ମତ୍ସ୍ୟ, ପଶୁ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ
azadi ka amrit mahotsav

ଓଡ଼ିଶାରେ ମତ୍ସ୍ୟ ସମ୍ପଦ ଯୋଜନା

प्रविष्टि तिथि: 21 JUL 2026 2:59PM by PIB Bhubaneswar

ନୂଆଦିଲ୍ଲୀ: ବିଗତ ୧୨ ବର୍ଷ ମଧ୍ୟରେ ‘ନୀଳ ବିପ୍ଳବ’ ଏବଂ ‘ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା’ ଅଧୀନରେ ମତ୍ସ୍ୟପାଳନ ଓ ଜଳକୃଷି କ୍ଷେତ୍ରର ବିକାଶ ପାଇଁ ଭାରତ ସରକାର ଓଡ଼ିଶା ସରକାରଙ୍କ ବିଭିନ୍ନ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ବାଲେଶ୍ୱର ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକର ମୋଟ ଅଟକଳ ବ୍ୟୟ ୧,୫୬୭.୯୬ କୋଟି ଟଙ୍କା, ଯେଉଁଥିରୁ କେନ୍ଦ୍ର ସରକାରଙ୍କ ଅଂଶ ୫୪୯.୫୮ କୋଟି ଟଙ୍କା। ରାଜ୍ୟ ସରକାରଙ୍କଠାରୁ ପ୍ରାପ୍ତ ପ୍ରସ୍ତାବ ଆଧାରରେ ମତ୍ସ୍ୟପାଳନ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଏହି ଅନୁମୋଦନ ପ୍ରଦାନ କରିଛି।

ଏହା ବ୍ୟତୀତ, ମତ୍ସ୍ୟପାଳନ ଏବଂ ଭିତ୍ତିଭୂମି ବିକାଶ ପାଣ୍ଠି ଅଧୀନରେ, ଓଡ଼ିଶା ପାଇଁ ୭୮୪.୩୨ କୋଟି ଟଙ୍କାର ମୋଟ ବ୍ୟୟ ଅଟକଳ ଏବଂ ୨୮୬.୩୯ କୋଟି ଟଙ୍କାର ସୀମିତ ସୁଧ ରିହାତି ବିଶିଷ୍ଟ ୧୩ଟି ପ୍ରକଳ୍ପ ଅନୁମୋଦିତ ହୋଇଛି। ଏଥିମଧ୍ୟରୁ ବାଲେଶ୍ୱର ଜିଲ୍ଲାରେ କାର୍ଯ୍ୟକାରୀ କରିବା ପାଇଁ ୮.୨୬ କୋଟି ଟଙ୍କାର ୨ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ବାଲେଶ୍ୱର ଜିଲ୍ଲା ସମେତ ସମଗ୍ର ଓଡ଼ିଶାରେ ମତ୍ସ୍ୟପାଳନ ଏବଂ ଜଳକୃଷି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’ କାର୍ଯ୍ୟକାରୀ କରାଯାଉଛି ବୋଲି ଓଡ଼ିଶା ସରକାର ସୂଚନା ଦେଇଛନ୍ତି।

