ପୋଷ୍ଟ କରାଯିବା ଦିନାଙ୍କ:
17 NOV 2026 4:02PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ନଭେମ୍ବରରେ ମନିଲାଠାରେ ଅନୁଷ୍ଠିତ ୨୩ତମ ଭାରତ-ଆସିଆନ୍ ଶିଖର ସମ୍ମିଳନୀ ଏବଂ ୨୧ତମ ପୂର୍ବ ଏସିଆ ଶିଖର ସମ୍ମିଳନୀ ଅବସରରେ ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରୀ ଅନୁତିନ୍ ଚାର୍ନଭିରାକୁଲ୍ଙ୍କ ସହ ସାକ୍ଷାତ କରିଛନ୍ତି ।
ଏହି ବୈଠକରେ ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିବା ପାଇଁ ସୁଯୋଗ ମିଳିଥିଲା । ଉଲ୍ଲେଖଯୋଗ୍ୟ ଯେ, ଏପ୍ରିଲ୍ ୨୦୨୫ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଥାଇଲ୍ୟାଣ୍ଡ ଗସ୍ତ ସମୟରେ ଏହି ଦ୍ୱିପାକ୍ଷିକ ସମ୍ପର୍କକୁ ରଣନୀତିକ ଭାଗୀଦାରୀ ସ୍ତରକୁ ଉନ୍ନୀତ କରାଯାଇଥିଲା । ଉଭୟ ନେତା ବାଣିଜ୍ୟ ଓ ନିବେଶ, ପ୍ରତିରକ୍ଷା ଓ ସୁରକ୍ଷା, ସଂଯୋଗୀକରଣ, ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଓ ଫିନ୍ଟେକ୍, ସଂସ୍କୃତି, ପର୍ଯ୍ୟଟନ ଏବଂ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡିକରେ ସହଯୋଗକୁ ଆହୁରି ଗଭୀର କରିବା ଉପରେ ଆଲୋଚନା କରିଥିଲେ । ସେମାନେ ବିମ୍ଷ୍ଟେକ୍, ଆଇଓଆର୍ଏ, ମେକଙ୍ଗ-ଗଙ୍ଗା ସହଯୋଗ ଏବଂ ଆସିଆନ୍ ନେତୃତ୍ୱାଧିନ ବ୍ୟବସ୍ଥା ଭଳି ଆଞ୍ଚଳିକ ମଞ୍ଚଗୁଡିକରେ ଘନିଷ୍ଠ ଭାବେ କାର୍ଯ୍ୟ କରିବାର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରିଥିଲେ । ଉଭୟ ନେତା ପାରସ୍ପରିକ ଗୁରୁତ୍ୱ ବହନ କରୁଥିବା ବିଭିନ୍ନ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ ଏବଂ ନିଜର ଭାଗୀଦାରୀକୁ ଆହୁରି ସୁଦୃଢ଼ କରିବା ମଧ୍ୟ ପାଇଁ ପ୍ରତିବଦ୍ଧତା ଦୋହରାଇଥିଲେ।
ଭାରତ ଓ ଥାଇଲ୍ୟାଣ୍ଡ ମଧ୍ୟରେ ଏକ ପୁରୁଣା ଓ ବିଶ୍ୱସ୍ତ ବନ୍ଧୁତା ରହିଛି, ଯାହା ଉଭୟ ଦେଶର ସାଧାରଣ ସଭ୍ୟତାଗତ ଓ ସାଂସ୍କୃତିକ ଐତିହ୍ୟ, ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ଏବଂ ପାରସ୍ପରିକ ବିଶ୍ୱାସ ଉପରେ ଆଧାରିତ । ଭାରତର ଆକ୍ଟ ଇଷ୍ଟ ପଲିସି ଏବଂ ଆସିଆନ୍ ସହ ଥିବା ବ୍ୟାପକ ରଣନୀତିକ ଭାଗୀଦାରୀ ଢ଼ାଞ୍ଚାରେ ଥାଇଲ୍ୟାଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଅଟେ ।
SR