ମତ୍ସ୍ୟ, ପଶୁ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ

ମତ୍ସ୍ୟ କ୍ଷେତ୍ରକୁ ସୁଦୃଢ କରିବା ଲାଗି “ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା”କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
• 5 ବର୍ଷରେ 20 ହଜାର କୋଟିରୁ ଅଧିକ ପୁଞ୍ଜି ବିନିଯୋଗ ହେବାର ଯୋଜନା

Posted On: 20 MAY 2020 8:42PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମଏମଏସୱାଇ)କୁ ସ୍ୱୀକୃତି ପ୍ରଦାନ କରାଯାଇଛି । ଏହି ଯୋଜନା ଦେଶରେ ନୀଳ ବିପ୍ଳବକୁ ଆଗକୁ ଆଗେଇ ନେବାରେ ବିଶେଷ ସହାୟକ ହେବ । ପୋଷଣୀୟ ତଥା ଦାୟିତ୍ୱସଂପନ୍ନ ଭାବେ ଭାରତରେ ମତ୍ସ୍ୟଚାଷ ଓ ଉତ୍ପାଦନ ପାଇଁ ଏହା କାର୍ଯ୍ୟ କରିବ । ଏହାର ଦୁଇଟି ପ୍ରମୁଖ ଦିଗ ରହିଛି । ସେଗୁଡ଼ିକ ହେଲା- (1) କେନ୍ଦ୍ରୀୟ ସେକ୍ଟର ଯୋଜନା (ସିଏସ) ଏବଂ କେନ୍ଦ୍ର ସରକାରଙ୍କ  ଆନୁକୂଲ୍ୟରେ କାର୍ଯ୍ୟକାରୀ କରାଯାଉଥିବା ଯୋଜନା (ସିଏସଏସ) । ଏଥିପାଇଁ ମୋଟ ଆନୁମାନିକ 20,050 କୋଟି ଟଙ୍କା ବ୍ୟୟ କରାଯିବ । ସେଥିରେ(1) କେନ୍ଦ୍ରୀୟ ଅଂଶ 9,407 କୋଟି ଟଙ୍କା ରହିବା ବେଳେ (2) ରାଜ୍ୟ ଅଂଶ ବାବଦକୁ 4,880 କୋଟି ଟଙ୍କା ଏବଂ ହିତାଧିକାରୀମାନଙ୍କ ଅଂଶ 5,763 କୋଟି ଟଙ୍କା ରହିବ ।

ଏହି ଯୋଜନା ଆଗାମୀ ପାଞ୍ଚବର୍ଷ ପାଇଁ ଅର୍ଥାତ୍‌ 2020- 21 ଠାରୁ 2024- 25 ଆର୍ଥିପ ବର୍ଷ ମଧ୍ୟରେ ପ୍ରବର୍ତ୍ତନ କରାଯିବ ।

ପିଏମଏମଏସୱାଇକୁ ଏକ ଅମ୍ବ୍ରେଲା ଯୋଜନା ଭାବେ ଦୁଇଟି ପୃଥକ୍‌ ବିଭାଗ ଭାବେ, ଅର୍ଥାତ୍‌, (କ) କେନ୍ଦ୍ରୀୟ ଯୋଜନା (ସିଏସ) ଏବଂ (ଖ) କେନ୍ଦ୍ର ସରକାରଙ୍କ ଆନୁକୂଲ୍ୟରେ କାର୍ଯ୍ୟକାରୀ ହେଉଥିବା ଯୋଜନା (ସିଏସଏସ) ଭାବେ କାର୍ଯ୍ୟକାରୀ କରାଯିବ । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଯୋଜନା ଅଧୀନରେ ଏହାକୁ ପୁଣି ଅଣ- ହିତାଧିକାରୀ ଭିତ୍ତିକ ଏବଂ ହିତାଧିକାରୀ ଭିତ୍ତିକ ସବ୍‌- କମ୍ପୋନେଣ୍ଟ/ କାର୍ଯ୍ୟ ଭାବେ ମୁଖ୍ୟତଃ ନିମ୍ନ ତିନି ଭାଗରେ ବିଭାଜିତ କରାଯାଇଛି:

(କ) ଉତ୍ପାଦନ ଓ ଉତ୍ପାଦିକା ବୃଦ୍ଧି

(ଖ) ଭିତ୍ତିଭୂମି ଓ ଅମଳ ପରବର୍ତ୍ତୀ ପରିଚାଳନା

(ଗ) ମତ୍ସ୍ୟଚାଷ ପରିଚାଳନା ଏବଂ ନିୟନ୍ତ୍ରଣ ଢ଼ାଂଚା

ପାଣ୍ଠି ଯୋଗାଣ ଧାରା: ପିଏମଏମଏସୱାଇକୁ ନିମ୍ନଲିଖିତ ଧାରାରେ ପାଣ୍ଠି ଯୋଗାଣ କରାଯିବ ଏବଂ ତଦନୁସାରେ ଏହି ଯୋଜନା କାର୍ଯ୍ୟକାରୀ ହେବ ।

କେନ୍ଦ୍ରୀୟ ସେକ୍ଟର ଯୋଜନା (ସିଏଓ):

କ) ସମଗ୍ର ପ୍ରକଳ୍ପ/ ୟୁନିଟ୍‌ ମୂଲ୍ୟ କେନ୍ଦ୍ର ସରକାର ବହନ କରିବେ ( ଅର୍ଥାତ୍‌, 100% କେନ୍ଦ୍ରୀୟ ପାଣ୍ଠି ଯୋଗାଣରେ ତାହା କାର୍ଯ୍ୟକାରୀ କରାଯିବ)

ଖ) ଯେଉଁଠାରେ ତାହା ପ୍ରତ୍ୟକ୍ଷ ହିତାଧିକାରୀ ଭିତ୍ତିକ ଅର୍ଥାତ୍‌, ବ୍ୟକ୍ତିବିଶେଷ/ ଗୋଷ୍ଠୀ କାର୍ଯ୍ୟ ଭାବେ ସଂପାଦନ କରାଯାଉଥିବା ସେଠାରେ ଜାତୀୟ ମତ୍ସ୍ୟଚାଷ ବିକାଶ ବୋର୍ଡ଼ (ଏନଏଫଡ଼ିବି)ଙ୍କ ସମେତ କେନ୍ଦ୍ର ସରକାର ସାମିଲ ଥିବେ, ସେଠାରେ କେନ୍ଦ୍ରୀୟ ସହାୟତା 40% ପର୍ଯ୍ୟନ୍ତ ୟୁନିଟ୍‌/ ପ୍ରକଳ୍ପ ପିଛା ଯୋଗାଇ ଦିଆଯିବ । ଏହା ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ । ଏସସି/ ଏସଟି/ ମହିଳା ବର୍ଗଙ୍କ ପାଇଁ ତାହା 60% ହେବ ।

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଯୋଜନା (ସିଏସଏସ):

ଅଣ- ହିତାଧିକାରୀ ଭିତ୍ତିକ ସବ୍‌ କମ୍ପୋନେଣ୍ଟ/ କାର୍ଯ୍ୟ ଯାହାକି ସିଏସଏସ ଅଧୀରେ କାର୍ଯ୍ୟକାରୀ ହେଉଥିବ ତାହା ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କ ଦ୍ୱାରା ପ୍ରବର୍ତ୍ତିତ ହେବ । ଏହାର ସମସ୍ତ ପ୍ରକଳ୍ପ/ ୟୁନିଟ୍‌ ବ୍ୟୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ନିମ୍ନରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଥିବା ମତେ ବହନ କରିବେ:

କ) ଉତ୍ତର ପୂର୍ବାଞ୍ଚଳ ଓ ହିମାଳୟ କ୍ଷେତ୍ରର ରାଜ୍ୟମାନଙ୍କ ପାଇଁ: 90% କେନ୍ଦ୍ରୀୟ ଅଂଶ ଏବଂ ରାଜ୍ୟମାନଙ୍କ ଅଂଶ 10% ରହିବ;