୨୦୧୪-୧୫ ରୁ ୨୦୨୫-୨୬ ମଧ୍ୟରେ ନୀଳ ବିପ୍ଳବ ଏବଂ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ବାଲେଶ୍ୱର ଜିଲ୍ଲାରେ ହାତକୁ ନିଆଯାଇଥିବା ମୁଖ୍ୟ କାର୍ଯ୍ୟକଳାପଗୁଡ଼ିକ ମଧ୍ୟରେ ୪୯.୯୪ କୋଟି ଟଙ୍କା ବ୍ୟୟରେ ଚାନ୍ଦିପୁର ମାଛଧରା ପୋତାଶ୍ରୟର ବିକାଶ; ୭୮.୨୦ କୋଟି ଟଙ୍କା ବ୍ୟୟରେ ବସ୍ତାଠାରେ ଏକ ଅତ୍ୟାଧୁନିକ ପାଇକାରୀ ମାଛ ବଜାର ପ୍ରତିଷ୍ଠା; ପାଞ୍ଚଟି ଜଳବାୟୁ ସହନଶୀଳ ଉପକୂଳବର୍ତ୍ତୀ ମତ୍ସ୍ୟଜୀବୀ ଗ୍ରାମର ବିକାଶ; ଛଅଟି ସୀତଳ ଭଣ୍ଡାର ବା ବରଫ କଳ ୟୁନିଟ୍ ସ୍ଥାପନ; ୨.୫୭ କୋଟି ଟଙ୍କା ବ୍ୟୟରେ ବାହାବଳପୁର ଉପକୂଳରେ ଭାରତୀୟ ପାମ୍ପାନୋର ସମୁଦ୍ର କେଜ୍ କଲଚର ପ୍ରଦର୍ଶନ କାର୍ଯ୍ୟକାରୀ କରିବା; ୧୦୭ ହେକ୍ଟର ଲବଣାକ୍ତ ଜଳସ୍ରୋତ ଅଞ୍ଚଳକୁ ଜଳକୃଷି ଅଧୀନକୁ ଆଣିବା; ଏବଂ ତିନୋଟି ଫିନଫିସ୍ ହ୍ୟାଚେରୀ ଓ ଗୋଟିଏ ସ୍କାମ୍ପି ହ୍ୟାଚେରୀ ସ୍ଥାପନ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ବାଲେଶ୍ୱରକୁ ସ୍କାମ୍ପିର ଉତ୍ପାଦନ ଏବଂ ପ୍ରସଂସ୍କରଣ କ୍ଲଷ୍ଟର ଭାବରେ ଘୋଷଣା କରାଯାଇଛି।

ଓଡ଼ିଶା ସରକାରଙ୍କ ରିପୋର୍ଟ ଅନୁଯାୟୀ, ୨୦୧୪-୧୫ ମସିହାରୁ ବିଭିନ୍ନ ମତ୍ସ୍ୟପାଳନ ବିକାଶ ଯୋଜନା ଅଧୀନରେ ବାଲେଶ୍ୱର ଜିଲ୍ଲା ପାଇଁ ମୋଟ ୨୫୦.୭୧ କୋଟି ଟଙ୍କା ଆବଣ୍ଟନ କରାଯାଇଛି, ଯେଉଁଥିରୁ ୨୧୪.୪୫ କୋଟି ଟଙ୍କା (୮୬%) ବିନିଯୋଗ ହୋଇସାରିଛି। ବାଲେଶ୍ୱର ଜିଲ୍ଲାରେ ମତ୍ସ୍ୟପାଳନ ଏବଂ ଜଳକୃଷିର ବିକାଶ ପାଇଁ କାର୍ଯ୍ୟକାରୀ ହୋଇଥିବା କାର୍ଯ୍ୟକଳାପ, ଆବଣ୍ଟିତ ପାଣ୍ଠି ଏବଂ ବିଭିନ୍ନ ଯୋଜନା ଅଧୀନରେ ବିନିଯୋଗର ବର୍ଷୱାରୀ ବିବରଣୀ ସନ୍ଦର୍ଭ ପାଇଁ ଅନୁବନ୍ଧ-୧ ରେ ପ୍ରଦାନ କରାଗଲା।

ଅନୁବନ୍ଧ-୧

ବାଲେଶ୍ୱର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ବିବରଣୀ

(Rupees in Lakh)

କ୍ରମିକ ସଂଖ୍ୟା.

ବର୍ଷ

କାର୍ଯ୍ୟକ୍ରମ ନାମ

ଆବଣ୍ଟିତ ପାଣ୍ଠି

ବ୍ୟବହୃତ ପାଣ୍ଠି

(୧)

(୨)

(୩)

(୬)

(୭)

