ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ
azadi ka amrit mahotsav

ଏବିଏସ ପାଣ୍ଠିରୁ ୨୮ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୧୩.୭୬ କୋଟି ଟଙ୍କା ଦେଲା ଏନବିଏ


ଓଡ଼ିଶାକୁ ମିଳିଲା ୭୮,୫୪,୯୨୪ ଟଙ୍କା

ପୋଷ୍ଟ କରାଯିବା ଦିନାଙ୍କ: 27 NOV 2026 5:43PM by PIB Bhubaneswar

ଜାତୀୟ ଜୈବ ବିବିଧତା କର୍ତ୍ତୃପକ୍ଷ (ଏନବିଏ) ୨୮ଟି ରାଜ୍ୟ ଏବଂ ୪ଟି କେନ୍ଦ୍ରଶାସିତ ଅଞ୍ଚଳରେ ଜୈବ ବିବିଧତା ସଂରକ୍ଷଣ ତଥା ଜୈବିକ ସମ୍ପଦର ନିରନ୍ତର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ୧୩.୭୬ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏଥିମଧ୍ୟରୁ ଓଡ଼ିଶାକୁ ୭୮,୫୪,୯୨୪ ଟଙ୍କା ମିଳିଛି ।  ଔଷଧୀୟ ଉଦ୍ଭିଦ ଏବଂ ଉଦ୍ଭିଦ-ଆଧାରିତ ଅନ୍ୟାନ୍ୟ ଜୈବିକ ସମ୍ପଦର ବ୍ୟବସାୟିକ ଉପଯୋଗ ପାଇଁ 'ଆୟୁଷ' ଉତ୍ପାଦ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକଠାରୁ ମିଳିଥିବା 'ଆକ୍ସେସ୍ ଆଣ୍ଡ ବେନିଫିଟ୍ ସେୟାରିଂ' (ଏବିଏସ) ବା 'ପ୍ରାପ୍ତି ଓ ଲାଭାଂଶ ହସ୍ତାନ୍ତର’ ଯୋଗଦାନରୁ ଏହି ଅର୍ଥରାଶି ଯୋଗାଇ ଦିଆଯାଇଛି ।

ଏହି ଯୋଗଦାନଗୁଡ଼ିକ ତିନୋଟି ପ୍ରୟୋଗ ସହିତ ଜଡ଼ିତ, ଯେଉଁଥିରେ ମୋଟ ୨୩୪ ପ୍ରକାରର ଉଦ୍ଭିଦ ପ୍ରଜାତିର ବ୍ୟବହାର କରାଯାଇଛି । ଏହି ଜୈବିକ ସମ୍ପଦଗୁଡ଼ିକ ବଜାର ଏବଂ ବ୍ୟବସାୟୀ ନେଟୱାର୍କ ମାଧ୍ୟମରେ ସଂଗ୍ରହ କରାଯାଇଥିବାରୁ, ଏହାର ଯୋଗାଣ ଶୃଙ୍ଖଳା ସହିତ ଜଡ଼ିତ ଲାଭ ପାଇବାକୁ ଯୋଗ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଛି । ତଥାପି, କମ୍ପାନୀଗୁଡ଼ିକ ଦ୍ୱାରା ବ୍ୟବହୃତ ଅଧିକାଂଶ ଔଷଧୀୟ ଉଦ୍ଭିଦ ଜଙ୍ଗଲ ଅଞ୍ଚଳରୁ ଆସୁଥିବାକୁ ବିଚାରକୁ ନେଇ, ଲାଭାଂଶ ବଣ୍ଟନ କରିବା ସମୟରେ ରାଜ୍ୟର ଜଙ୍ଗଲ ଆଚ୍ଛାଦିତ କ୍ଷେତ୍ର ଏବଂ ସମ୍ପୃକ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଔଷଧୀୟ ଉଦ୍ଭିଦର ଉପସ୍ଥିତିକୁ ଆଧାର ଭାବରେ ଗ୍ରହଣ କରାଯାଇଛି ।

ଏବିଏସ ଆବଣ୍ଟନ ପାଇଥିବା ରାଜ୍ୟଗୁଡ଼ିକ ମଧ୍ୟରୁ ଶୀର୍ଷ ୧୫ଟି ରାଜ୍ୟର ତାଲିକା ନିମ୍ନରେ ଦିଆଗଲା:

କ୍ରଂସଂ

ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳ

ଜାରି ଅର୍ଥରାଶି (ଟଙ୍କାରେ)

1

ମହାରାଷ୍ଟ୍ର

୧,୭୫,୨୪,୧୨୯.୦୦

2

ଅରୁଣାଚଳ ପ୍ରଦେଶ

୯୩,୭୪,୮୮୯.୦୦

3

ଆନ୍ଧ୍ରପ୍ରଦେଶ

୮୮,୦୭,୯୨୫.୦୦

4

କର୍ଣ୍ଣାଟକ

୮୭,୧୪,୭୯୪.୦୦

5

କେରଳ

୭୯,୩୦,୦୪୦.୦୦

6

ଓଡ଼ିଶା

୭୮,୫୪,୯୨୪.୦୦

7

ମଧ୍ୟପ୍ରଦେଶ

୬୯,୯୦,୪୬୩.୦୦

8

ତାମିଲନାଡୁ

୬୩,୦୩,୩୦୦.୦୦

9

ଝାଡ଼ଖଣ୍ଡ

୫୬,୭୭,୩୧୨.୦୦

10

ରାଜସ୍ଥାନ

୫୨,୭୫,୦୯୬.୦୦

11

ଛତିଶଗଡ

୫୨,୨୧,୧୦୫.୦୦

12

ଗୁଜରାଟ

୪୮,୧୬,୭୫୦.୦୦

13

ଆସାମ

୪୬,୮୩,୬୬୮.୦୦

14

ପଶ୍ଚିମବଙ୍ଗ

୪୨,୬୫,୦୦୫.୦୦

15

ହିମାଚଳ ପ୍ରଦେଶ

୪୦,୮୧,୭୩୧.୦୦

16

ଅନ୍ୟାନ୍ୟ

୩,୦୦,୮୦,୦୪୧.୦୦

 

