେଣୀର କମ୍ପାନୀଗୁଡ଼ିକୁ ଏହି ଯୋଜନାର ପରିଧି ମଧ୍ୟରେ ଆସୁଥିଲା।
  • ଅଣବ୍ୟାଙ୍କିଙ୍ଗ ଅର୍ଥଲଗାଣ କମ୍ପାନୀ/ଆବାସିକ ଅର୍ଥ ଲଗାଣ କମ୍ପାନୀଗୁଡ଼ିକର ନିଟ ଲାଭ ମାନକରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ଏହି ଯୋଜନାରେ 2017- 18 2018- 19 2019- 20ରେ କୌଣସି ପ୍ରକାରର ଲାଭ ଅର୍ଜନ କରିନଥିବା କମ୍ପାନୀଗୁଡ଼ିକ ସାମିଲ ହେବେ।
  • ସମ୍ପତ୍ତି ଆରମ୍ଭ ହେବା ତାରିଖକୁ ନେଇ ମଧ୍ୟ ସଂଶୋଧନରେ କେତେକ ରିହାତି ପ୍ରଦାନ କରାଯାଇଛି ଏହି ରିହାତି ସେସବୁ ସମ୍ପତ୍ତି ମାମଲାରେ ପ୍ରଦାନ କରାଯିବ ଯେଉଁଠି ଇନିସିଆଲ ପୁଲ ରେଟିଂ ଅତିକମରେ ଛଅ ମାସ ପୂର୍ବରୁ ସୃଷ୍ଟି ହୋଇଛି । ଏଥିପୂର୍ବରୁ 31 ମାର୍ଚ୍ଚ 2019 ସୁଦ୍ଧା ଗଠନ ହୋଇଥିବା ସମ୍ପତ୍ତିଗୁଡ଼ିକୁ ହିଁ ଏଭଳି ରିହାତି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଥିଲା।
  • ପୁଲ ସମ୍ପତ୍ତି କ୍ରୟ ଯୋଜନାର ଅବଧିକୁ 30 ଜୁନ 2020ରୁ ବୃଦ୍ଧି କରି 31 ମାର୍ଚ୍ଚ 2021 ପର୍ଯ୍ୟନ୍ତ କରି ଦିଆଯାଇଛି

ବର୍ତ୍ତମାନର ଆଂଶିକ ଋଣ ଗ୍ୟାରେଣ୍ଟି ଯୋଜନା ଅନ୍ତର୍ଗତ ଆର୍ଥିକ ଦୃଷ୍ଟିରୁ ସୁଦୃଢ଼ ଏନବିଏଫସିର ମୋଟ ଏକ ଲକ୍ଷ କୋଟି ଟଙ୍କା ମୂଲ୍ୟର ଉଚ୍ଚ ରେଟିଂ ବିଶିଷ୍ଟ ସଂଯୋଜିତ ସମ୍ପତ୍ତି କ୍ରୟ ଲାଗି ସରକାରଙ୍କ ପକ୍ଷରୁ 10 ପ୍ରତିଶତ ପର୍ଯ୍ୟନ୍ତ ପ୍ରଥମ କ୍ଷତି ଲାଗି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ଗୋଟିଏ ଥର ପାଇଁ 6 ମାସର ଆଂଶିକ ଋଣ ଗ୍ୟାରେଣ୍ଟି ଦେବାର ବ୍ୟବସ୍ଥା ରହିଛି।

କୋଭିଡ-19 କାରଣରୁ ଲକଡାଉନ ଜାରି ହେବା ଫଳରେ ଏସବୁ କମ୍ପାନୀଗୁଡ଼ିକର କାରବାର ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଅର୍ଥବ୍ୟବସ୍ଥାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଏହି ଆର୍ଥିକ କମ୍ପାନୀଗୁଡ଼ିକ ଏଭଳି ସମୟରେ ସହାୟତାର ଆବଶ୍ୟକତା ରହିଛି। ସେଥିପାଇଁ ସରକାର ଆଂଶିକ ଋଣ ଗ୍ୟାରେଣ୍ଟି ଯୋଜନାରେ ସଂଶୋଧନକୁ ମଞ୍ଜୁରି ଦେଇଛନ୍ତି।

କୋଭିଡ-19 ମହାମାରୀ କାରଣରୁ ଅଣବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ଏବଂ ଏଚଏଫସିର ସମ୍ପତ୍ତିଗୁଡ଼ିକ ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହି କାରଣରୁ ଋଣ ଲଗାଣ କାରବାର ବାଧାପ୍ରାପ୍ତ ହୋଇଛି। ଫଳରେ ଏସବୁ ସଂସ୍ଥାରୁ ଋଣ ନେଉଥିବା ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ଉପରେ ମଧ୍ୟ ଅଧିକ ପ୍ରଭାବ ପଡ଼ିଛି

ବର୍ତ୍ତମାନର ପରିଦୃଶ୍ୟରେ ସରକାର ଏସବୁ କମ୍ପାନୀ ଲାଗି ଆଂଶିକ ଋଣ ଗ୍ୟାରେଣ୍ଟି ଯୋଜନାରେ ସଂଶୋଧନ କରି ଏସବୁ ସଂସ୍ଥାଗୁଡ଼ିକୁ ସହାୟତା ଦେବା ଲାଗି ପ୍ରୟାସ କରିଛନ୍ତି

 

***********

 


(ରିଲିଜ ଆଡି: 1625593) ପରିଦର୍ଶକ କାଉଣ୍ଟର : 251