1

୨୦୧୪-୧୫

ପାରମ୍ପରିକ ଡଙ୍ଗାର ମୋଟରଚାଳନା

୧୫.୦୦

୨.୮୮

2

ସଞ୍ଚୟ ଏବଂ ସହାୟତା ଯୋଜନା

୨୨.୦୦

୧୮.୪୫

3

ମାଛ ପରିବହନ ଗାଡ଼ି

୨୧.୮୦

୨୧.୮୦

4

ମତ୍ସ୍ୟଜୀବୀ ସମ୍ପ୍ରଦାୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି

୧୧.୦୦

୧୦.୯୯୫

5

ଡଙ୍ଗା ଏବଂ ଜାଲ - ଆରକେଭିୱାଇ

୧୦.୯୯୫

୧୦.୯୮

6

ମାଛ ଅବତରଣ କେନ୍ଦ୍ରର ଆଧୁନିକୀକରଣ

୩୨.୦୯

୩୨.୦୯

7

ଗୁଡ଼ୁପାହି କ୍ଲଷ୍ଟରରେ ସିସି ରାସ୍ତା ନିର୍ମାଣ (୪.୨ କିମି)

୫୫୯.୦୦

୪୫୨.୦୦

8

ଗୁଡ଼ୁପାହି କ୍ଲଷ୍ଟରରେ ସିସି ରାସ୍ତା ନିର୍ମାଣ (୪.୮ କିମି)

୬୭୮.୫୦

୫୯୯.୦୦

9

ଗୁଡ଼ୁପାହି କ୍ଲଷ୍ଟରରେ ସିସି ରାସ୍ତା ନିର୍ମାଣ (୪.୮ କିମି)

୧୩୭.୦୦

୧୧୭.୦୭

10

୨୦୧୫-୧୬

ସଞ୍ଚୟ ଏବଂ ସହାୟତା ଯୋଜନା

୩୫.୫୭

୨୪.୫୬

11

ଆର.କେ.ଭି.ୱାଇ. (ଜାଲ ଏବଂ ଡଙ୍ଗା)

୧୫.୫୦

୧୦.୩୮

12

ମଧୁର ଜଳ ମାଛ ପୋଖରୀ ବିକାଶ ଏଫ.ଏଫ.ଡି.ଏ., ବି.ଏଫ.ଡି.ଏ. ଏବଂ ଏନ.ଏମ.ପି.ଏସ.

୨୧୫.୫୦

୨୧୫.୫୦

13

୨୦୧୬-୧୭

ସଞ୍ଚୟ ଏବଂ ସହାୟତା ଯୋଜନା

୨୪.୧୫

୨୪.୧୫

14

ମତ୍ସ୍ୟଜୀବୀ ସମ୍ପ୍ରଦାୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି

୮.୦୦

୮.୦୦

15

ଏଫ.ଏଫ.ଡି.ଏ. ଏବଂ ବି.ଏଫ.ଡି.ଏ. ଅଧୀନରେ ପୋଖରୀ ବିକାଶ

୨୦୩.୮୮

୨୦୩.୮୮

16

ବାହାବଳପୁର ଏଫ.ଏଲ.ସି. ଠାରେ ମାଛ ବଜାରକୁ ସଂଯୋଗୀକରଣ ରାସ୍ତା

୧୦୦.୦୦

୧୦୦.୦୦

17

ବାହାବଳପୁର ଏଫ.ଏଲ.ସି. ଠାରେ ୨୦ ଶଯ୍ୟା ବିଶିଷ୍ଟ ବାରାକ

୪୩.୮୦

୪୩୮.୧୫

18

୨୦୧୭-୧୮

ସଞ୍ଚୟ ଏବଂ ସହାୟତା ଯୋଜନା

୨୮.୯୨୩୨

୨୮.୯୨

19

ମତ୍ସ୍ୟଜୀବୀ ସମ୍ପ୍ରଦାୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି

୨୪.୩୯୫

୨୪.୩୯

20

ବି.ଏଫ.ଡି.ଏ. ଅଧୀନରେ ପୋଖରୀ ବିକାଶ

୪୬.୨୨

୪୬.୨୨

21

ନୀଳ ବିପ୍ଳବ ଯୋଜନା ଅଧୀନରେ ପୋଖରୀ ବିକାଶ

୭୯.୨୬

୭୯.୨୬

22

 