ମୋଟ୍‌

୧୩,୭୬,୦୧,୧୭୨.୦୦

 

ହସ୍ତାନ୍ତରିତ ପାଣ୍ଠି ସ୍ଥାନୀୟ ଜୈବ ବିବିଧତା ପ୍ରଶାସନକୁ ସୁଦୃଢ଼ ​​କରିବା, ଜୈବ ବିବିଧତା ପରିଚାଳନା କମିଟି, ଲୋକଙ୍କ ଜୈବ ବିବିଧତା ପଞ୍ଜିକାକୁ ସଂଶୋଧନ କରିବା, ଜୈବିକ ସମ୍ପଦ ଓ ସମ୍ପୃକ୍ତ ପାରମ୍ପରିକ ଜ୍ଞାନକୁ ଲିପିବଦ୍ଧ କରି ରଖିବା, ଗବେଷଣା ଓ କ୍ଷମତା ନିର୍ମାଣ, ସମ୍ପ୍ରଦାୟ-ନେତୃତ୍ୱାଧୀନ ସଂରକ୍ଷଣ, କ୍ଷତିଗ୍ରସ୍ତ ଇକୋସିଷ୍ଟମର ପୁନରୁଦ୍ଧାର, ଦୀର୍ଘସ୍ଥାୟୀ ଅମଳ ଏବଂ ଚାଷ ପ୍ରଥା ଏବଂ ଜୈବ ବିବିଧତା-ଆଧାରିତ ଜୀବିକା ପଦକ୍ଷେପକୁ ସମର୍ଥନ କରିପାରିବ। ଏନବିଏ ଏପର୍ଯ୍ୟନ୍ତ ଏବିଏସ ମେକାନିଜିମ୍ ମାଧ୍ୟମରେ ୨୭୮ କୋଟି ଟଙ୍କା ସଂଗ୍ରହ କରିଛି, ଯାହା ମଧ୍ୟରୁ ପ୍ରାୟ ୨୧୮.୮୬ କୋଟି ଟଙ୍କା ସାରା ଦେଶରେ ଜୈବ ବିବିଧତା ସଂରକ୍ଷଣ ଏବଂ ଲାଭ-ବାଣ୍ଟିବା ପଦକ୍ଷେପ ପାଇଁ ବଣ୍ଟନ କରାଯାଇଛି ।

ଔଷଧୀୟ ଉଦ୍ଭିଦ ଭାରତର ଜୈବିକ ସମ୍ପଦ, ପାରମ୍ପରିକ ସ୍ୱାସ୍ଥ୍ୟସେବା ପ୍ରଣାଳୀ ଏବଂ ଗ୍ରାମୀଣ ଜୀବିକାର ଏକ ଅବିଚ୍ଛେଦ୍ୟ ଅଂଶ। ଏଗୁଡ଼ିକର ସଂଗ୍ରହ, ଚାଷ, ପ୍ରକ୍ରିୟାକରଣ ଏବଂ ବ୍ୟବସାୟରେ ନିୟୋଜିତ ସମ୍ପ୍ରଦାୟଗୁଡ଼ିକ ଲାଭ ପାଇଥା’ନ୍ତି । ଏବିଏସ ବ୍ୟବସ୍ଥା ସେଗୁଡ଼ିକର ବ୍ୟବହାରରୁ ଲାଭ ବାଣ୍ଟିବା, ଜୈବ ବିବିଧତା ସଂରକ୍ଷଣକୁ ସମର୍ଥନ କରିବା, ସ୍ଥାନୀୟ ପ୍ରତିଷ୍ଠାନଗୁଡ଼ିକୁ ମଜବୁତ କରିବା ଏବଂ ସମ୍ପ୍ରଦାୟ-ଆଧାରିତ ଜୀବିକାକୁ ପ୍ରୋତ୍ସାହିତ କରିବା ସହଜ କରିଥାଏ। ଏହି ପ୍ରୟାସଗୁଡ଼ିକ ଜାତୀୟ ଆୟୁଷ ମିଶନ, ଜାତୀୟ ଔଷଧୀୟ ଉଦ୍ଭିଦ ବୋର୍ଡ କାର୍ଯ୍ୟକ୍ରମ ଏବଂ ପ୍ରଧାନମନ୍ତ୍ରୀ ବନ ଧନ ଯୋଜନା ଭଳି ସରକାରୀ ପଦକ୍ଷେପଗୁଡ଼ିକୁ ପରିପୂରକ କରିଥାଏ, ଯାହା ଔଷଧୀୟ ଉଦ୍ଭିଦ ଚାଷ, ମୂଲ୍ୟ ବୃଦ୍ଧି ଏବଂ ଜୀବିକା ସୃଷ୍ଟିକୁ ପ୍ରୋତ୍ସାହିତ କରିଥାଏ।

*****

PS


(ରିଲିଜ ଆଡି: 2342928) ପରିଦର୍ଶକ କାଉଣ୍ଟର : 7
ଏହି ରିଲିଜ ପଢନ୍ତୁ : English , Urdu , Marathi , हिन्दी , Tamil