ଖ)ଅନ୍ୟାନ୍ୟ ରାଜ୍ୟମାନଙ୍କ ପାଇଁ : କେନ୍ଦ୍ରୀୟ ଅଂଶ 60% ଏବଂ ରାଜ୍ୟମାନଙ୍କ ଅଂଶ 40% ହେବ;

ଗ) କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କ ସକାଶେ ( ଯାହାର ବିଧାନପାଳିକା ରହିଥିବ ଅଥବା ନଥିବ): 100% କେନ୍ଦ୍ରୀୟ ଅଂଶ ।

ହିତାଧିକାରୀ ଆଧାରିତ ଅର୍ଥାତ୍‌, ବ୍ୟକ୍ତିବିଶେଷ/ ଗୋଷ୍ଠୀ କାର୍ଯ୍ୟ ପାଇଁ ସବ୍‌ କମ୍ପୋନେଣ୍ଟ୍‌/ କାର୍ଯ୍ୟକ୍ରମ ଯାହାକି ସିଏସଏସ କମ୍ପୋନେଣ୍ଟ ହୋଇଥିବ ତାହା ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରମାନେ ପ୍ରବର୍ତ୍ତନ କରିବେ । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରର ସରକାରମାନେ ଆର୍ଥିକ ସହାୟତା ଯୋଗାଇଦେବେ । ତେବେ ସେମାନଙ୍କ ଏହି ସହାୟତା ରାଶି ସାଧାରଣ ବର୍ଗଙ୍କ ପାଇଁ ମୋଟ ପ୍ରକଳ୍ପ ମୂଲ୍ୟର 40% ମଧ୍ୟରେ ସୀମିତ ରହିବ ଏବଂ ଏସସି/ ଏସଟି/ ମହିଳାମାନଙ୍କ ଦ୍ୱାରା ପରିଚାଳିତ ପ୍ରକଳ୍ପ/ ୟୁନିଟମାନଙ୍କ କ୍ଷେତ୍ରରେ ତାହା 60% ହେବ ଅପର ପକ୍ଷରେ ଏଭଳି ସରକାରୀ ଆର୍ଥିକ ସହାୟତା କେନ୍ଦ୍ର ଓ ରାଜ୍ୟ/ କେନ୍ଦ୍ରଶସିତ କ୍ଷେତ୍ରମାନଙ୍କ ମଧ୍ୟରେ ନିମ୍ନ ହାରରେ ବିଭାଜିତ ହେବ:

କ)ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ଓ ହିମାଳୟ କ୍ଷେତ୍ରର ରାଜ୍ୟମାନଙ୍କ କ୍ଷେତ୍ରରେ : 90% କେନ୍ଦ୍ରୀୟ ସହାୟତା ଏବଂ 10% ରାଜ୍ୟ ଅଂଶ;

ଖ) ଅନ୍ୟାନ୍ୟ ରାଜ୍ୟମାନଙ୍କ ସକାଶେ: 60% କେନ୍ଦ୍ରୀୟ ଅଂଶ ଏବଂ ରାଜ୍ୟମାନଙ୍କ ଅଂଶ 40%

ଗ) କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କ ନିମନ୍ତେ ( ସେମାନଙ୍କର ବିଧାନପାଳିକା ଥାଉ ଅବା ନଥାଉ): 100 କେନ୍ଦ୍ରୀୟ ଅଂଶ ( କେନ୍ଦ୍ରଶାସିତ କ୍ଷେତ୍ରର କୌଣସି ଅଂଶ ରହିବନାହିଁ) ।

ଉପକାରୀତା:

1) ମତ୍ସ୍ୟଚାଷ  କ୍ଷେତ୍ରରେ ଥିବା ଜଟିଳ ଗ୍ୟାପ୍‌ର ପୂରଣ ଏବଂ ଏହାର ସାମର୍ଥ୍ୟକୁ ହୃଦୟଙ୍ଗମ କରିବା