ବାହାବଳପୁର ଏଫ.ଏଲ.ସି. ର ମରାମତି

୩୩୦.୦୦

୩୦.୦୦

23

୨୦୧୮-୧୯

ସଞ୍ଚୟ ଏବଂ ସହାୟତା ଯୋଜନା

୨୨.୨୩୫୩୦

୧୫.୬୩

24

ଏଫ.ଆର.ପି. ଡଙ୍ଗା କ୍ରୟ ପାଇଁ ପାରମ୍ପରିକ ମତ୍ସ୍ୟଜୀବୀଙ୍କୁ ସହାୟତା

୨୭.୨୦୦୦୦

୦.୦

25

ମାଛ ପରିବହନ ଗାଡ଼ି

୫.୦୯୬୮୧

୫.୦୯

26

ପାରମ୍ପରିକ ଡଙ୍ଗାର ମୋଟରଚାଳନା

୨୫.୭୯

୦.୦୦

27

ମତ୍ସ୍ୟଜୀବୀ ସମ୍ପ୍ରଦାୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି

୨୦.୦୦

୧୪.୬୨

28

ତାଳସାରୀ ମାଛ ଅବତରଣ କେନ୍ଦ୍ରର ଆଧୁନିକୀକରଣ/ନବୀକରଣ

୩୬.୫୦

୦.୦୦

29

କୀର୍ତ୍ତନିଆ ମାଛ ଅବତରଣ କେନ୍ଦ୍ରର ଆଧୁନିକୀକରଣ/ନବୀକରଣ

୩୮.୫୦

୩୫.୮୮

30

ବାହାବଳପୁର ମାଛ ଅବତରଣ କେନ୍ଦ୍ରର ଆଧୁନିକୀକରଣ/ନବୀକରଣ

୫୭.୦୧

୫୪.୩୦

31

ଚାନ୍ଦିପୁରଠାରେ ମାଛଧରା ପୋତାଶ୍ରୟ ନିର୍ମାଣ

୪୯୯୪.୦୦

୪୯୯୪.୦୦

32

ବି.ଏଫ.ଡି.ଏ. ଅଧୀନରେ ପୋଖରୀ ବିକାଶ

୯୦.୦୦

୯୦.୦୦

33

୨୦୧୯-୨୦

ମାଛ ପରିବହନ ଗାଡ଼ି

୭୭.୪୪୧୭୫

୭୭.୪୪

34

ଡଙ୍ଗା ଏବଂ ଜାଲ - ଆର.କେ.ଭି.ୱାଇ.

୩୦.୦୦

୨୮.୮୦

35

ଛାତ୍ରବୃତ୍ତି

୧୭.୦୦

୧୪.୩୮

36

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

୩.୩୦

୩.୩୦

37

୨୦୨୦-୨୧

 

ସଞ୍ଚୟ ଏବଂ ସହାୟତା ଯୋଜନା

୫୦.୪୯

୫୦.୧୬

38

ମାଛ ପରିବହନ ଗାଡ଼ି

୧୬.୧୦

୧୫.୮୦

39

ପାରମ୍ପରିକ ଡଙ୍ଗାର ମୋଟରଚାଳନା

୯.୫୨

୬.୦୨୮

40

ମତ୍ସ୍ୟପାଳନ ଯନ୍ତ୍ରପାତି/ଉପକରଣର ଆଦୃତି

୧୨.୦୦

୧୨.୦୦

41

ମତ୍ସ୍ୟଜୀବୀ ସମ୍ପ୍ରଦାୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି

୧୪.୩୮

୨.୯୧

42

ପାଳନ ପୋଖରୀ

୨୯.୭୫

୨୯.୭୫

43

ବୃଦ୍ଧି ପୋଖରୀ

୧.୧୬୮

 

44

ବାୟୋଫ୍ଲୋକ୍

୩୭.୫୦

୩୭.୫୦

45

ଆଇସ୍ ବକ୍ସ ସହ ମୋଟରସାଇକେଲ୍

୩.୦୦

୩.୦୦

46

ଫିନଫିସ୍ ହ୍ୟାଚେରୀ

୩୦.୦୦

୩୦.୦୦

47

ଲବଣାକ୍ତ ଜଳ ପୋଖରୀ

୩୫୪.୩୨

୩୫୪.୩୨

48

ଆଇସ୍ ବକ୍ସ ସହ ଅଟୋରିକ୍ସା

୧.୨

୧.୨୦

49

ଇନସୁଲେଟେଡ୍ ଗାଡ଼ି

୪୮.୦୦

୪୮.୦୦

50

ରେଫ୍ରିଜରେଟେଡ୍ ଗାଡ଼ି

୨୫.୦୦

୨୫.୦୦

51

 

