ରେଳ ମନ୍ତ୍ରଣାଳୟ
azadi ka amrit mahotsav

୨୨ ଅକ୍ଟୋବରରେ ସମସ୍ତ ରେଳ ଷ୍ଟେସନରେ ନାଗରିକ-କୈନ୍ଦ୍ରିକ ସର୍ବଭାରତୀୟ ‘ରେଳ ଜନ ସଂବାଦ’ ଅନୁଷ୍ଠିତ


ଭାରତୀୟ ରେଳବାଇରେ ସ୍ୱତନ୍ତ୍ର ଅଭିଯାନ ୬.୦ର ଅଗ୍ରଗତି ସମୀକ୍ଷା କଲେ ରେଳବାଇ ବୋର୍ଡର ସଚିବ

ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ମାପଯୋଗ୍ୟ ଫଳାଫଳ ଏବଂ ‘ଆବର୍ଜନାରୁ ଆକର୍ଷଣୀୟ ସୃଷ୍ଟି’ ପଦକ୍ଷେପ ଉପରେ ଗୁରୁତ୍ୱ

ମାସ ଶେଷ ସୁଦ୍ଧା ୧ ଲକ୍ଷ ସ୍ଥାନ ସଫେଇ, ୭ ଲକ୍ଷ ବର୍ଗଫୁଟ୍ ସ୍ଥାନ ଖାଲି ଏବଂ ସ୍କ୍ରାପ୍ ଓ ଇ-ବର୍ଜ୍ୟ ନିଷ୍କାସନରୁ ୬୦୦ କୋଟି ଟଙ୍କା ଆୟ ଲକ୍ଷ୍ୟ

ପୋଷ୍ଟ କରାଯିବା ଦିନାଙ୍କ: 12 OCT 2026 7:06PM by PIB Bhubaneswar

ରେଳବାଇ ବୋର୍ଡର ସଚିବଙ୍କ ଅଧ୍ୟକ୍ଷତାରେ ୨୦୨୬ ମସିହା ଅକ୍ଟୋବର ମାସ ୮ ତାରିଖରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଜୋନାଲ ରେଳବାଇ ଓ ବିଭିନ୍ନ ୟୁନିଟ୍‌ରେ ବିଚାରାଧୀନ ମାମଲାଗୁଡ଼ିକର ସମାଧାନ ପାଇଁ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ-୬ (ଏସ୍‌ସିଡିପିଏମ୍‌-୬)ର ଅଗ୍ରଗତିକୁ ସମୀକ୍ଷା କରିବା ସହିତ ଏହାକୁ ଅଧିକ ସୁଦୃଢ଼ କରିବା ଏହି ବୈଠକର ଉଦ୍ଦେଶ୍ୟ ଥିଲା। ଏହି ବୈଠକରେ ଜୋନାଲ ରେଳବାଇର ଅତିରିକ୍ତ ମହାପ୍ରବନ୍ଧକ (ଏଜିଏମ୍‌), ବିଭିନ୍ନ ଡିଭିଜନର ଡିଭିଜନାଲ ରେଳ ପ୍ରବନ୍ଧକ (ଡିଆରଏମ୍‌) ଓ ଅତିରିକ୍ତ ଡିଭିଜନାଲ ରେଳ ପ୍ରବନ୍ଧକ (ଏଡିଆରଏମ୍‌), ଜୋନାଲ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ (ସିପିଆରଓ), ଉତ୍ପାଦନ ୟୁନିଟ୍‌ଗୁଡ଼ିକର ମହାପ୍ରବନ୍ଧକ (ଜିଏମ୍‌), ରେଳବାଇର ସରକାରୀ ଉଦ୍ୟୋଗଗୁଡ଼ିକର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମଡି/ଏମଡି), ପ୍ରଶିକ୍ଷଣ ପ୍ରତିଷ୍ଠାନଗୁଡ଼ିକର ମହାନିର୍ଦ୍ଦେଶକ (ଡିଜି), ରେଳବାଇ ବୋର୍ଡର ସମ୍ପୃକ୍ତ ଅଧିକାରୀ ଏବଂ କ୍ଷେତ୍ରସ୍ତରୀୟ ୟୁନିଟ୍‌ଗୁଡ଼ିକର ଏସ୍‌ସିଡିପିଏମ୍‌-୬ ନୋଡାଲ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। 

 

ଏହି ବୈଠକରେ ଅଭିଯାନର ଲକ୍ଷ୍ୟ ହାସଲ ଦିଗରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ଏଥିରେ ମାପଯୋଗ୍ୟ ଫଳାଫଳ ହାସଲ କରିବା ଏବଂ ବିଚାରାଧୀନ ମାମଲାଗୁଡ଼ିକର ସମୟୋଚିତ ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଭାରତୀୟ ରେଳବାଇ ପକ୍ଷରୁ ୧,୦୦,୦୦୦ ସ୍ଥାନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ, ୭,୦୦,୦୦୦ ବର୍ଗଫୁଟ୍ ସ୍ଥାନ ଖାଲି କରିବା ଏବଂ ସ୍କ୍ରାପ୍‌ ନିଷ୍କାସନ ମାଧ୍ୟମରେ ୬୦୦ କୋଟି ଟଙ୍କା ଆୟ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

 

