ରସାୟନ ଓ ସାର ମନ୍ତ୍ରଣାଳୟ

ବର୍ଷ 2020-21 ଲାଗି ଫସ୍ଫରସ ଏବଂ ପୋଟାସଯୁକ୍ତ ସାର ପାଇଁ ପୋଷକତତ୍ଵ ଆଧାରିତ ସବସିଡି ଦର ନିର୍ଦ୍ଧାରଣ ଲାଗି କ୍ୟାବିନେଟ ମଞ୍ଜୁରି

ପୋଷ୍ଟ କରାଯିବା ଦିନାଙ୍କ: 22 APR 2020 3:41PM by PIB Bhubaneswar

ବର୍ଷ 2020-21 ଲାଗି ଫସ୍ଫରସ ଏବଂ ପୋଟାସଯୁକ୍ତ ସାର ପାଇଁ ପୋଷକତତ୍ଵ ଆଧାରିତ ସବସିଡି (ଏନବିଏସ) ଦର ନିର୍ଦ୍ଧାରଣ ଲାଗି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ)ମଞ୍ଜୁରି ପ୍ରଦାନ କରିଛନ୍ତି । ଏନବିଏସ ପାଇଁ ସ୍ଵୀକୃତି ଦର ନିମ୍ନ ପ୍ରକାରରେ ହୋଇଛି –

ପ୍ରତି କିଲୋଗ୍ରାମ ସବସିଡି ଦର (ଟଙ୍କାରେ)

ଏନ

ପି

କେ

ଏସ

18.789

14.888

10.116

2.374

ଏନବିଏସ ଯୋଜନା ଅଧୀନରେ ଆମୋନିୟମ ଫସ୍ଫେଟ (ଏନପି 14:28:0:0) ନାମକ ଏକ ଜଟିଳ ସାରକୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ସିସିଇଏ ମଞ୍ଜୁରି ପ୍ରଦାନ କରିଛନ୍ତି ।

2020-21 ବର୍ଷରେ ପି ଏଣ୍ଡ କେ ସବସିଡି ଦେବା ଲାଗି 22,186.55 କୋଟି ଟଙ୍କାର ବ୍ୟୟ ବରାଦ ହେବାର ଅନୁମାନ କରାଯାଉଛି । 

ସାର କମ୍ପାନୀଗୁଡ଼ିକୁ ସିସିଇଏ ଦ୍ଵାରା ଅନୁମୋଦିତ ସବସିଡି ଦରରେ ପି ଏଣ୍ଡ କେ ସବସିଡି ପ୍ରଦାନ କରାଯିବ ।

 

**********

 

 

 


(ରିଲିଜ ଆଡି: 1617368) ପରିଦର୍ଶକ କାଉଣ୍ଟର : 258
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Bengali , Punjabi , Gujarati , Tamil , Telugu