 

 

 

୨୦୨୧-୨୨

 

ସଞ୍ଚୟ ଏବଂ ସହାୟତା ଯୋଜନା

୬୨.୫୪୭

୫୫.୪୫

52

ମାଛ ପରିବହନ ଗାଡ଼ି

୬୭.୨୦

୬୭.୧୫

53

ପାରମ୍ପରିକ ଡଙ୍ଗାର ମୋଟରଚାଳନା

୮୦.୬୪

୧.୫୭

54

ପାଳନ ପୋଖରୀ

୧୦.୧୩

୧୦.୧୩

55

ନୂତନ ଡଙ୍ଗା ଇଞ୍ଜିନ୍ ଏବଂ ଜାଲ

୩୬୦.୦୦

୭୨.୦୩

56

ମତ୍ସ୍ୟପାଳନ ଯନ୍ତ୍ରପାତି/ଉପକରଣର ଆଦୃତି (ଏମ.ଏମ.କେ.ୱାଇ.)

୨୪.୦୦

୧୪.୭୯

57

ମତ୍ସ୍ୟଜୀବୀ ସମ୍ପ୍ରଦାୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି

୨୬.୪୭

୨୧.୧୬

58

ପାଳନ ପୋଖରୀ

୧୦.୧୩

୧୦.୧୩

59

ବୃଦ୍ଧି ପୋଖରୀ

୨୦.୫୬

୨୦.୫୬

60

ଆଇସ୍ ବକ୍ସ ସହ ମୋଟରସାଇକେଲ୍

୧.୨୦

୧.୨୦

61

ଲବଣାକ୍ତ ଜଳ ପୋଖରୀ

୪୫.୫୦

୪୫.୫୦

62

ଇନସୁଲେଟେଡ୍ ଗାଡ଼ି

୩୨.୦୦

୩୨.୦୦

63

ରେମୁଣାଠାରେ ସ୍ୱାସ୍ଥ୍ୟକର ମାଛ ବଜାର ନିର୍ମାଣ

୫୩୫.୧୯

୪୭୭.୦୦

64

ବାଲେଶ୍ୱରରେ ଲବଣାକ୍ତ ଜଳ କ୍ଲଷ୍ଟରର ଜୁଆର କେନାଲର ନବୀକରଣ

୫୦୮.୦୦

୫୦୮.୦୦

65

ଲବଣାକ୍ତ ଜଳ ପୋଖରୀ ବିକାଶ

୨୨୫.୪୪

୨୨୫.୪୪

66

ସଘନ ଜଳକୃଷିର ପ୍ରୋତ୍ସାହନ

୭୮.୬୫

୭୮.୬୮

67

 

 

 

୨୦୨୨-୨୩

ସଞ୍ଚୟ ଏବଂ ସହାୟତା ଯୋଜନା

୪୬.୨୯

୪୬.୨୭

68

ମାଛ ପରିବହନ ଗାଡ଼ି

୪୨.୭୦

୪୦.୧୦

69

ପାରମ୍ପରିକ ଡଙ୍ଗାର ମୋଟରଚାଳନା

୪୦.୩୨

୪.୬୯

70

ନୂତନ ଡଙ୍ଗା ଇଞ୍ଜିନ୍ ଏବଂ ଜାଲ

୧୮୦.୦୦

୨୩.୬୪

71

ମତ୍ସ୍ୟପାଳନ ଯନ୍ତ୍ରପାତି/ଉପକରଣର ଆଦୃତି (ଏମ.ଏମ.କେ.ୱାଇ.)

