ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ
azadi ka amrit mahotsav

୨୦୨୫-୨୬ରେ ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନିରେ ନୂଆ ରେକର୍ଡ; ୮.୪୬ ବିଲିୟନ୍ ଡଲାର ଆୟ


ବୈଶ୍ୱିକ ପ୍ରତିକୂଳତା ସତ୍ତ୍ୱେ ରପ୍ତାନି ପରିମାଣ ଓ ମୂଲ୍ୟରେ ଐତିହାସିକ ସଫଳତା

ରପ୍ତାନିରେ ଫ୍ରୋଜେନ୍ ଚିଙ୍ଗୁଡ଼ିର ଚାହିଦା; ପ୍ରମୁଖ କ୍ରେତା ଆମେରିକା ଓ ଚୀନ୍

प्रविष्टि तिथि: 01 JUN 2026 3:08PM by PIB Bhubaneswar

ଭାରତ ୨୦୨୫-୨୬ ଆର୍ଥିକ ବର୍ଷରେ ୭୩,୮୯୦.୪୬ କୋଟି ଟଙ୍କା (୮.୪୬ ବିଲିୟନ ଡଲାର) ମୂଲ୍ୟର ୧୯,୭୨,୦୧୮ ମେଟ୍ରିକ୍ ଟନ୍‌ ସାମୁଦ୍ରିକ ଖାଦ୍ୟ ରପ୍ତାନି କରିଛି, ଯାହା ପ୍ରତିକୂଳ ବଜାର ବ୍ୟବସ୍ଥା ସତ୍ତ୍ବେ ପରିମାଣ ଏବଂ ମୂଲ୍ୟ ଦୃଷ୍ଟିରୁ ସର୍ବକାଳୀନ ଓ ସର୍ବାଧ‌ିକ । ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ବିକାଶ କର୍ତ୍ତୃପକ୍ଷ (ଏମ୍.ପି.ଇ.ଡି.ଏ)ର ଅଧ୍ୟକ୍ଷ ଶ୍ରୀ ପି ଜବାହରଙ୍କ ସୂଚନା ଅନୁଯାୟୀ, ପରିମାଣ ଏବଂ ମୂଲ୍ୟ ଉଭୟ ଦୃଷ୍ଟିରୁ ଫ୍ରୋଜେନ୍ ଚିଙ୍ଗୁଡ଼ି ରପ୍ତାନି ସାମଗ୍ରୀ ତାଲିକାର ଶୀର୍ଷରେ ଥିଲା, ଯେତେବେଳେ ଆମେରିକା ଏବଂ ଚୀନ୍ ଭାରତୀୟ ସାମୁଦ୍ରିକ ଖାଦ୍ୟର ସର୍ବାଧିକ ଆମଦାନୀକାରୀ ଥିଲେ I

ସାମୁଦ୍ରିକ ଖାଦ୍ୟ ରପ୍ତାନିରେ ଫ୍ରୋଜେନ୍‌ ଚିଙ୍ଗୁଡ଼ି ପ୍ରମୁଖ ଉତ୍ପାଦ ଭାବରେ ରହିଆସିଛି, ଯାହା ୪୯,୦୩୭.୯୩ କୋଟି ଟଙ୍କା (୫,୬୨୪.୪୮ ନିୟୁତ ଆମେରିକୀୟ ଡଲାର) ଆୟ କରିଛି। ଏହା ମୋଟ ପରିମାଣର ୪୦.୧୯% ଏବଂ ସାମୁଦ୍ରିକ ଖାଦ୍ୟ ରପ୍ତାନିରୁ ମୋଟ ଆମେରିକୀୟ ଡଲାର ଆୟର ୬୬.୫୨% ଅଟେ । ଏହି ସମୟ ମଧ୍ୟରେ, ଚିଙ୍ଗୁଡ଼ି ରପ୍ତାନି ଟଙ୍କା ମୂଲ୍ୟରେ ୧୩.୧୬% ଏବଂ ଡଲାର ମୂଲ୍ୟରେ ୮.୬୪% ବୃଦ୍ଧି ପାଇଛି।