2) ଦେଶରେ ମତ୍ସ୍ୟ ଉତ୍ପାଦନ ଓ ଉତ୍ପାଦିକା ବୃଦ୍ଧି  ଯାହାକି ପୋଷଣୀୟ ଭାବେ ଆନୁମାନିକ ବାର୍ଷିକ ଅଭିବୃଦ୍ଧି ହାର ପ୍ରାୟ 9% ହେବା ଉଚିତ  । ଫଳରେ 2024-25 ସୁଦ୍ଧା ପୋଷଣୀୟ ଓ ଦାୟିତ୍ୱସମ୍ପନ୍ନ ମତ୍ସ୍ୟଚାଷ ବ୍ୟବସ୍ଥା ଦ୍ୱାରା ଦେଶରେ 22 ନିୟୁତ ମେଟ୍ରିକ ଟନ୍‌ ମାଛ ଉତ୍ପାଦିତ ହୋଇପାରିବ ।

3) ସାର୍ଟିଫାଏଡ଼ ମାଛ ଜାଆଁଳ ଓ ଖାଦ୍ୟ, ଉପଲବ୍ଧତା ବୃଦ୍ଧି କରିବା; ମାଛମାନଙ୍କ ସମ୍ଭାବ୍ୟ କ୍ଷେତ୍ର ଠାବ କରିବା ଏବଂ ସେଥିରେ ସଫଳ ଜଳଜୀବ ସ୍ୱାସ୍ଥ୍ୟ ପରିଚାଳନା ସାମିଲ

4)  ଦେଶରେ ମତ୍ସ୍ୟଚାଷ ସଂପର୍କୀତ ଜଟିଳ ଭିତ୍ତିଭୂମିର ବିକାଶ ଏବଂ ସେଥିରେ ଆଧୁନିକୀକରଣ ଓ ମୂଲ୍ୟ ଚେନ୍‌ ସୁଦୃଢ଼ୀକରଣ ସାମିଲ

5) 15 ଲକ୍ଷ ମତ୍ସ୍ୟଜୀବୀ, ମତ୍ସ୍ୟଚାଷୀ, ମାଛ ଧରା କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ, ମାଛ ବିକାଳୀ ଓ ଅନ୍ୟାନ୍ୟ ଗ୍ରାମୀଣ/ ସହରାଞ୍ଚଳ ଯେଉଁମାନେ କି ମାଛଚାଷ ଓ ତତ୍‌ ସଂପର୍କୀତ କାର୍ଯ୍ୟରେ ନିୟୋଜିତ ଅଛନ୍ତି ସେମାନଙ୍କଙ୍କ ପାଇଁ ଉପାର୍ଜନକ୍ଷମ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ସେମାନଙ୍କ ସଂଖ୍ୟାର ତିନିଗୁଣ ଲୋକଙ୍କ ପାଇଁ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଯେଉଁଥିରେ ସେମାନଙ୍କର ଉପାର୍ଜନ ବୃଦ୍ଧି ଘଟୁଥିବ ।

6) ମତ୍ସ୍ୟଚାଷ କ୍ଷେତ୍ରରେ ନିବେଶକୁ ପ୍ରୋତ୍ସାହନ ଯୋଗାଣ ଏବଂ ମତ୍ସ୍ୟ ଓ ମତ୍ସ୍ୟ ଉତ୍ପାଦ କ୍ଷେତ୍ରରେ ପ୍ରତିଯୋଗୀତାମୂଳକ ମନୋଭାବ ବୃଦ୍ଧି କରିବା

7) 2024 ମସିହା ସୁଦ୍ଧା ଦେଶରେ ମତ୍ସ୍ୟଜୀବୀ, ମତ୍ସ୍ୟ ଶ୍ରମିକ ଓ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସଂଖ୍ୟ ଦ୍ୱିଗୁଣିତ କରିବା

8) ମତ୍ସ୍ୟଜୀବୀ ଓ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ନିମନ୍ତେ ସାମାଜିକ, ଦୈହିକ ଓ ଆର୍ଥିକ ନିରାପତ୍ତା ଯୋଗାଣ ।

 

**********



(Release ID: 1625591) Visitor Counter : 138


Read this release in: English , Urdu , Punjabi , Telugu