୪୧.୦୦

୪୦.୯୪

72

ମତ୍ସ୍ୟଜୀବୀ ସମ୍ପ୍ରଦାୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି

୨୧.୮୧

୨୧.୭୪

73

ପାଳନ ପୋଖରୀ

୩.୪୧

୩.୪୧

74

ଫିନଫିସ୍ ହ୍ୟାଚେରୀ

୧୫.୦୦

୧୫.୦୦

75

ଇନସୁଲେଟେଡ୍ ଗାଡ଼ି

୪୮.୦୦

୪୮.୦୦

76

ଆଇସ୍ ବକ୍ସ ସହ ମୋଟରସାଇକେଲ୍

୨.୪୦

୨.୪୦

77

ସୀତଳ ଭଣ୍ଡାର/ବରଫ କଳ

୯୦.୦୦

୯୦.୦୦

78

ତାଳସାରୀ ଏଫ.ଏଲ.ସି. ର ନବୀକରଣ/ଆଧୁନିକୀକରଣ

୧୯୯.୧୩

୧୨୨.୭୪

79

ବାଲେଶ୍ୱର ଜିଲ୍ଲାରେ ୩ଟି ଜୁଆର କେନାଲର ଖନନ

୩୦୦.୦୦

୩୦୦.୦୦

80

ଅତ୍ୟାଧୁନିକ ପାଇକାରୀ ମାଛ ବଜାର ନିର୍ମାଣ

୭୮୨୦.୦୦

୫୨୯୬.୦୦

81

 

 

୨୦୨୩-୨୪

 

 

ସଞ୍ଚୟ ଏବଂ ସହାୟତା ଯୋଜନା

୭୩.୦୭୩

୭୩.୦୭୩

82

ମାଛ ପରିବହନ ଗାଡ଼ି

୫୪.୬୦

୫୪.୬୦

83

ପାରମ୍ପରିକ ଡଙ୍ଗାର ମୋଟରଚାଳନା

୪୮.୧୦

୨୨.୩୬

84

ନୂତନ ଡଙ୍ଗା ଇଞ୍ଜିନ୍ ଏବଂ ଜାଲ

୨୨୨.୮୦

୨୨୨.୭୭

85

ମତ୍ସ୍ୟପାଳନ ଯନ୍ତ୍ରପାତି/ଉପକରଣର ଆଦୃତି (ଏମ.ଏମ.କେ.ୱାଇ.)

୪୯.୭୦

୪୯.୫୯

86

ମତ୍ସ୍ୟଜୀବୀ ସମ୍ପ୍ରଦାୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି

୫୭.୦୦

୪୫.୧୫

87

ପାଳନ ପୋଖରୀ

୨.୫୯

୨.୫୯

88

ବୃଦ୍ଧି ପୋଖରୀ

୨.୨୨

୨.୨୨୬

89

ଆଇସ୍ ବକ୍ସ ସହ ମୋଟରସାଇକେଲ୍

୧.୩୩

୧.୩୩

90

ଆଇସ୍ ବକ୍ସ ସହ ଅଟୋରିକ୍ସା

୫.୪୦

୫.୪୦

91

ଇନସୁଲେଟେଡ୍ ଗାଡ଼ି

୩୨.୦୦

୩୨.୦୦

92

ବାୟୋଫ୍ଲୋକ୍

୧୫.୦୦

୧୫.୦୦

93

କେଜ୍ କଲଚର

୭.୦୬

୭.୦୬

94

ରୋଗ ନିରୂପଣ ଏବଂ ଗୁଣବତ୍ତା ପରୀକ୍ଷା ଭ୍ରାମ୍ୟମାଣ ପ୍ରୟୋଗଶାଳା

୨୧.୦୦

୨୧.୦୦

95

 

 

 

୨୦୨୩-୨୪

ସଞ୍ଚୟ ଏବଂ ସହାୟତା ଯୋଜନା

୮୪.୩୬

୮୨.୦୯

96

ମାଛ ପରିବହନ ଗାଡ଼ି

୧୧୨.୮୪

୮୦.୮୪

97

ପାରମ୍ପରିକ ଡଙ୍ଗାର ମୋଟରଚାଳନା

୩୬.୪୦

୩୨.୬୫

98

ନୂତନ ଡଙ୍ଗା ଇଞ୍ଜିନ୍ ଏବଂ ଜାଲ

୨୬୫.୯୯

୨୬୧.୬

99

ମତ୍ସ୍ୟପାଳନ ଯନ୍ତ୍ରପାତି/ଉପକରଣର ଆଦୃତି (ଏମ.ଏମ.କେ.ୱାଇ.)