ଚଳିତ ବର୍ଷର ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଅନୁଯାୟୀ, ଇ-ଆବର୍ଜନା (ଇ-ୱେଷ୍ଟ) ପରିଚାଳନା ନିୟମାବଳୀ, ୨୦୨୨ ଅନୁସାରେ “ଇ-ଆବର୍ଜନାର ସଠିକ୍ ସଂଗ୍ରହ, ପୃଥକୀକରଣ ଓ ନିଷ୍କାସନ” ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏଥିସହ ସାଧାରଣ ଆର୍ଥିକ ନିୟମାବଳୀ (ଜିଏଫ୍‌ଆର) ଅନୁଯାୟୀ ସ୍କ୍ରାପ୍‌ ନିଷ୍କାସନ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଉଛି। 'ୱେଷ୍ଟ ଟୁ ୱଣ୍ଡର' ବା ‘ଆବର୍ଜନାରୁ ଆକର୍ଷଣୀୟ ସୃଷ୍ଟି’ ଭଳି ଉତ୍ତମ ପଦକ୍ଷେପଗୁଡ଼ିକୁ ଚିହ୍ନଟ କରାଯାଇ ଅଧିକ ବ୍ୟାପକ ଭାବେ କାର୍ଯ୍ୟକାରୀ କରିବାର ଯୋଜନା ରହିଛି।

 

ଏହି ଅଭିଯାନର ନାଗରିକ-କେନ୍ଦ୍ରିକ ଅଂଶ ଭାବେ ‘ରେଳ ଜନସଂବାଦ’ ଆୟୋଜନ କରାଯାଉଛି। ଏହା ସହିତ ଯୁବବର୍ଗଙ୍କ ଅଂଶଗ୍ରହଣ ପାଇଁ ‘ରେଳ ଜନ ଯୁବ ସଂବାଦ’ ମାଧ୍ୟମରେ ଏକ ସ୍ୱତନ୍ତ୍ର ମଞ୍ଚ ଯୋଗାଇ ଦିଆଯାଉଛି। ୨୨.୧୦.୨୦୨୬ରେ ଦେଶର ସମସ୍ତ ରେଳ ଷ୍ଟେସନରେ ସର୍ବଭାରତୀୟ ‘ରେଳ ଜନସଂବାଦ’ ଆୟୋଜନ କରିବା ପାଇଁ କାର୍ଯ୍ୟସୂଚୀ ସ୍ଥିର କରାଯାଇଛି।

 

ଭାରତୀୟ ରେଳବାଇରେ ସ୍ୱତନ୍ତ୍ର ଅଭିଯାନ-୬ ଅଧୀନରେ ଗ୍ରହଣ କରାଯାଇଥିବା କେତେକ ପ୍ରମୁଖ ପଦକ୍ଷେପ ନିମ୍ନରେ ଉଲ୍ଲେଖ କରାଯାଇଛି:

 

● ଦିଲ୍ଲୀର ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନରେ ସ୍ୱଚ୍ଛତା ଅଭିଯାନ।

 

● ଚାରିଟି ଧାରାରେ ବର୍ଜ୍ୟବସ୍ତୁ ପୃଥକୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ସିରହିନ୍ଦ ଜଙ୍କସନ୍ ରେଳ ଷ୍ଟେସନରେ କଠିନ ବର୍ଜ୍ୟବସ୍ତୁ ପୃଥକୀକରଣ ଅଭିଯାନ।

 

● ରେଳବାଇ କର୍ମଚାରୀ ଓ ଅଭିଯାନରେ ଅଂଶଗ୍ରହଣକାରୀଙ୍କ ସ୍ୱାସ୍ଥ୍ୟ ଓ ସୁସ୍ଥତାର ପ୍ରୋତ୍ସାହନ ପାଇଁ ନାଗପୁରଠାରେ ମଧ୍ୟ ରେଳବାଇ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ।

 

● କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମାବଳୀ, ୨୦୨୬ର ଅନୁପାଳନକୁ ପ୍ରୋତ୍ସାହିତ କରିବା ପାଇଁ ପୂର୍ବତଟ୍ଟ ରେଳବାଇର ସିଆଲଦା ଡିଭିଜନ ପକ୍ଷରୁ ସଚେତନତା ଓ ଦକ୍ଷତା ବିକାଶ ଅଧିବେଶନ ଆୟୋଜିତ।

ଉତ୍ତମ ସଚେତନତା ଦ୍ୱାରା ବର୍ଜ୍ୟବସ୍ତୁ ପରିଚାଳନାର ଉତ୍ତମ ଅଭ୍ୟାସ ଗଢ଼ିଉଠେ।

 

● ଟ୍ରେନ୍‌ରେ ଥିବା ଶୌଚାଳୟଗୁଡ଼ିକର ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଉତ୍ତର-ପୂର୍ବ ରେଳବାଇ ପକ୍ଷରୁ ସଫେଇ ଓ ପରିମଳ ଅଭିଯାନ ଆୟୋଜିତ।

 

● ସ୍ୱଚ୍ଛତା ଓ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଦକ୍ଷିଣ-ପଶ୍ଚିମ ରେଳବାଇର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜିତ।

 

ରେଳ ମନ୍ତ୍ରଣାଳୟ ୨ ଅକ୍ଟୋବରରୁ ୩୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଚାଲିଥିବା ‘ସ୍ୱତନ୍ତ୍ର ଅଭିଯାନ ୬.୦’ରେ ସକ୍ରିୟ ଭାବେ ଅଂଶଗ୍ରହଣ କରୁଛି। ଏହି ଅଭିଯାନର ଲକ୍ଷ୍ୟଗୁଡ଼ିକ ହାସଲ କରିବା ସହ ଏହାର ସଫଳ କାର୍ଯ୍ୟକାରୀତା ସୁନିଶ୍ଚିତ କରିବା ପାଇଁ ମନ୍ତ୍ରଣାଳୟ ନିଜର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛି।

 

*****

MT

 

 


(ରିଲିଜ ଆଡି: 2322557) ପରିଦର୍ଶକ କାଉଣ୍ଟର : 4
ଏହି ରିଲିଜ ପଢନ୍ତୁ : हिन्दी , English , Urdu , Kannada