ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
azadi ka amrit mahotsav

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀଙ୍କ କନକ୍ଲେଭରେ ଅଧ୍ୟକ୍ଷତା କଲେ କେନ୍ଦ୍ରମନ୍ତ୍ରୀ


ପ୍ରତ୍ୟେକ ଶିଶୁର ସଫଳତା ହିଁ ଆମର ଉତ୍ତରଦାୟିତ୍ୱ - ଧର୍ମେନ୍ଦ୍ର ପ୍ରଧାନ

ବିକଶିତ ଭାରତ ୨୦୪୭' ପାଇଁ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ସମାନ ଭାଗୀଦାର

ଜାତୀୟ ଶିକ୍ଷା ନୀତି ଅନୁଯାୟୀ ସମଗ୍ର ଶିକ୍ଷା, ପିଏମ ଶ୍ରୀ, ନିପୁଣ ଭାରତ, ପିଏମ ପୋଷଣ ଓ ଉଲ୍ଲାସ ଭଳି ଯୋଜନାର ସମୀକ୍ଷା

ପିଲାଙ୍କ ମୌଳିକ ଶିକ୍ଷା ପାଇଁ ମାତୃଭାଷା, ବହୁଭାଷୀ ଶିକ୍ଷା ଏବଂ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଯୋର୍

प्रविष्टि तिथि: 22 JUL 2026 8:02PM by PIB Bhubaneswar

ପ୍ରତ୍ୟେକ ଶିଶୁର ସଫଳତା ହିଁ ଆମର ଉତ୍ତରଦାୟିତ୍ୱ ବୋଲି ଆଜି ନୂଆଦିଲ୍ଲୀ ସ୍ଥିତ ‘ଆଇସିଏଆର’ ନାସ୍କ ପରିସରରେ ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଦ୍ୱାରା ଆୟୋଜିତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଦୁଇଦିନିଆ ସମ୍ମିଳନୀରେ ଅଧ୍ୟକ୍ଷତା କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ନିଜ ଅଭିଭାଷଣରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ ଯେ, ବିଦ୍ୟାଳୟ ଶିକ୍ଷାକୁ ମଜବୁତ କରିବାରେ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକ ସମାନ ଭାଗୀଦାର । ଜାତୀୟ ଶିକ୍ଷା ନୀତିର ପରିକଳ୍ପନା ଅନୁଯାୟୀ କେନ୍ଦ୍ରୀୟ ଯୋଜନାଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା, ସହଯୋଗ ବୃଦ୍ଧି କରିବା ଏବଂ ଉତ୍ତମ କାର୍ଯ୍ୟଶୈଳୀଗୁଡ଼ିକୁ ଆଦାନପ୍ରଦାନ କରିବା ପାଇଁ ଏହି ସମ୍ମିଳନୀ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଳଗୁଡ଼ିକୁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରୁଛି। ସେ କହିଥିଲେ ଯେ ଏହି ଆଲୋଚନା ଏକ ଭବିଷ୍ୟତ-ଉପଯୋଗୀ, ଅନ୍ତର୍ଭୁକ୍ତ ଏବଂ ଉଚ୍ଚ-ଗୁଣାତ୍ମକ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ଗଠନ ଦିଗରେ ଆମର ସାମୂହିକ ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଆଗାମୀ ‘ପ୍ରଗତି’ ସମୀକ୍ଷାରେ ଯୋଗଦାନ ଦେବ।

ଶ୍ରୀ ପ୍ରଧାନ ସମଗ୍ର ଶିକ୍ଷା, ପିଏମ ଶ୍ରୀ, ନିପୁଣ ଭାରତ, ପିଏମ ପୋଷମ ଏବଂ ଉଲ୍ଲାସ ଭଳି ପଦକ୍ଷେପଗୁଡ଼ିକ ମାଧ୍ୟମରେ ବିଦ୍ୟାଳୟ ଶିକ୍ଷାରେ ହୋଇଥିବା ଅଗ୍ରଗତି ବିଷୟରେ ଆଲୋକପାତ କରିଥିଲେ। 'ବିକଶିତ ଭାରତ ୨୦୪୭'ର ଲକ୍ଷ୍ୟ ହାସଲ ଦିଗରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନକୁ ମଜବୁତ କରିବା, ଶିକ୍ଷକମାନଙ୍କୁ ସଶକ୍ତ କରିବା, ପ୍ରଯୁକ୍ତିବିଦ୍ୟା ଓ ଏଆଇ ର ବ୍ୟବହାର କରିବା, ନୂତନତାକୁ ପ୍ରୋତ୍ସାହିତ କରିବା ଏବଂ ପ୍ରତ୍ୟେକ ଶିକ୍ଷାର୍ଥୀର ସର୍ବାଙ୍ଗୀନ ବିକାଶ ନିଶ୍ଚିତ କରିବା ପାଇଁ ଏକତ୍ର କାର୍ଯ୍ୟ କରିବାକୁ ସେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଛଳଗୁଡ଼ିକୁ ଆହ୍ୱାନ ଜଣାଇଥିଲେ। ମୌଳିକ ଶିକ୍ଷାକୁ ସୁଦୃଢ଼ କରିବା ଏବଂ ଶିକ୍ଷଣୀୟ ଫଳାଫଳରେ ସୁଧାର ଆଣିବା ପାଇଁ ପିଲାଙ୍କ ମାତୃଭାଷା ଏବଂ ବହୁଭାଷୀ ଶିକ୍ଷାକୁ ପ୍ରୋତ୍ସାହିତ କରିବାକୁ ମନ୍ତ୍ରୀ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜୟନ୍ତ ଚୌଧୁରୀ ବିଦ୍ୟାଳୟ ଶିକ୍ଷାକୁ ମଜବୁତ କରିବା ଏବଂ ଶିକ୍ଷାଗତ ଫଳାଫଳରେ ସୁଧାର ଆଣିବା ପାଇଁ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଛଳଗୁଡ଼ିକ ମଧ୍ୟରେ ମିଳିତ ଉଦ୍ୟମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏବଂ ରାଜ୍ୟଗୁଡ଼ିକର ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

 

 

 


(रिलीज़ आईडी: 2288108) आगंतुक पटल : 14
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Punjabi