ରସାୟନ ଓ ସାର ମନ୍ତ୍ରଣାଳୟ

ବର୍ଷ 2020-21 ଲାଗି ଫସ୍ଫରସ ଏବଂ ପୋଟାସଯୁକ୍ତ ସାର ପାଇଁ ପୋଷକତତ୍ଵ ଆଧାରିତ ସବସିଡି ଦର ନିର୍ଦ୍ଧାରଣ ଲାଗି କ୍ୟାବିନେଟ ମଞ୍ଜୁରି

ପୋଷ୍ଟ କରାଯିବା ଦିନାଙ୍କ: 22 APR 2020 3:41PM by PIB Bhubaneswar

ବର୍ଷ 2020-21 ଲାଗି ଫସ୍ଫରସ ଏବଂ ପୋଟାସଯୁକ୍ତ ସାର ପାଇଁ ପୋଷକତତ୍ଵ ଆଧାରିତ ସବସିଡି (ଏନବିଏସ) ଦର ନିର୍ଦ୍ଧାରଣ ଲାଗି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ)ମଞ୍ଜୁରି ପ୍ରଦାନ କରିଛନ୍ତି ଏନବିଏସ ପାଇଁ ସ୍ଵୀକୃତି ଦର ନିମ୍ନ ପ୍ରକାରରେ ହୋଇଛି –

ପ୍ରତି କିଲୋଗ୍ରାମ ସବସିଡି ଦର (ଟଙ୍କାରେ)

ଏନ

ପି

କେ

ଏସ

18.789

14.888

10.116

2.374

ଏନବିଏସ ଯୋଜନା ଅଧୀନରେ ଆମୋନିୟମ ଫସ୍ଫେଟ (ଏନପି 14:28:0:0) ନାମକ ଏକ ଜଟିଳ ସାରକୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ସିସିଇଏ ମଞ୍ଜୁରି ପ୍ରଦାନ କରିଛନ୍ତି

2020-21 ବର୍ଷରେ ପି ଏଣ୍ଡ କେ ସବସିଡି ଦେବା ଲାଗି 22,186.55 କୋଟି ଟଙ୍କାର ବ୍ୟୟ ବରାଦ ହେବାର ଅନୁମାନ କରାଯାଉଛି । 

ସାର କମ୍ପାନୀଗୁଡ଼ିକୁ ସିସିଇଏ ଦ୍ଵାରା ଅନୁମୋଦିତ ସବସିଡି ଦରରେ ପି ଏଣ୍ଡ କେ ସବସିଡି ପ୍ରଦାନ କରାଯିବ ।

 

**********

 

 

 


(ରିଲିଜ ଆଡି: 1617368) ପରିଦର୍ଶକ କାଉଣ୍ଟର : 245
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Bengali , Punjabi , Gujarati , Tamil , Telugu