୨୦୨୫-୨୬ ଆର୍ଥିକ ବର୍ଷରେ ସର୍ବ ମୋଟ ୭,୯୨,୬୪୭ ମେଟ୍ରିକ ଟନ୍‌ ଫ୍ରୋଜେନ୍ ଚିଙ୍ଗୁଡ଼ି ରପ୍ତାନି ହୋଇଥିଲା । ସବୁଠାରୁ ବୃହତ୍ତମ ବଜାର ଯୁକ୍ତରାଷ୍ଟ୍ର ଆମେରିକା ହୋଇଥିବାରୁ ୨,୫୬,୧୨୮ ମେଟ୍ରିକ ଟନ୍‌ ଫ୍ରୋଜେନ୍ ଚିଙ୍ଗୁଡ଼ି ଆମଦାନୀ କରିଥିଲା I ଏହା ପରେ ଚୀନ୍ ୧,୬୯,୫୦୫ ମେଟ୍ରିକ ଟନ୍, ୟୁରୋପୀୟ ସଂଘ ୧,୩୫,୫୯୯ ମେଟ୍ରିକ ଟନ୍‌, ଦକ୍ଷିଣ ପୂର୍ବ ଏସିଆ ୮୩,୮୧୦ ମେଟ୍ରିକ ଟନ୍‌, ଜାପାନ ୪୦,୭୭୬ ମେଟ୍ରିକ ଟନ୍‌, ମଧ୍ୟପ୍ରାଚ୍ୟ ୩୦,୪୭୮ ମେଟ୍ରିକ ଟନ୍‌ ଏବଂ ଅନ୍ୟାନ୍ୟ ସମସ୍ତ ଦେଶ ମିଳିତ ଭାବରେ ୭୬,୩୫୧ ମେଟ୍ରିକ ଟନ୍‌ ରପ୍ତାନି କରିଥିଲେ । ଏଲ୍. ଭାନାମେଇ ଏବଂ ବ୍ଲାକ୍ ଟାଇଗର୍ ଚିଙ୍ଗୁଡ଼ିର ରପ୍ତାନି ପରିମାଣ ଏବଂ ମୂଲ୍ୟ ଉଭୟରେ ବୃଦ୍ଧି ପାଇଛି।

ଦ୍ବିତୀୟ ସର୍ବାଧୂକ ରପ୍ତାନି ହୋଇଥିବା ଫ୍ରୋଜେନ୍ ମାଛ ୫,୬୫୮.୩୭ କୋଟି ଟଙ୍କା (୬୪୩.୭୦ ନିୟୁତ ଡଲାର) ଆୟ କରିଛି I ତୃତୀୟ ସର୍ବାଧୂକ ରପ୍ତାନି ହୋଇଥିବା ଶୁଖୁଆ ଟ.୫,୦୭୯.୦୯ କୋଟି (୫୭୭.୪୪ ନିୟୁତ ଡଲାର) ଆୟ କରିଛି ଏବଂ ଟଙ୍କା ମୂଲ୍ୟ ଦୃଷ୍ଟିରୁ ୭୮.୦୫% ରପ୍ତାନି ଧାରା ସହିତ ଅର୍ନ୍ତଜାତୀୟ ବଜାରରେ ଏହାର ଉଚ୍ଚ ଚାହିଦାକୁ ଦର୍ଶାଇଛି।

ଫ୍ଲୋଜେନ୍‌ ସ୍ପିଡ୍ ରପ୍ତାନି ୧,୦୨,୦୬୦ ମେଟ୍ରିକ୍ ଟନ୍ ରେ ପହଞ୍ଚିଛି, ଯାହା ଟ. ୪,୪୯୩.୮୦ କୋଟି (୫୧୩.୮୪ ନିୟୁତ ଡଲାର‌) ଆୟ କରିଛି । ଏହି ସମୟରେ, ଫ୍ରୋଜେନ୍‌ କଟଲଫିସ୍ ପରିମାଣ ଏବଂ ମୂଲ୍ୟ ଉଭୟରେ ବୃଦ୍ଧି ପାଇଛି, ପରିମାଣରେ ୧୩.୩୨% ଏବଂ ମୂଲ୍ୟରେ ୧୬.୨୫%, ଯାହାର ରପ୍ତାନି ୬୭,୧୫୭ ମେଟ୍ରିକ୍ ଟନ୍‌ ହୋଇଛି ଯାହାର ମୂଲ୍ୟ ଯଥାକ୍ରମେ ୩୩୧.୯୬ ନିୟୁତ ଡଲାର ଥିଲା I

ଶୀତଳିକୃତ ସାମଗ୍ରୀର ରପ୍ତାନି ଟ. ୬୨୨.୩୧ କୋଟି (୭୧.୨୭ ନିୟୁତ ଡଲାର‌) ଆୟ କରିଛି । ଜୀବନ୍ତ ସାମୁଦ୍ରିକ ଖାଦ୍ୟ ସାମଗ୍ରୀର ରପ୍ତାନି ମୂଲ୍ୟ ଡଲାର ଅନୁସାରେ (୬୨.୪୩ ନିୟୁତ ଡଲାର‌) ୧୧.୪୬% ବୃଦ୍ଧି ପାଇଛି।

ବିଦେଶୀ ବଜାର ଦୃଷ୍ଟିରୁ, ଯୁକ୍ତରାଷ୍ଟ୍ର ଆମେରିକା ଭାରତୀୟ ସାମୁଦ୍ରିକ ଖାଦ୍ୟର ପ୍ରମୁଖ ଆମଦାନୀକାରୀ ଭାବରେ ରହିଆସିଛି, ଯାହାର ଆମଦାନୀ ମୂଲ୍ୟ ୨୦,୨୬୩.୨୭ କୋଟି ଟଙ୍କା (୨,୩୨୮.୭୪ ନିୟୁତ ଡଲାର) ଏବଂ ମୋଟ ପରିମାଣ ୨,୭୯,୧୯୩ ମେଟ୍ରିକ ଟନ୍ ଥିଲା I ଆମେରିକାକୁ ରପ୍ତାନି ପୂର୍ବ ବର୍ଷ ତୁଳନାରେ ଟଙ୍କା ମୂଲ୍ୟରେ ୧୦.୮୨%, ଡଲାର ମୂଲ୍ୟରେ ୧୪.୨୨% ଏବଂ ପରିମାଣରେ ୧୯.୫୧% ହ୍ରାସ ପାଇଛି। ଭାରତରୁ ଯୁକ୍ତରାଷ୍ଟ୍ରର ସାମୁଦ୍ରିକ ଖାଦ୍ୟ ଆମଦାନୀ ମଧ୍ୟରେ, ଫ୍ରୋଜେନ୍‌ ଚିଙ୍ଗୁଡ଼ିର ଡଲାର ମୂଲ୍ୟରେ ୯୩.୫୫% ରପ୍ତାନି ଅଂଶ ରହିଛି ।