୯୯.୮୦୮୯୭

୯୫.୪୦

100

ମତ୍ସ୍ୟଜୀବୀ ସମ୍ପ୍ରଦାୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି

୮୭.୩୫

୬୩.୯୫

101

ସଘନ ଜଳକୃଷିର ପ୍ରୋତ୍ସାହନ

୯୪.୦୦

୯୪.୦୦

102

ପାଳନ ପୋଖରୀ

୩.୨୪

୩.୨୪

103

ବୃଦ୍ଧି ପୋଖରୀ

୧.୦୧

୧.୦୧

104

ଆଇସ୍ ବକ୍ସ ସହ ମୋଟରସାଇକେଲ୍

୧.୩୫

୧.୩୫

105

ଆଇସ୍ ବକ୍ସ ସହ ଅଟୋରିକ୍ସା

୩.୬୦

୩.୬୦

106

ଇନସୁଲେଟେଡ୍ ଗାଡ଼ି

୨୮.୦୦

୨୮.୦୦

107

ସ୍କାମ୍ପି ହ୍ୟାଚେରୀ

୨୦.୦୦

୨୦.୦୦

108

ସୀତଳ ଭଣ୍ଡାର/ବରଫ କଳ

୨୭୦.୦୦

୨୭୦.୦୦

109

ସୁରକ୍ଷା ଉପକରଣ କ୍ରୟ

୭୭.୯୧

୭୭.୯୧

110

 

 

 

 

 

୨୦୨୫-୨୬

ମାଛ ପରିବହନ ଗାଡ଼ି

୪୪.୭୮

୪୧.୦୪୪

111

ପାରମ୍ପରିକ ଡଙ୍ଗାର ମୋଟରଚାଳନା

୧୫.୩୮

୧୫.୩୨

112

ନୂତନ ଡଙ୍ଗା ଇଞ୍ଜିନ୍ ଏବଂ ଜାଲ

୩୦୦.୨୬

୨୯୯.୫୧୨

113

ମତ୍ସ୍ୟପାଳନ ଯନ୍ତ୍ରପାତି/ଉପକରଣର ଆଦୃତି (ଏମ.ଏମ.କେ.ୱାଇ.)

୧୫୭.୨୦

୧୫୭.୨୦

114

ପାଳନ ପୋଖରୀ

୦.୪୫

୦.୪୫

115

ବୃଦ୍ଧି ପୋଖରୀ

୧.୦୫

୧.୦୫

116

ଆଇସ୍ ବକ୍ସ ସହ ମୋଟରସାଇକେଲ୍

୦.୪୫

୦.୪୫

117

ଆଇସ୍ ବକ୍ସ ସହ ଅଟୋରିକ୍ସା

୩.୦୦

୩.୦୦

118

ଇନସୁଲେଟେଡ୍ ଗାଡ଼ି

୨୦.୦୦

୨୦.୦୦

119

ଖୁଚୁରା ମାଛ ବଜାର

୧୨୦.୦୦

୧୨୦.୦୦

120

ଲବଣାକ୍ତ ଜଳ ପୋଖରୀ ବିକାଶ

୧୦.୦୮

୧୦.୦୮

121

ବରଫ କଳ ଏବଂ ସୀତଳ ଭଣ୍ଡାର

୧୮୦.୦୦

୧୮୦.୦୦

122

 

ଚାନ୍ଦିପୁରଠାରେ ମାଛଧରା ପୋତାଶ୍ରୟ ନିର୍ମାଣ

୨୬୩୧.୦୦

୨୬୩୧.୦୦

123

କାଛଡ଼ା ନିବାରକ ଉପକରଣ

୧୫୩.୩୭

୧୫୩.୩୭

 

 

ସମୁଦାୟ

୨୫୦୭୧.୦୦

୨୧୪୪୫.୦୦

 

 


(रिलीज़ आईडी: 2287532) आगंतुक पटल : 8
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Tamil