ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କଲମ୍ବିଆର ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଆବେଲାର୍ଡୋ ଡି ଲା ଏସ୍ପ୍ରିଏଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
26 JUN 2026 10:47PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଲମ୍ବିଆର ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଆବେଲାର୍ଡୋ ଡି ଲା ଏସ୍ପ୍ରିଏଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ କଲମ୍ବିଆ ସହିତ ନିଜର ଘନିଷ୍ଠ ବନ୍ଧୁତ୍ୱକୁ ଭାରତ ଗଭୀର ଭାବେ ଗୁରୁତ୍ୱ ଦେଇଥାଏ, ଯାହା ସମସ୍ତ କ୍ଷେତ୍ରରେ ବୃଦ୍ଧି ପାଇବାରେ ଲାଗିଛି। ଏକ ସଫଳ କାର୍ଯ୍ୟକାଳ ପାଇଁ ମୁଁ ମୋର ଶୁଭେଚ୍ଛା ଜଣାଉଛି ଏବଂ ଆଗାମୀ ବର୍ଷଗୁଡ଼ିକରେ ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଅପେକ୍ଷା କରିଛି ବୋଲି ଶ୍ରୀ ମୋଦୀ କହିଛନ୍ତି।
ଶ୍ରୀ ମୋଦୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି;
ଆବେଲାର୍ଡୋ ଡି ଲା ଏସ୍ପ୍ରିଏଲା, କଲମ୍ବିଆର ରାଷ୍ଟ୍ରପତି ନିର୍ବାଚନରେ ଆପଣଙ୍କ ବିଜୟ ପାଇଁ ହାର୍ଦ୍ଦିକ ଅଭିନନ୍ଦନ।
କଲମ୍ବିଆ ସହିତ ନିଜର ଘନିଷ୍ଠ ବନ୍ଧୁତ୍ୱକୁ ଭାରତ ଗୁରୁତ୍ୱ ଦେଇଥାଏ, ଯାହା ସମସ୍ତ କ୍ଷେତ୍ରରେ ନିରନ୍ତର ବୃଦ୍ଧି ପାଉଛି। ମୁଁ ଏକ ସଫଳ କାର୍ଯ୍ୟକାଳ ପାଇଁ ମୋର ଶୁଭେଚ୍ଛା ଜଣାଉଛି ଏବଂ ଆଗାମୀ ବର୍ଷଗୁଡ଼ିକରେ ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଅପେକ୍ଷା କରିଛି।
HS
(रिलीज़ आईडी: 2278551)
आगंतुक पटल : 2