ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସେପ୍ଟେମ୍ବର ୫ ରେ ଶ୍ରୀ ରାମ ବାଣିଜ୍ୟ କଲେଜର ଶତବାର୍ଷିକୀ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 04 SEP 2026 5:35PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ତାରିଖ ସନ୍ଧ୍ୟା ଟାରେ ଶ୍ରୀ ରାମ ବାଣିଜ୍ୟ କଲେଜ (ଏସଆରସିସି) ର ଶତବାର୍ଷିକୀ ସମାରୋହରେ ଯୋଗଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶ୍ରୀ ରାମ ବାଣିଜ୍ୟ କଲେଜ, ଭାରତର ଉଚ୍ଚଶିକ୍ଷାର ପ୍ରମୁଖ ପ୍ରତିଷ୍ଠାନ ମଧ୍ୟରୁ ଗୋଟିଏ। ଏହା ବାଣିଜ୍ୟ, ଅର୍ଥନୀତି ଏବଂ ପରିଚାଳନା କ୍ଷେତ୍ରରେ ଏକ ପ୍ରତିଷ୍ଠିତ ଶିକ୍ଷା କେନ୍ଦ୍ର। ୧୯୨୬ ମସିହାରେ ପ୍ରଖ୍ୟାତ ଶିଳ୍ପପତି ଏବଂ ସମାଜସେବୀ ସାର୍ ଶ୍ରୀ ରାମଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି କଲେଜ ଏକ ଶତାବ୍ଦୀ ଧରି ବିଦ୍ୱାନ, ପେଶାଦାର, ପ୍ରଶାସକ, ଉଦ୍ୟୋଗୀ, ନୀତି ନିର୍ଦ୍ଧାରକ ଏବଂ ରାଷ୍ଟ୍ର ନିର୍ମାତାଙ୍କ ପିଢ଼ିକୁ ଗଢି ତୋଳିଛି।

ଶତବାର୍ଷିକୀ ପାଳନ ଶିକ୍ଷକ ଦିବସ ସହିତ ସମନ୍ୱିତ ହୋଇଛି , ଯାହା ଏହି ଅବସରକୁ ବିଶେଷ ଗୁରୁତ୍ୱପୂର୍ଣ୍ଣ କରିଛି। କାରଣ ପିଢ଼ିକୁ ଗଠନ କ୍ଷେତ୍ରରେ ଏବଂ ସମାଜର ମୂଳଦୁଆକୁ ମଜବୁତ କରିବାରେ ଶିକ୍ଷକ ଏବଂ ଶିକ୍ଷାବିତଙ୍କ ଅବଦାନକୁ ଦେଶ ସମ୍ମାନ ଜଣେଇଥାଏ।

****

SSP


(ରିଲିଜ ଆଡି: 2306888) ପରିଦର୍ଶକ କାଉଣ୍ଟର : 6