ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ଯେଉଁଥିରେ ଅଗ୍ନିକୁ ଜ୍ୱଳନ୍ତ ସାର ଭାବରେ ଦର୍ଶାଯାଇଛି ଯାହା ପଦାର୍ଥର କ୍ଷୁଦ୍ରତମ କଣିକା ମଧ୍ୟରେ ଅପାର ଶକ୍ତି ଜାଗ୍ରତ କରେ

प्रविष्टि तिथि: 11 MAY 2026 9:18AM by PIB Bhubaneswar

ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ଯେଉଁଥିରେ ଅଗ୍ନିକୁ ଜ୍ୱଳନ୍ତ ସାର ଭାବରେ ଦର୍ଶାଯାଇଛି ଯାହା ପଦାର୍ଥର କ୍ଷୁଦ୍ରତମ କଣିକା ମଧ୍ୟରେ ଅପାର ଶକ୍ତି ଜାଗ୍ରତ କରେ ।

ପ୍ରଧାନମନ୍ତ୍ରୀ ଗର୍ବର ସହ ବୈଜ୍ଞାନିକମାନଙ୍କ କଠିନ ପରିଶ୍ରମ ଏବଂ ସମର୍ପଣକୁ ସ୍ମରଣ କରିଥିଲେ, ଯାହାଫଳରେ ୧୯୯୮ ମସିହାରେ ପୋଖରାନରେ ସଫଳ ପରୀକ୍ଷଣ କରାଯାଇଥିଲା ସେ ଉଲ୍ଲେଖ କରିଥିଲେ ଯେ ଏହି ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଭାରତର ବୈଜ୍ଞାନିକ ଉତ୍କର୍ଷତା ଏବଂ ଅତୁଟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ଆତ୍ମନିର୍ଭରଶୀଳ ଭାରତ ନିର୍ମାଣରେ ପ୍ରଯୁକ୍ତି ବିଦ୍ୟା ଏକ ପ୍ରମୁଖ ସ୍ତମ୍ଭରେ ପରିଣତ ହୋଇଛି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଏହା ନବସୃଜନକୁ ତ୍ୱରାନ୍ୱିତ କରୁଛି, ସୁଯୋଗର ସମ୍ପ୍ରସାରଣ କରୁଛି ଏବଂ ବିଭିନ୍ନ କ୍ଷେତ୍ରରେ ଦେଶର ଅଭିବୃଦ୍ଧିରେ ଯୋଗଦାନ କରୁଛି ସେ ଗୁରୁତ୍ୱାରୋପ କରିଥିଲେ ଯେ ପ୍ରତିଭାମାନଙ୍କୁ ସଶକ୍ତ କରିବା, ଗବେଷଣାକୁ ପ୍ରୋତ୍ସାହିତ କରିବା ଏବଂ ଜାତୀୟ ପ୍ରଗତି ତଥା ଜନସାଧାରଣଙ୍କ ଆକାଂକ୍ଷାକୁ ପୂରଣ କରୁଥିବା ସମାଧାନ ସୃଷ୍ଟି କରିବା ଉପରେ ନିରନ୍ତର ଧ୍ୟାନ ଦିଆଯାଉଛି

ଏହି ଐତିହାସିକ ମାଇଲଖୁଣ୍ଟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆହୁରି ଉଲ୍ଲେଖ କରିଥିଲେ ଯେ ୧୯୯୮ ମସିହା ଆଜିର ଦିନରେ ପୋଖରାନରେ କରାଯାଇଥିବା ଆଣବିକ ପରୀକ୍ଷଣ ବିଶ୍ୱକୁ ଭାରତର ଚମତ୍କାର ସାମର୍ଥ୍ୟ ସହିତ ପରିଚିତ କରାଇଥିଲା ଦେଶର ଗର୍ବ ଏବଂ ଆତ୍ମସମ୍ମାନର ପ୍ରକୃତ ସ୍ଥପତି ଭାବେ ସେ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଥିଲେ

ଏକ ସଂସ୍କୃତ ସୁଭାଶିତମ୍ ସେୟାର କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଅଗ୍ନି ହେଉଛି ସ୍ୱର୍ଗର ସର୍ବୋଚ୍ଚ ଶକ୍ତି ଏବଂ ପୃଥିବୀରେ ସମସ୍ତ ଶକ୍ତିର ପ୍ରାଥମିକ ଉତ୍ସ | ଏହି ଜ୍ୱଳନ୍ତ ସାର ପଦାର୍ଥର କ୍ଷୁଦ୍ରତମ କଣିକା ମଧ୍ୟରେ ଲୁକ୍କାୟିତ ଅପାର ଶକ୍ତିକୁ ଜାଗ୍ରତ କରେ ଏବଂ ସମଗ୍ର ସୃଷ୍ଟି ମଧ୍ୟରେ ଶକ୍ତି ଏବଂ ଗତି ବିସ୍ତାର କରେ |

'ଏକ୍ସ "ଉପରେ ଏକାଧିକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:

"ଜାତୀୟ ପ୍ରଯୁକ୍ତି ଦିବସ ଅବସରରେ ଶୁଭେଚ୍ଛା ଆମର ବୈଜ୍ଞାନିକମାନଙ୍କ କଠିନ ପରିଶ୍ରମ ଏବଂ ସମର୍ପଣକୁ ଆମେ ଗର୍ବର ସହ ସ୍ମରଣ କରୁଛୁ, ଯାହାଫଳରେ ୧୯୯୮ ମସିହାରେ ପୋଖରାନରେ ସଫଳ ପରୀକ୍ଷଣ କରାଯାଇଥିଲା ସେହି ଐତିହାସିକ ମୁହୂର୍ତ୍ତ ଭାରତର ବୈଜ୍ଞାନିକ ଉତ୍କର୍ଷ ଏବଂ ଅତୁଟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା

ଏକ ଆତ୍ମନିର୍ଭରଶୀଳ ଭାରତ ନିର୍ମାଣରେ ପ୍ରଯୁକ୍ତିବିଦ୍ୟା ଏକ ପ୍ରମୁଖ ସ୍ତମ୍ଭ ହୋଇପାରିଛି ଏହା ନବସୃଜନକୁ ତ୍ୱରାନ୍ୱିତ କରୁଛି, ସୁଯୋଗର ସମ୍ପ୍ରସାରଣ କରୁଛି ଏବଂ ବିଭିନ୍ନ କ୍ଷେତ୍ରରେ ଦେଶର ଅଭିବୃଦ୍ଧିରେ ଯୋଗଦାନ କରୁଛି ଆମର ନିରନ୍ତର ଧ୍ୟାନ ପ୍ରତିଭାମାନଙ୍କୁ ସଶକ୍ତ କରିବା, ଗବେଷଣାକୁ ପ୍ରୋତ୍ସାହିତ କରିବା ଏବଂ ସମାଧାନ ସୃଷ୍ଟି କରିବା ଉପରେ ରହିଛି ଯାହା ଉଭୟ ଜାତୀୟ ପ୍ରଗତି ଏବଂ ଆମ ଲୋକଙ୍କ ଆକାଂକ୍ଷାକୁ ପୂରଣ କରିଥାଏ

"୧୯୯୮ ମସିହା ଆଜିର ଦିନରେ ପୋଖରାନଠାରେ ହୋଇଥିବା ଆଣବିକ ପରୀକ୍ଷଣ ବିଶ୍ୱକୁ ଭାରତର ଆଶ୍ଚର୍ଯ୍ୟଜନକ ସାମର୍ଥ୍ୟ ବିଷୟରେ ଅବଗତ କରାଇଥିଲା

ଆମର ବୈଜ୍ଞାନିକମାନେ ହେଉଛନ୍ତି ଦେଶର ଗର୍ବ ଏବଂ ଆତ୍ମସମ୍ମାନର ପ୍ରକୃତ ସ୍ଥପତି

ଅଗ୍ନି ମୁର୍ଦ୍ଧା ଦେବଃ କାକୁତପତି ପୃଥିବ୍ୟା ଅୟାମ୍

ଅପାଂ ରେତାଂସି ଜିନ୍ୟତି ।।’’

ଅଗ୍ନି ହେଉଛି ଆକାଶମଣ୍ଡଳର ସର୍ବୋଚ୍ଚ ଶକ୍ତି ଏବଂ ପୃଥିବୀର ସମସ୍ତ ଶକ୍ତିର ପ୍ରାଥମିକ ଉତ୍ସ । ଏହି ଜ୍ୱଳନ୍ତ ସାର ପଦାର୍ଥର କ୍ଷୁଦ୍ରତମ କଣିକା ମଧ୍ୟରେ ଲୁକ୍କାୟିତ ଅପାର ଶକ୍ତିକୁ ଜାଗ୍ରତ କରେ ଏବଂ ସମଗ୍ର ସୃଷ୍ଟି ମଧ୍ୟରେ ଶକ୍ତି ଏବଂ ଗତି ବିସ୍ତାର କରେ ।

HS


(रिलीज़ आईडी: 2268465) आगंतुक पटल : 17
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Bengali-TR , Assamese , Punjabi , Gujarati , Tamil , Telugu , Kannada , Malayalam