ପରିମାଣ ଦୃଷ୍ଟିରୁ ଚୀନ୍ ୧,୬୧୧.୩୨ ନିୟୁତ ଡଲାର ମୂଲ୍ୟର ୪,୯୦,୩୬୯ ମେଟ୍ରିକ ଟନ୍‌ ସହିତ ଭାରତରୁ ସର୍ବବୃହତ ସାମୁଦ୍ରିକ ଖାଦ୍ୟ ଆମଦାନୀ ଭାବରେ ଉଭା ହୋଇଛି I 

ୟୁରୋପୀୟ ସଂଘ ୧,୫୯୨.୦୯ ନିୟୁତ ଡଲାର ମୂଲ୍ୟର ୨,୯୭,୫୧୮ ମିଲିୟନ ଟନ୍‌ ଆମଦାନୀ ସହିତ ତୃତୀୟ ସର୍ବବୃହତ୍ତ ସ୍ଥାନରେ ରହିଛି । ଏହା ପରେ ଦକ୍ଷିଣ-ପୂର୍ବ ଏସିଆ ୧,୩୪୮.୯୭ନିୟୁତ ଡଲାର ମୂଲ୍ୟର ୪,୫୧,୭୫୬ ମିଲିୟନ ଟନ୍ ଆମଦାନୀ ସହିତ ଏହା ପଛକୁ ଚତୁର୍ଥ ସ୍ଥାନରେ ରହିଛି । 

ଜାପାନ ପଞ୍ଚମ ଆମଦାନୀକାରୀ ଦେଶ ଭାବେ ସର୍ବାଧିକ ୧,୦୫,୨୨୮ ମେଟ୍ରିକ ଟନ୍‍ ଆମଦାନୀ କରିଛି ଯାହାର ମୂଲ୍ୟ ୪୫୨.୯୧ ନିୟୁତ ଡଲାର । ମଧ୍ୟପ୍ରାଚ୍ୟ ହେଉଛି ୨୮୩ ନିୟୁତ ଡଲାର ମୂଲ୍ୟର ୭୬,୭୪୩ ମିଲିୟନ ଟନ୍‌ ଆମଦାନୀ ସହିତ ଷଷ୍ଠ ସ୍ଥାନରେ ରହିଛି |

୨୦୨୫-୨୬ ଆର୍ଥିକ ବର୍ଷରେ ସାମୁଦ୍ରିକ ଖାଦ୍ୟ ରପ୍ତାନୀ କରୁଥିବା ଶୀର୍ଷ ତିନୋଟି ବନ୍ଦର ହେଉଛି ବିଶାଖାପାଟଣାମ୍ (ବିଶାଖାପାଟଣା), ଜବାହରଲାଲ ନେହେରୁ ପୋର୍ଟ ଟ୍ରଷ୍ଟ (ଜେଏନପିଟି) ଏବଂ କୋଚି, ଯାହା ଭାରତର ବର୍ଦ୍ଧିତ ସାମୁଦ୍ରିକ ରପ୍ତାନୀକୁ ସୁଗମ କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଉଛନ୍ତି ।

ଭାରତର ରେକର୍ଡ ସାମୁଦ୍ରିକ ଖାଦ୍ୟ ରପ୍ତାନୀ ପ୍ରଦର୍ଶନ ଏହି କ୍ଷେତ୍ରର ନମନୀୟତା, ରପ୍ତାନିକାରୀଙ୍କ ନିରନ୍ତର ପ୍ରୟାସ ଏବଂ ଉଚ୍ଚମାନର ଭାରତୀୟ ସାମୁଦ୍ରିକ ଉତ୍ପାଦ ପାଇଁ ବୃଦ୍ଧି ପାଉଥିବା ବିଶ୍ୱସ୍ତରୀୟ ଚାହିଦାକୁ ପ୍ରତିଫଳିତ କରୁଛି, ଯାହା ଅନ୍ତର୍ଜାତୀୟ ସାମୁଦ୍ରିକ ଖାଦ୍ୟ ବଜାରରେ ଦେଶର ସ୍ଥିତିକୁ ଆହୁରି ସୁଦୃଢ଼ କରୁଛି। 

HS


(रिलीज़ आईडी: 2267724) आगंतुक पटल : 23
इस विज्ञप्ति को इन भाषाओं में पढ़ें: English