ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଧରତୀ ଆବା ଭଗବାନ ବିର୍ସା ମୁଣ୍ଡା ଜୀଙ୍କୁ ତାଙ୍କ ସହିଦ ଦିବସରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 09 JUN 2026 1:29PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 'ଧରତୀ ଆବା "ଭଗବାନ ବିର୍ସା ମୁଣ୍ଡା ଜୀଙ୍କୁ ତାଙ୍କ ସହିଦ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସେ ଜଳ, ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ବିଦେଶୀ ଶାସନ ବିରୁଦ୍ଧରେ ଅଦମ୍ୟ ସାହସର ସହିତ ଲଢ଼ିଥିଲେ।

ଶ୍ରୀ ମୋଦୀ କହିଥିଲେ ଯେ ତାଙ୍କର ସମଗ୍ର ଜୀବନ ଜନଜାତି ସମ୍ପ୍ରଦାୟର ଆତ୍ମସମ୍ମାନ, ସଂସ୍କୃତି ଏବଂ ଅଧିକାରର ସୁରକ୍ଷା ପାଇଁ ସମର୍ପିତ ଥିଲା। ପ୍ରଧାନମନ୍ତ୍ରୀ ଦୃଢ଼ତାର ସହ କହିଥିଲେ ଯେ ମାତୃଭୂମି ପାଇଁ ସବୁକିଛି ତ୍ୟାଗ କରିବାର ତାଙ୍କର କାହାଣୀ ଦେଶର ପ୍ରତ୍ୟେକ ପିଢ଼ିରେ ଦେଶପ୍ରେମର ସଞ୍ଚାର ଜାରି ରଖିବ।

ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:

"ଧରତୀ ଆବା ଭଗବାନ ବିର୍ସା ମୁଣ୍ଡା ଜୀଙ୍କୁ ତାଙ୍କ ସହିଦ ଦିବସରେ ଶ୍ରଦ୍ଧାଞ୍ଜଳି। ଜଳ, ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ସେ ବିଦେଶୀ ଶାସନ ବିରୁଦ୍ଧରେ ଅଦମ୍ୟ ସାହସ ସହିତ ଲଢ଼ିଥିଲେ। ତାଙ୍କର ସମଗ୍ର ଜୀବନ ଜନଜାତି ସମାଜର ଆତ୍ମସମ୍ମାନ, ସଂସ୍କୃତି ଏବଂ ଅଧିକାରର ସୁରକ୍ଷା ପାଇଁ ଉତ୍ସର୍ଗୀକୃତ ଥିଲା। ମାତୃଭୂମି ପାଇଁ ସବୁକିଛି ତ୍ୟାଗ କରିବାର ତାଙ୍କର କାହାଣୀ ଦେଶର ପ୍ରତ୍ୟେକ ପିଢ଼ିରେ ଦେଶପ୍ରେମକୁ ପ୍ରେରଣା ଯୋଗାଇବ ।’’

HS


(रिलीज़ आईडी: 2270994) आगंतुक पटल : 5
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Bengali , Bengali-TR , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam