ପୋଷ୍ଟ କରାଯିବା ଦିନାଙ୍କ:
20 OCT 2026 6:32PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏସୀୟ ପାରା ଗେମ୍ସ ୨୦୨୬ରେ ମହିଳା ୧୫୦୦ ମିଟର ଟି୧୧ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବାରୁ ରବନ୍ନି ଭଲସାନାଇନିଙ୍କୁ ପ୍ରଶଂସା କରିଛନ୍ତି ।
ଏହା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଏବଂ କଠିନ ପରିଶ୍ରମ ଦ୍ୱାରା ଅର୍ଜିତ ଏକ ସଫଳତା ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ, ତାଙ୍କର ଏହି ପ୍ରଦର୍ଶନ ଦେଶର ପାରା-ଖେଳାଳୀମାନଙ୍କ ଦୃଢ଼ ସଂକଳ୍ପ ଓ ଅବିରତ ଉଦ୍ୟମକୁ ପ୍ରତିଫଳିତ କରେ । ସେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି;
“ଏକ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଏବଂ କଠିନ ପରିଶ୍ରମ ଦ୍ୱାରା ଅର୍ଜିତ ଏକ ସଫଳତା!
ରବନ୍ନି ଭଲସାନାଇନି ଏସୀୟ ପାରା ଗେମ୍ସ ୨୦୨୬ ରେ ମହିଳା ୧୫୦୦ ମିଟର ଟି୧୧ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ତାଙ୍କର ଏହି ପ୍ରଦର୍ଶନ ଆମ ଦେଶର ପାରା-ଖେଳାଳିମାନଙ୍କ ଦୃଢ଼ ସଂକଳ୍ପ ଓ ଅବିରତ ଉଦ୍ୟମକୁ ପ୍ରତିଫଳିତ କରେ । ତାଙ୍କୁ ଅଭିନନ୍ଦନ : PM @narendramodi"
SR