ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର ମେଟ୍ରୋ ନେଟୱର୍କ ୨୦୧୪ ମସିହାରେ ୨୪୮ କିଲୋମିଟରରୁ ବୃଦ୍ଧି ପାଇ ଆଜି ପ୍ରାୟ ୧,୨୦୦ କିଲୋମିଟରରେ ପହଞ୍ଚିଥିବା ବିଷୟରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 05 NOV 2026 4:22PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ମେଟ୍ରୋ ନେଟୱର୍କର ଉଲ୍ଲେଖନୀୟ ବିସ୍ତାର ବିଷୟରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ୨୦୧୪ରେ ଦେଶର ପାଞ୍ଚଟି ସହରରେ ମାତ୍ର ୨୪୮ କିଲୋମିଟର ମେଟ୍ରୋ ନେଟୱର୍କ ଥିଲା । ଆଜି ଏହା ବୃଦ୍ଧି ୨୬ଟି ସହରରେ ପ୍ରାୟ ୧,୨୦୦ କିଲୋମିଟରକୁ ବିସ୍ତାରିତ ହୋଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଦୈନିକ ୧ କୋଟିରୁ ଅଧିକ ଲୋକ ମେଟ୍ରୋରେ ଯାତ୍ରା କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ମେଟ୍ରୋ ନେଟୱର୍କର ଏହି ସମ୍ପ୍ରସାରଣ ଲୋକଙ୍କ ଗାଡ଼ି ଭିଡ଼ରେ ବିତୁଥିବା ସମୟ ସଞ୍ଚୟ କରିଛି । ସେମାନଙ୍କୁ ନିଜ ପରିବାର ସହିତ ଅଧିକ ସମୟ ବିତାଇବା, ଉତ୍ପାଦକତା ବୃଦ୍ଧି କରିବା ଏବଂ ଉତ୍ତମ ସୁଯୋଗ ପ୍ରଦାନ କରିବାର ସୁଯୋଗ ଦେଉଛି ।

ଶ୍ରୀ ମୋଦୀ କହିଛନ୍ତି ଯେ ସରକାର ସହରାଞ୍ଚଳ ଭାରତର ଏହି ପରିବର୍ତ୍ତନକୁ ସାକାର କରିବା ଦିଗରେ କାର୍ଯ୍ୟ କରୁଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

‘‘ମୁଁ ଆପଣଙ୍କୁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହୁଁଛି...

 

ଯଦି ଭାରତର ମେଟ୍ରୋ ନେଟୱର୍କ ୨୦୧୪ ପୂର୍ବ ଭଳି ସମାନ ଗତିରେ ବୃଦ୍ଧି ପାଇଥାନ୍ତା, ତେବେ ପୁଣେ ଭଳି ସହରରେ ମେଟ୍ରୋ ସେବା ଆରମ୍ଭ ହେବା ପାଇଁ ଲୋକଙ୍କୁ କେତେ ସମୟ ଅପେକ୍ଷା କରିବାକୁ ପଡିଥାନ୍ତା?

ବର୍ଷ..ବର୍ଷ... ନା... ହୁଏତ ଦଶନ୍ଧି !

ଆଉ ଏହା ସମ୍ପୂର୍ଣ୍ଣ ଭାବରେ ଗ୍ରହଣୀୟ ନୁହେଁ ।

୨୦୧୪ରେ, ଦେଶର ପାଞ୍ଚଟି ସହରରେ ମାତ୍ର ୨୪୮ କିଲୋମିଟର ମେଟ୍ରୋ ନେଟୱର୍କ ଥିଲା।

ଆଜି, ଏହା ୨୬ଟି ସହରରେ ପ୍ରାୟ ୧,୨୦୦୦ କିଲୋମିଟରକୁ ବିସ୍ତାରିତ ହୋଇଛି ।

ପ୍ରତିଦିନ ୧ କୋଟିରୁ ଅଧିକ ଲୋକ ମେଟ୍ରୋରେ ଯାତ୍ରା କରୁଛନ୍ତି ।

ଏହାର ପ୍ରଭାବ କେବଳ ପରିସଂଖ୍ୟାନ ପର୍ଯ୍ୟନ୍ତ ସୀମିତ ନୁହେଁ ।

ଏହାର ଅର୍ଥ ଟ୍ରାଫିକରେ କମ୍ ସମୟ ଏବଂ ପରିବାର ସହିତ ଅଧିକ ସମୟ ବିତାଇବା, ଏହାସହିତ ଉନ୍ନତ ଉତ୍ପାଦକତା ଏବଂ ଅଧିକ ସୁଯୋଗ ।

ଆମେ ସହରାଞ୍ଚଳ ଭାରତ ପାଇଁ ଏହି ପରିବର୍ତ୍ତନକୁ ସାକାର କରିବା ପାଇଁ କାର୍ଯ୍ୟ କରୁଛୁ !’’

*******

PS


(ରିଲିଜ ଆଡି: 2333310) ପରିଦର୍ଶକ କାଉଣ୍ଟର : 11