ପୋଷ୍ଟ କରାଯିବା ଦିନାଙ୍କ:
31 OCT 2026 8:09PM by PIB Bhubaneswar
ଭୁବନେଶ୍ୱର: ରାଜ୍ୟଗୁଡ଼ିକରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ପାର୍ବଣ ଋତୁରେ ପୁଞ୍ଜିଗତ ବ୍ୟୟ ପାଇଁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଅଗ୍ରିମ କିସ୍ତିର କର ହସ୍ତାନ୍ତର କରିଛନ୍ତି। ଏହି କ୍ରମରେ ଓଡ଼ିଶାକୁ ୪,୮୧୯ କୋଟି ଟଙ୍କା ପ୍ରଦାନ କରାଯାଇଛି।
କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ୩୧ ଅକ୍ଟୋବର ୨୦୨୬ରେ ସମସ୍ତ ରାଜ୍ୟକୁ ମୋଟ ୧,୦୯,୦୧୯ କୋଟି ଟଙ୍କାର କର ହସ୍ତାନ୍ତର କରାଯାଇଛି। ଏହି ରାଶି ନିୟମିତ ମାସିକ କର ହସ୍ତାନ୍ତର ବ୍ୟତୀତ ଅତିରିକ୍ତ କିସ୍ତି ଭାବେ ପ୍ରଦାନ କରାଯାଇଛି।
ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟଗୁଡ଼ିକର ପୁଞ୍ଜିଗତ ବ୍ୟୟ ବୃଦ୍ଧି ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଗତି ଆଣିବା ଏହି ଅତିରିକ୍ତ ଅର୍ଥ ହସ୍ତାନ୍ତରର ଉଦ୍ଦେଶ୍ୟ। ଚଳିତ ଆର୍ଥିକ ବର୍ଷରେ ଏହା ହେଉଛି ରାଜ୍ୟଗୁଡ଼ିକୁ ପ୍ରଦାନ କରାଯାଇଥିବା ଦ୍ୱିତୀୟ ଅତିରିକ୍ତ କିସ୍ତି।
ଜାରି କରାଯାଇଥିବା ଅର୍ଥର ରାଜ୍ୟୱାରୀ ତାଲିକା ନିମ୍ନରେ ପ୍ରଦାନ କରାଗଲା:
|
କ୍ରମିକ ସଂଖ୍ୟା
|
ରାଜ୍ୟର ନାମ
|
ମୋଟ (କୋଟି ଟଙ୍କାରେ)
|
|
୧
|
ଆନ୍ଧ୍ରପ୍ରଦେଶ
|
୪୫୯୭
|
|
୨
|
ଅରୁଣାଚଳ ପ୍ରଦେଶ
|
୧୪୭୬
|
|
୩
|
ଆସାମ
|
୩୫୫୨
|
|
୪
|
ବିହାର
|
୧୦୮୪୫
|
|
୫
|
ଛତିଶଗଡ଼
|
୩୬୦୨
|
|
୬
|
ଗୋଆ
|
୩୯୮
|
|
୭
|
ଗୁଜରାଟ
|
୪୦୯୪
|
|
୮
|
ହରିୟାଣା
|
୧୪୮୪
|
|
୯
|
ହୀମାଚଳ ପ୍ରଦେଶ
|
୯୯୬
|
|
୧୦
|
ଝାଡ଼ଖଣ୍ଡ
|
୩୬୬୦
|
|
୧୧
|
କର୍ଣ୍ଣାଟକ
|
୪୫୦୪
|
|
୧୨
|
କେରଳମ୍
|
୨୫୯୭
|
|
୧୩
|
ମଧ୍ୟପ୍ରଦେଶ
|
୮୦୧୦
|
|
୧୪
|
ମହାରାଷ୍ଟ୍ର
|
୭୦୨୨
|
|
୧୫
|
ମଣିପୁର
|
୬୮୨
|
|
୧୬
|
ମେଘାଳୟ
|
୬୮୮
|
|
୧୭
|
ମିଜୋରାମ
|
୬୧୫
|
|
୧୮
|
ନାଗାଲାଣ୍ଡ
|
୫୨୪
|
|
୧୯
|
ଓଡ଼ିଶା
|
୪୮୧୯
|
|
୨୦
|
ପଞ୍ଜାବ
|
୨୧୭୬
|
|
୨୧
|
ରାଜସ୍ଥାନ
|
୬୪୬୦
|
|
୨୨
|
ସିକିମ୍
|
୩୬୫
|
|
୨୩
|
ତାମିଲନାଡୁ
|
୪୪୬୬
|
|
୨୪
|
ତେଲେଙ୍ଗାନା
|
୨୩୭୦
|
|
୨୫
|
ତ୍ରିପୁରା
|
୬୯୯
|
|
୨୬
|
ଉତ୍ତରପ୍ରଦେଶ
|
୧୯୨୦୮
|
|
୨୭
|
ଉତ୍ତରାଖଣ୍ଡ
|
୧୨୪୪
|
|
୨୮
|
ପଶ୍ଚିମବଙ୍ଗ
|
୭୮୬୬
|
/HP